ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଡିପ୍‌ ଡିପ୍ରେସନରେ ପରିଣତ ହେବ ଲଘୁଚାପ: ଆଜିଠୁ ବର୍ଷା

<p>ଭୁବନେଶ୍ୱର: ବଙ୍ଗୋପସାଗରରୁ ଉପକୂଳ ଆଡ଼କୁ ମୁହାଁଇଛି ଲଘୁଚାପ। ପାଣିପାଗ ବିଭାଗର ସୂଚନା ଅନୁସାରେ ଗୋପାଳପୁରଠାରୁ ଏବେ ପ୍ରାୟ ୧୨ ଶହ କିଲୋମିଟର ଦୂରରେ ରହିଛି ଲଘୁଚାପ। ଏହାର ଗତି ଉତ୍ତର-ପଶ୍ଚିମ ଅର୍ଥାତ ଆନ୍ଧ୍ର ଉପକୂଳ ଆଡ଼କୁ ରହିଛି। ଯାହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ।&nbsp; ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଡିପ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବ। ଏପରିକି ଏହି ସମୟରେ ପବନର ବେଗ ୪୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ରହିପାରେ।</p> <p>ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ।&nbsp; ପ୍ରଭାବିତ ହେବାକୁ ଥିବା ୧୮ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି।&nbsp; ବର୍ଷାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।</p>

Ordigital Desk
  • Published: Thursday, 07 December 2017
  • Updated: 07 December 2017, 07:56 AM IST

Sports

Latest News

<p>ଭୁବନେଶ୍ୱର: ବଙ୍ଗୋପସାଗରରୁ ଉପକୂଳ ଆଡ଼କୁ ମୁହାଁଇଛି ଲଘୁଚାପ। ପାଣିପାଗ ବିଭାଗର ସୂଚନା ଅନୁସାରେ ଗୋପାଳପୁରଠାରୁ ଏବେ ପ୍ରାୟ ୧୨ ଶହ କିଲୋମିଟର ଦୂରରେ ରହିଛି ଲଘୁଚାପ। ଏହାର ଗତି ଉତ୍ତର-ପଶ୍ଚିମ ଅର୍ଥାତ ଆନ୍ଧ୍ର ଉପକୂଳ ଆଡ଼କୁ ରହିଛି। ଯାହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ଛୁଇଁବ।&nbsp; ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଡିପ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବ। ଏପରିକି ଏହି ସମୟରେ ପବନର ବେଗ ୪୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ରହିପାରେ।</p><p>ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ।&nbsp; ପ୍ରଭାବିତ ହେବାକୁ ଥିବା ୧୮ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି।&nbsp; ବର୍ଷାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos