ଚିକେନ୍ ନୁହେଁ, ଦିଦି ଜୋରଜବରଦସ୍ତି ଦେଇଥିଲେ କଲରା ଭଜା

ବଣାଇ (ରଣଜିତ୍ ଚୌଧୁରୀ): ମଧ୍ୟାହ୍ନ ଭୋଜନରେ ଚିକେନ୍‌ ଖାଇ ସସ୍‌ପେଣ୍ଡ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଇଓଙ୍କ ସମର୍ଥନରେ ବାହାରିଛନ୍ତି ତିଲେଇମାଲ ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଟୁପି ଚାନ୍ଦ କିଷାନ ଓ ଜଣେ ଶିକ୍ଷୟିତ୍ରୀ। ବିଇଓଙ୍କ ମିଛଟାରେ ଫସେଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି। ଶ୍ରୀ କିଷାନ କହିଛନ୍ତି, “ବିଇଓଙ୍କ ନାଁରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ବିଇଓ ଚିକେନ୍ ନୁହେଁ, ସାଧା ଖାଇଥିଲେ। ବିଇଓଙ୍କୁ ଫସାଇବା ଲାଗି ଏହା ଏକ ଷଡ଼ଯନ୍ତ୍ର। ଘଟଣାର ତଦନ୍ତ […]

BEO

BEO

Jyoshna Pradhan
  • Published: Sunday, 13 October 2019
  • Updated: 13 October 2019, 02:54 PM IST

Sports

Latest News

ବଣାଇ (ରଣଜିତ୍ ଚୌଧୁରୀ): ମଧ୍ୟାହ୍ନ ଭୋଜନରେ ଚିକେନ୍‌ ଖାଇ ସସ୍‌ପେଣ୍ଡ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଇଓଙ୍କ ସମର୍ଥନରେ ବାହାରିଛନ୍ତି ତିଲେଇମାଲ ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଟୁପି ଚାନ୍ଦ କିଷାନ ଓ ଜଣେ ଶିକ୍ଷୟିତ୍ରୀ। ବିଇଓଙ୍କ ମିଛଟାରେ ଫସେଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି।

ଶ୍ରୀ କିଷାନ କହିଛନ୍ତି, “ବିଇଓଙ୍କ ନାଁରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ବିଇଓ ଚିକେନ୍ ନୁହେଁ, ସାଧା ଖାଇଥିଲେ। ବିଇଓଙ୍କୁ ଫସାଇବା ଲାଗି ଏହା ଏକ ଷଡ଼ଯନ୍ତ୍ର। ଘଟଣାର ତଦନ୍ତ ନକରି ସସ୍‌ପେଣ୍ଡ୍‌ କରିବା ଠିକ୍ ନୁହେଁ। ଏହାଦ୍ୱାରା ସ୍କୁଲ୍‌ ବଦନାମ ହେଉଛି।”

ସେହିପରି ସ୍କୁଲ୍‌ର ଶିକ୍ଷୟିତ୍ରୀ ହୀରାବତି ସାହୁ କହିଛନ୍ତି, “ମୁଁ ପ୍ରତିଦିନ ଘରୁ ଖାଇବା ଧରି ଯାଏ। ସେହିଦିନ ମୁଁ କଲରା ଭଜା ନେଇ ଯାଇଥିଲି। ବିଇଓ ଆଜ୍ଞା ଭଜା ଖାଇବାକୁ ମନା କରିଥିଲେ। ଛୁଆମାନଙ୍କୁ ଡାଲି ଦିଆଯାଇଥିବାରୁ ସେ ଏହାକୁ ଖାଇବେ ନାହିଁ ବୋଲି କହିଥିଲେ। ନାହିଁ ଆଜ୍ଞା ଖାଇ ଦିଅନ୍ତୁ କହି ମୁଁ ଜୋରଜବରଦସ୍ତି ଦେଇଥିଲି। ବିଇଓ ଆଜ୍ଞାଙ୍କ ଖାଇବାକୁ ଇଚ୍ଛା ନଥିଲା। ସୌଜନ୍ୟତା ଦୃଷ୍ଟିରୁ ତାଙ୍କୁ ଖାଇବାକୁ ଦେଇଥିଲୁ।  ଆମ ସ୍କୁଲ୍‌ରେ ଚିକେନ୍ ଜମାରୁ ହୁଏନି। ପୁଣି ସେଦିନ ଗୁରୁବାର ଥିଲା। ବିଇଓ ଆଜ୍ଞାକୁ ମିଛ କେସ୍‌ରେ ଫସାଇ ଦିଆଯାଇଛି।”

ସୂଚନାଯୋଗ୍ୟ, ଗତ ୩ ତାରିଖରେ ନିଲମ୍ୱିତ ବଣାଇ ବିଇଓ ବିନୟ ପ୍ରକାଶ ତିଲେଇମାଲ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। କେମିତି ପାଠପଢ଼ା ଚାଲିଛି, ତାହା ଦେଖିବା ସହ ମଧ୍ୟାହ୍ନ ଭୋଜନ ମାନ ବି ଯାଞ୍ଚ କରିଥିଲେ। ଏହି ଗସ୍ତ ବେଳେ ସେ ପିଲାଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ।  ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଟୁପି ଚନ୍ଦନ କିଷାନ ମଧ୍ୟ ସେମାନଙ୍କ ସହିତ ବସିଥିଲେ। ପିଲାମାନଙ୍କୁ ଖାଲି ଭାତ ଦିଆଯାଇଥିବା ବେଳେ ବିଇଓଙ୍କୁ ଭାତ ଓ ଡାଲି ସହ ଚିକେନ ତରକାରି ଦିଆଯାଇଥିଲା।  ଏ ଫଟୋ ଭାଇରାଲ୍ ହେବା ପରେ ବିଇଓଙ୍କୁ ସସ୍‌ପେଣ୍ଡ୍ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story