ଜିଏସଟି ବୈଠକ: ପର୍ଯ୍ୟାୟକ୍ରମେ ଓଡ଼ିଶା ପାଇବ ସିଏସଟି କ୍ଷତିପୂରଣ

ନୁଆଦିଲ୍ଲୀ: ସାରାଦେଶରେ ଜିଏସଟି ଲାଗୁ ପୂର୍ବରୁ  ସିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶା ପାଇବାକୁ ଥିବା ବାକି ଟଙ୍କା କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ଭରଣା କରିବେ । ଦିଲ୍ଲୀରେ ବସିଥିବା ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ଏମ୍ପାୱାର୍ଡ କମିଟି ରେ ଏହି ଭରସା ଦେଇଛି କେନ୍ଦ୍ର । ବୈଠକରେ ଯୋଗଦେଇ ଓଡ଼ିଶା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ,ଜିଏସଟି ଲାଗୁ ପୂର୍ବରୁ ସିଏସଟି କ୍ଷତିପୂରଣ ବାବଦକୁ ରାଜ୍ୟ ପାଇବାକୁ ଥିବା ବାକି ଟଙ୍କା ଖୁବଶୀଘ୍ର ଦେବାକୁ ଦାବି କରିଥିଲା । ପର୍ଯ୍ୟାୟକ୍ରମେ ଏହା ଦେବାକୁ […]

gst

gst

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 12:24 PM IST

Sports

Latest News

ନୁଆଦିଲ୍ଲୀ: ସାରାଦେଶରେ ଜିଏସଟି ଲାଗୁ ପୂର୍ବରୁ  ସିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶା ପାଇବାକୁ ଥିବା ବାକି ଟଙ୍କା କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ଭରଣା କରିବେ । ଦିଲ୍ଲୀରେ ବସିଥିବା ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ଏମ୍ପାୱାର୍ଡ କମିଟି ରେ ଏହି ଭରସା ଦେଇଛି କେନ୍ଦ୍ର । ବୈଠକରେ ଯୋଗଦେଇ ଓଡ଼ିଶା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ,ଜିଏସଟି ଲାଗୁ ପୂର୍ବରୁ ସିଏସଟି କ୍ଷତିପୂରଣ ବାବଦକୁ ରାଜ୍ୟ ପାଇବାକୁ ଥିବା ବାକି ଟଙ୍କା ଖୁବଶୀଘ୍ର ଦେବାକୁ ଦାବି କରିଥିଲା ।

ପର୍ଯ୍ୟାୟକ୍ରମେ ଏହା ଦେବାକୁ କେନ୍ଦ୍ରସରକାର ପ୍ରତିଶୃତି ଦେଇଛନ୍ତି । ଖଣି ପ୍ରଦୂଷଣ ପାଇଁ ରାଜ୍ୟ ନିମନ୍ତେ ଗ୍ରୀନଟ୍ୟାକ୍ସ ବାବଦରେ କିଛି ଆର୍ଥିକ ବ୍ୟବସ୍ଥା ରଖାଯାଉ,ଏମ୍ପାୱାର୍ଡ କମିଟି ଭୋଟିଂରେ ରାଜ୍ୟ ଅଧିକ ଭାଗ ରହୁ ଏବଂ ଟବାକୋ ଟ୍ୟାକ୍ସ ପାଇଁ ରାଜ୍ୟକୁ କ୍ଷମତା ଦିଆଯାଉ ଭଳି ଆଉ ୩ଟି ଦାବି ରଖିଥିଲା ଓଡ଼ିଶା ।

ଆଗାମୀ ଆର୍ଥିକ ବର୍ଷରୁ ସାରା ଦେଶରେ କେମିତି ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସଟି ଲାଗୁ ହେବ ସେ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos