ଗ୍ରେନେଡ୍‌ ବିସ୍ଫୋରଣରେ ହାବିଲଦାର ସହିଦ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେନିଂ ବେଳେ ହ୍ୟାଣ୍ଡ୍ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଫଳରେ ଜଣେ ହାବିଲଦାର ସହିଦ ହୋଇଛନ୍ତି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ଭୁବନେଶ୍ୱର ଚନ୍ଦକା ଏସ୍ଓଜି ଟ୍ରେନିଂ ସେଣ୍ଟରରେ ଘଟିଛି। ପୂରା ଘଟଣା ଏମିତି। ଆଜି ଚନ୍ଦକା SOG ଟ୍ରେନିଂ ସେଣ୍ଟରରେ ଯବାନମାନଙ୍କୁ ତାଲିମ ଦିଆଯାଉଥିଲା। ତାଲିମ ପାଇଁ ଜଣେ ହାବିଲଦାରଙ୍କୁ ଏକ ହ୍ୟାଣ୍ଡ୍ ଗ୍ରେନେଡ୍‌ ଦିଆଯାଇଥିଲା। ମାତ୍ର ଅସାବଧାନତା ଯୋଗୁଁ ହ୍ୟାଣ୍ଡ୍ ଗ୍ରେନେଡ୍‌ଟି ବିସ୍ଫୋରଣ କରିଥିଲା। ସମ୍ପୃକ୍ତ […]

blast

blast

Manoranjan Sial
  • Published: Tuesday, 07 April 2020
  • Updated: 07 April 2020, 06:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେନିଂ ବେଳେ ହ୍ୟାଣ୍ଡ୍ ଗ୍ରେନେଡ୍‌ ବିସ୍ଫୋରଣ ଘଟିଛି। ଫଳରେ ଜଣେ ହାବିଲଦାର ସହିଦ ହୋଇଛନ୍ତି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ଭୁବନେଶ୍ୱର ଚନ୍ଦକା ଏସ୍ଓଜି ଟ୍ରେନିଂ ସେଣ୍ଟରରେ ଘଟିଛି।

ପୂରା ଘଟଣା ଏମିତି। ଆଜି ଚନ୍ଦକା SOG ଟ୍ରେନିଂ ସେଣ୍ଟରରେ ଯବାନମାନଙ୍କୁ ତାଲିମ ଦିଆଯାଉଥିଲା। ତାଲିମ ପାଇଁ ଜଣେ ହାବିଲଦାରଙ୍କୁ ଏକ ହ୍ୟାଣ୍ଡ୍ ଗ୍ରେନେଡ୍‌ ଦିଆଯାଇଥିଲା। ମାତ୍ର ଅସାବଧାନତା ଯୋଗୁଁ ହ୍ୟାଣ୍ଡ୍ ଗ୍ରେନେଡ୍‌ଟି ବିସ୍ଫୋରଣ କରିଥିଲା। ସମ୍ପୃକ୍ତ ଯବାନଙ୍କୁ ବଞ୍ଚାଇବାକୁ ଯାଇ ହାବିଲ୍‌ଦାର ପ୍ରକାଶ ସାହୁ ସହିଦ୍‌ ହୋଇଛନ୍ତି। ଏହାଛଡ଼ା ଅନ୍ୟ ୨ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos