ନିଜ ପଞ୍ଚାୟତରେ ରହିପାରିବେନି ଜିଆରଏସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ବ୍ଲକସ୍ତରରେ ପୁଳାପୁଳା ଦୁର୍ନୀତି ଅଭିଯୋଗ ମଧ୍ୟରେ ଏବେ ରାଜ୍ୟ ସରକାରଙ୍କ ନଜର ଗ୍ରାମ ରୋଜଗାର ସେବକ(ଜିଆରଏସ) ଓ ଏପିଓ(ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର)ଙ୍କ ଉପରେ ପଡ଼ିଛି। ଏହି ଦୁଇ ବର୍ଗର କର୍ମଚାରୀମାନେ ପଞ୍ଚାୟତ ଓ ବ୍ଲକସ୍ତରରେ ମନରେଗା ଯୋଜନାର କାର୍ଯ୍ୟକାରିତା ତଦାରଖ କରୁଥିବାବେଳେ ସେମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ବଦଳି ନୀତି ଲାଗୁ କରିଛନ୍ତି। ଏଣିକି କୌଣସି ଜିଆରଏସ ନିଜ ପଞ୍ଚାୟତରେ ଓ କୌଣସି ଏପିଓ ନିଜ ବ୍ଲକରେ କାର୍ଯ୍ୟ କରିପାରିବେ ନାହିଁ। ଚଳିତମାସ […]

v

v

Hemant Lenka
  • Published: Thursday, 17 October 2019
  • Updated: 17 October 2019, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ଓ ବ୍ଲକସ୍ତରରେ ପୁଳାପୁଳା ଦୁର୍ନୀତି ଅଭିଯୋଗ ମଧ୍ୟରେ ଏବେ ରାଜ୍ୟ ସରକାରଙ୍କ ନଜର ଗ୍ରାମ ରୋଜଗାର ସେବକ(ଜିଆରଏସ) ଓ ଏପିଓ(ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର)ଙ୍କ ଉପରେ ପଡ଼ିଛି। ଏହି ଦୁଇ ବର୍ଗର କର୍ମଚାରୀମାନେ ପଞ୍ଚାୟତ ଓ ବ୍ଲକସ୍ତରରେ ମନରେଗା ଯୋଜନାର କାର୍ଯ୍ୟକାରିତା ତଦାରଖ କରୁଥିବାବେଳେ ସେମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ବଦଳି ନୀତି ଲାଗୁ କରିଛନ୍ତି।

ଏଣିକି କୌଣସି ଜିଆରଏସ ନିଜ ପଞ୍ଚାୟତରେ ଓ କୌଣସି ଏପିଓ ନିଜ ବ୍ଲକରେ କାର୍ଯ୍ୟ କରିପାରିବେ ନାହିଁ। ଚଳିତମାସ ୩୧ତାରିଖ ସୁଦ୍ଧା ଏହି ବଦଳି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ ସିଂ ଆଜି ଏହି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ,ଏଣିକି କୌଣସି ଜିଆରଏସ୍ ନିଜ ପଞ୍ଚାୟତରେ କାର୍ଯ୍ୟ କରିପାରିବେ ନାହିଁ। ଯେଉଁ ଜିଆରଏସ୍ ଗୋଟିଏ ପଞ୍ଚାୟତରେ ୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଥିବେ ସେମାନଙ୍କୁ ଜିଲ୍ଲା ଭିତରେ ଅନ୍ୟ କୌଣସି ପଞ୍ଚାୟତକୁ ବଦଳି କରାଯିବ। ଏଥିପାଇଁ ୨୦୧୮ ଏପ୍ରିଲ ୬ତାରିଖରେ ବିଭାଗୀୟ ନିର୍ଦ୍ଦେଶନାମାକୁ ପାଳନ କରିବାକୁ କୁହାଯାଇଛି। ନିଜ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଜିଆରଏସମାନଙ୍କୁ ଜିଲ୍ଲାର ଅନ୍ୟ ପଞ୍ଚାୟତକୁ ବଦଳି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଗୋଟିଏ ନିର୍ଦ୍ଦିଷ୍ଟ ବ୍ଲକରେ ୫ବର୍ଷ ଧରି ଏପିଓ ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଜିଲ୍ଲାର ଅନ୍ୟ କୌଣସି ବ୍ଲକକୁ ବଦଳି କରାଯିବ। ଏଥିପାଇଁ ୨୦୧୯ ଅଗଷ୍ଟ ୨୦ତାରିଖରେ ବିଭାଗୀୟ ନିର୍ଦ୍ଦେଶନାମାକୁ ପାଳନ କରିବାକୁ କୁହାଯାଇଛି।

ଯେଉଁ ଏପିଓମାନେ ଏବେ ନିଜ ବ୍ଲକରେ କାମ କରୁଛନ୍ତି ସେମାନଙ୍କୁ ଜିଲ୍ଲାର ଅନ୍ୟ ବ୍ଲକକୁ ମଧ୍ୟ ବଦଳି କରାଯିବ। କୌଣସି ଏପିଓ ନିଜ ଗୃହ ବ୍ଲକରେ କାର୍ଯ୍ୟ କରିପାରିବେ ନାହିଁ। ଏହି ବଦଳି ନୀତିକୁ ଚଳିତମାସ ୩୧ତାରିଖ ସୁଦ୍ଧା ଶେଷ କରି ନଭେମ୍ବର ୫ତାରିଖ ମଧ୍ୟରେ ବିଭାଗକୁ ସୂଚିତ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story