ତେଜରାତି ଦୋକାନରୁ କୋଟିପତି: ଅର୍ଚ୍ଚନାଙ୍କୁ ବାହା ହେବା ପରେ ବଦଳିଲା ଭାଗ୍ୟ

ଜଳେଶ୍ୱର(ଅଜିତ ଦାସ): ତେଜରାତି ଦୋକାନ କରି ଚଳୁଥିବା ଜଗବନ୍ଧୁ ଚାନ୍ଦ କେମିତି ହେଲେ କୋଟିପତି? ଗତ ୪ ବର୍ଷ ଭିତରେ ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନା କେମିତି ତିଆରି କଲେ ବିଶାଳ ସାମ୍ରାଜ୍ୟ? କାହା ଛତ୍ରଛାୟା ତଳେ ଉଭୟ ସ୍ୱାମୀ-ସ୍ତ୍ରୀ ଚଲାଉଥିଲେ ସୈତାନୀ ଚାଲ୍‌? ଅର୍ଚ୍ଚନା ଗିରଫ ପରେ ସାଧାରଣରେ ଏମିତି ଅସମାରହିତ ପ୍ରଶ୍ନ ଉଙ୍କି ମାରୁଛି। ହେଲେ ଏହି ହାଇପ୍ରୋଫାଇଲ୍‌ ମାମଲାକୁ ନେଇ ମୁହଁ ଖୋଲୁନି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ବାଲେଶ୍ୱର ଜିଲ୍ଲା ନେତୁଆ […]

Archana

Archana

Manoranjan Sial
  • Published: Saturday, 08 October 2022
  • Updated: 08 October 2022, 08:23 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ତେଜରାତି ଦୋକାନ କରି ଚଳୁଥିବା ଜଗବନ୍ଧୁ ଚାନ୍ଦ କେମିତି ହେଲେ କୋଟିପତି? ଗତ ୪ ବର୍ଷ ଭିତରେ ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନା କେମିତି ତିଆରି କଲେ ବିଶାଳ ସାମ୍ରାଜ୍ୟ? କାହା ଛତ୍ରଛାୟା ତଳେ ଉଭୟ ସ୍ୱାମୀ-ସ୍ତ୍ରୀ ଚଲାଉଥିଲେ ସୈତାନୀ ଚାଲ୍‌? ଅର୍ଚ୍ଚନା ଗିରଫ ପରେ ସାଧାରଣରେ ଏମିତି ଅସମାରହିତ ପ୍ରଶ୍ନ ଉଙ୍କି ମାରୁଛି। ହେଲେ ଏହି ହାଇପ୍ରୋଫାଇଲ୍‌ ମାମଲାକୁ ନେଇ ମୁହଁ ଖୋଲୁନି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌।

ବାଲେଶ୍ୱର ଜିଲ୍ଲା ନେତୁଆ ପଞ୍ଚାୟତ ବାଉଁଶବାଣୀ ଗାଁରେ ଜଗବନ୍ଧୁ ଚାନ୍ଦ। ୧୫ ବର୍ଷ ତଳେ ଜଗବନ୍ଧୁ, ତାଙ୍କ ବଡ଼ ଭାଇ ବୈକୁଣ୍ଠ ଓ ବାପା ମିଶି ଗାଁରେ ଖୋଲିଥିଲେ ତେଜରାତି ଦୋକାନ। ସେଥିରୁ ଯାହା ଉପାର୍ଜନ ହେଉଥିଲା, ସେଥିରେ ଚଳୁଥିଲା ପୂରା ପରିବାର। ଏକ ଆଜବେଷ୍ଟସ୍‌ ଘରେ ସମସ୍ତେ ରହୁଥିଲେ। ୪ ବର୍ଷ ତଳେ ଜଗବନ୍ଧୁ ରାଜଧାନୀ ଭୁବନେଶ୍ୱର ପଳାଇ ଆସି ଥିଲେ। ଏଠାରେ ଜଣେ ବନ୍ଧୁଙ୍କ ସହ ମିଶି କରୁଥିଲେ ପୁରୁଣା ଗାଡ଼ି ବେପାର। ସେହି ସମୟରେ ତାଙ୍କ ସହ ଦେଖା ହୋଇଥିଲା ଅର୍ଚ୍ଚନା ନାଗ। ତା’ପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ବାହାଘର ହୋଇଥିଲା। ତେବେ ଏହି ୪ ବର୍ଷ ଭିତରେ ଜଗବନ୍ଧୁ ଓ ଅର୍ଚ୍ଚନା କ’ଣ ଏମିତି ପାଇଲେ ଯେ କୁବେର ପାଲଟି ଗଲେ?

Blackmaler

ବାପା, ମାଆ, ଭାଇ ଗାଁରେ ଆଜବେଷ୍ଟସ୍‌ ଘରେ ରହୁଥିବା ବେଳେ ଜଗବନ୍ଧୁ ଓ ଅର୍ଚ୍ଚନା ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଗଢ଼ିଥିଲେ ଗଗନଶ୍ଚୁମ୍ଭୀ ଅଟ୍ଟାଳିକା। ଆଉ ଘର ସଜାଇଥିଲେ ଆଖି ଖୋସି ହୋଇଗଲା ଭଳି ଆସବାବପତ୍ରରେ। ଘରେ ଥିଲା ଲକ୍ଷାଧିକ ଟଙ୍କାର ପଲଙ୍କ, ସୋଫା ଓ ଅନ୍ୟାନ୍ୟ ଫର୍ଣ୍ଣିଚର। ବିନ୍ଦାସ୍‌ ଲାଇଫ୍‌ଷ୍ଟାଇଲରେ ବିତାଉଥିବା ଅର୍ଚ୍ଚନା ଓ ଜଗବନ୍ଧୁ ଚଢ଼ୁଥିଲେ ନାମୀଦାମୀ ଗାଡ଼ି। ବିଏମଡବ୍ଲୁ, ଫର୍ଡ ଏଣ୍ଡେଭର, ସୁଜୁକି ସ୍ୱିପ୍ଟ, ଓ ମହିନ୍ଦ୍ରା ଥର୍‌ ଭଳି ଅନେକ କାର ତାଙ୍କ ପାଖରେ ରହିଛି। ତାଙ୍କ ପାଖରେ ହାର୍ଲି ଡେଭିଡସନ ବାଇକ୍‌ ମଧ୍ୟ ରହିଛି। ମାଡ଼ାମ୍‌ଙ୍କ ପାଖରେ ଘୋଡା, ନଖରାରେ ଫାର୍ମ ହାଉସ ଓ କାର୍ ସୋରୁମ୍ ରହିଥିବା ଜଣାପଡିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଅର୍ଚ୍ଚନା କୋଟିକୋଟି ଟଙ୍କା ମାଲିକାଣୀ ହେଲେ କେମିତି? ଏହାର ଉତ୍ତର କାହା ପାଖରେ ନାହିଁ। ଏପରିକି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଏନେଇ ମୁହଁ ଖୋଲୁନାହିଁ। ରାତି ଅଧିଆ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଡ଼ବଡ଼ିଆଙ୍କୁ ମୁଖା ଖୋଲିଯିବା ଭୟରେ ପୁଲିସ୍‌ ଚୁପ୍‌ ରହୁଛି କି? ଏପରି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

ଶୁଣିବାକୁ ମିଳୁଛି ଅର୍ଚ୍ଚନା ପ୍ରଥମରେ ବିଭିନ୍ନ ସୋଶାଲ୍‌ ମିଡ଼ିଆରେ ବନ୍ଧୁତା କରୁଥିଲେ। ତା’ପରେ ମିଠା ମିଠା କଥା କହି ସେମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ। ପରେ ବିଭିନ୍ନ ବାହାନା କରି ନିଜ ଇନ୍ଦ୍ର ମହଲ୍‌ ପରି କରିଥିବା ଘରକୁ ଡାକୁଥିଲେ। କଥା ହେବା ବାହାନାରେ ଘରେ ଖଞ୍ଜିଥିବା ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଶୁଟିଂ କରୁଥିଲେ। ଆଉ ତା’ପରେ ଖେଳ ଆରମ୍ଭ କରୁଥିଲେ ବ୍ଲାକମେଲର। ଭିଡିଓ ଦେଖାଇ କରୁଥିଲେ ବ୍ଲାକମେଲିଂ। ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା।

ସେପଟେ ଅର୍ଚ୍ଚନାଙ୍କ ପାଓ୍ୱାରପଫୁଲ ଲିଙ୍କ ସାମ୍ନାକୁ ଆସିିବା ପରେ ତେଜିଛି ରାଜନୀତି। ମହିଳାଙ୍କ ସହ ସଂପର୍କ ଥିବା ରାଜନେତା ଓ ବ୍ୟୁରୋକ୍ରାଟ୍‌ଙ୍କ ନାଁ ପୁଲିସ କାହିଁକି କାଢୁନି ବୋଲି ପଚାରିଛି ବିଜେପି। ପୁଲିସ ଚାପରେ ରହି କାମ କରୁଥିବା ଦଳ ଅଭିଯୋଗ କରିଛି। ତେବେ କଂଗ୍ରେସ, ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି। ଦୁଇ ଦଳର ନେତାଙ୍କ ଦୁର୍ନୀତ ଟଙ୍କା ଏଭଳି ଢଙ୍ଗରେ ଖର୍ଚ୍ଚ ହୁଏ ବୋଲି ଦଳ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story