ଦିନସାରା ବାହାରେ ବସିଲେ କ୍ୟାନ୍‌ସର ରୋଗୀ, ଘରେ ପୂରାଇ ଦେଲେନି ମାଲିକ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’କୁ ଭୟ ନକରିବାକୁ ବାରମ୍ୱାର ଅପିଲ୍‌ କରାଯାଉଛି। ଏହା ସତ୍ତ୍ୱେ ବାଲେଶ୍ୱର ସଦର ମହକୁମାରେ ଜଣେ ଭଡ଼ାଟିଆ କ୍ୟାନସର ରୋଗୀଙ୍କୁ ଘର ମାଲିକ ଘରେ ପଶିବାକୁ ଅନୁମତି ଦେଇନାହିଁ। ଯାହାଫଳରେ ରୋଗୀ ଜଣକ ଦିନତମାମ ବାହାରେ ବସିଛନ୍ତି। ପୂରା ଘଟଣା ଏମିତି। ସୁରେଶ ଶର୍ମା ଦୀର୍ଘ ବର୍ଷ ଧରି ସହଦେବଖୁଣ୍ଟା ଅଞ୍ଚଳରେ ଲକ୍ଷ୍ମୀଧର ଭୂଇଁଆଙ୍କ ଘର ଭଡ଼ା ନେଇ ରହୁଥିଲେ। ସୁରେଶ ଜଣେ କ୍ୟାନ୍‌ସର ରୋଗୀ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ଗତକାଲି ଭୁବନେଶ୍ୱର ଆସିଥିଲେ। […]

balasore

balasore

Manoranjan Sial
  • Published: Thursday, 16 April 2020
  • Updated: 16 April 2020, 07:49 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’କୁ ଭୟ ନକରିବାକୁ ବାରମ୍ୱାର ଅପିଲ୍‌ କରାଯାଉଛି। ଏହା ସତ୍ତ୍ୱେ ବାଲେଶ୍ୱର ସଦର ମହକୁମାରେ ଜଣେ ଭଡ଼ାଟିଆ କ୍ୟାନସର ରୋଗୀଙ୍କୁ ଘର ମାଲିକ ଘରେ ପଶିବାକୁ ଅନୁମତି ଦେଇନାହିଁ। ଯାହାଫଳରେ ରୋଗୀ ଜଣକ ଦିନତମାମ ବାହାରେ ବସିଛନ୍ତି।

ପୂରା ଘଟଣା ଏମିତି। ସୁରେଶ ଶର୍ମା ଦୀର୍ଘ ବର୍ଷ ଧରି ସହଦେବଖୁଣ୍ଟା ଅଞ୍ଚଳରେ ଲକ୍ଷ୍ମୀଧର ଭୂଇଁଆଙ୍କ ଘର ଭଡ଼ା ନେଇ ରହୁଥିଲେ। ସୁରେଶ ଜଣେ କ୍ୟାନ୍‌ସର ରୋଗୀ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ଗତକାଲି ଭୁବନେଶ୍ୱର ଆସିଥିଲେ। ସାଙ୍ଗରେ ଥିଲେ ସୁରେଶଙ୍କ ପତ୍ନୀ ଓ ପୁଅ। ଏଥିପାଇଁ ଘର ମାଲିକଙ୍କଠାରୁ ପରାମର୍ଶ ନେଇଥିଲେ।

ମେଡିକାଲ୍‌ ଚେକ୍‌ଅପ୍‌ ପରେ ସେମାନେ ଆଜି ବାଲେଶ୍ୱରକୁ ଫେରିଥିଲେ। ମଧ୍ୟାହ୍ନରେ ସେମାନେ ସହଦେବଖୁଣ୍ଟା ଘରେ ପହଞ୍ଚିଥିଲେ। ମାତ୍ର ଘର ମାଲିକ ସେମାନଙ୍କୁ ଘର ଭିତରକୁ ପଶିବାକୁ ଅନୁମତି ଦେଇନଥିଲେ। ଯାହାଫଳରେ ଦିନ ସାଢ଼େ ୧୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବାହାରେ ବସିଥିଲେ। ଖବର ପାଇଁ ଏଡିଏମ୍‌ଓ, ସହଦେବଖୁଣ୍ଟା ତହସିଲଦାର ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଘର ମାଲିକଙ୍କ ପୁଅଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିବା ଅଭିଯୋଗ ହୋଇଛି। ଶେଷ ଖବର ସୁଦ୍ଧା ଜିଲ୍ଲା ପ୍ରଶାସନ ସେମାନଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos