ବଙ୍ଗୀୟ ଲଳନାଙ୍କୁ କେମିତି ମନ ଦେଇ ବସିଲେ ଡ୍ୟାନି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଥମେ ଚୋରା ପ୍ରେମ, ପରିଣୟ ଆଉ ଶେଷରେ ବିବାହ। ଆମେ କହୁଛୁ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ ଓଲିଉଡ୍ ଅଭିନେତ୍ରୀ ଝିଲିକ୍‌ଙ୍କ କଥା। ଗତକାଲି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ଉଭୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏ ଯୋଡ଼ିଙ୍କ ବିବାହ ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଛି। ଏପଟେ ଅରିନ୍ଦମ୍ ଓ ଅର୍ଦ୍ଧେନ୍ଦୁଙ୍କ ପରେ ଝିଲିକ୍ ବି ପାଓ୍ୱାର ସହ ଗ୍ଲାମର ଦୁନିଆରେ ପୁଣି ଏକ ନୂଆ ଯୁଗଳବନ୍ଦୀର ନଜିର […]

nbc00

nbc00

Tapas Behera
  • Published: Thursday, 12 March 2020
  • Updated: 12 March 2020, 08:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଥମେ ଚୋରା ପ୍ରେମ, ପରିଣୟ ଆଉ ଶେଷରେ ବିବାହ। ଆମେ କହୁଛୁ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ ଓଲିଉଡ୍ ଅଭିନେତ୍ରୀ ଝିଲିକ୍‌ଙ୍କ କଥା। ଗତକାଲି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ଉଭୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏ ଯୋଡ଼ିଙ୍କ ବିବାହ ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଛି। ଏପଟେ ଅରିନ୍ଦମ୍ ଓ ଅର୍ଦ୍ଧେନ୍ଦୁଙ୍କ ପରେ ଝିଲିକ୍ ବି ପାଓ୍ୱାର ସହ ଗ୍ଲାମର ଦୁନିଆରେ ପୁଣି ଏକ ନୂଆ ଯୁଗଳବନ୍ଦୀର ନଜିର ସୃଷ୍ଟି କରିଛନ୍ତି।

ଗଲା କିଛି ଦିନ ଧରି ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ। ଓଲିଉଡ୍‌ର ଚୁଲବୁଲି ନାୟିକା ଝିଲିକ୍‌ ଭଟାଚାର୍ଯ୍ୟ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ଟାଣି ପରସ୍ପରକୁ ବିବାହ କରିଛନ୍ତି ।

ଜଣେ ରାଜନୀତି ଓ ଅନ୍ୟ ଜଣେ ଅଭିନୟ କ୍ଷେତ୍ରରେ ବେଶ୍ ପରିଚିତ ଚେହେରା ଥିଲେ ବି ପବ୍ଲିକ୍ ଓ ମିଡିଆ ଆଢୁଆଳରେ ଗୁପ୍ତ ଭାବେ ବିବାହ କରିଛନ୍ତି ଏ ପ୍ରେମୀ ଯୁଗଳ । ଗତକାଲି ଚିଲିକାର ଏକ ରିସୋର୍ଟରେ ନିରାଡ଼ମ୍ବର ଭାବେ ଆୟୋଜିତ ହୋଇଛି ଏମାନଙ୍କ ବିବାହ ଉତ୍ସବ । ଯେଉଁଥିରେ ଯୋଗଦେଇଥିଲେ ଉଭୟଙ୍କ ପରିବାରର ସଦସ୍ୟ ଓ କିଛି ହାତ ଗଣତି ଅନ୍ତରଙ୍ଗ ବନ୍ଧୁ । ବିବାହ ପରେ ଆଜି ଭୁବନେଶ୍ୱର ଫେରି ଏକ ଶିଶୁ ଯତ୍ନ କେନ୍ଦ୍ରରେ ମିଠା ବାଣ୍ଟି ପବ୍ଲିକକୁ ଆସିଥିଲେ ଉଭୟ। ଏ ସମ୍ପର୍କରେ ଝିଲକ କହିଛନ୍ତି ଯେ ସବୁକିଛି ସରପ୍ରାଇଜ୍‌ ଥିଲା। କେମିତି ଆମ ଦୁହେଁଙ୍କ ମଧ୍ୟରେ ପ୍ରେମ ହୋଇ ବାହାଘର ହୋଇଗଲା ସେ ସବୁ କିଛି ସର୍‌ପ୍ରାଇଜ୍‌ ଥିଲା।

ରିଲ୍ ଲାଇଫରୁ ଆସି ପଲିଟିକାଲ ଫାମିଲି ସହ ଆଟାଚ୍ ହେବାରେ ଝିଲିକ୍ ପ୍ରଥମ ନୁହଁନ୍ତି।  ତାଙ୍କ ପୂର୍ବରୁ ଏ ଧାରାରେ ସାମିଲ ହୋଇଛନ୍ତି ଅଭିନେତା ଅରିନ୍ଦମ୍। ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀଙ୍କୁ ସେ ବିବାହ କରିଛନ୍ତି । ରାଜନୀତି କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ପରିବାରର ଜ୍ୱାଇଁ ହୋଇ ଚର୍ଚ୍ଚାକୁ ଆସିଥିଲେ ସେ।

କିଛି ଦିନ ତଳେ ରାଜ୍ୟର ଅନ୍ୟତମ ପୁରୁଖା, ପ୍ରଭାବଶାଳୀ ଓ ଅଭିଜ୍ଞ ରାଜନେତା ପ୍ରଦୀପ ମହାରଥୀଙ୍କ ଏକମାତ୍ର କନ୍ୟା ପଲ୍ଲବୀଙ୍କୁ ବିବାହ କରିଥିଲେ ଅର୍ଦ୍ଧେନ୍ଦୁ । ଆଉ ଏବେ ଝିଲିକ୍ ଓ ଡ୍ୟାନିଙ୍କ ଯୋଡ଼ି ପରେ ପାଓ୍ୱାର-ଗ୍ଲାମର ଯୋଡ଼ି ଧାରାରେ ଆଉ ଏକ ଫର୍ଦ୍ଦ ଯୋଡ଼ିହୋଇଛି। ୨୦୧୩ରେ ଫିଲ୍ମ ଟାର୍ଗେଟ୍ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିବା ବଙ୍ଗୀୟ ନାୟିକା ଝିଲିକ୍ ୨୦୧୯ ଯାଏଁ ଇଣ୍ଡଷ୍ଟ୍ରିରେ ବେଶ୍ ସକ୍ରିୟ ଥିଲେ । ଓଡ଼ିଆ ସିନେମାର ସବୁ ଆଗଧାଡ଼ିର ନାୟକଙ୍କ ସହ ଅଭିନୟ କରିଛନ୍ତି ସେ । ତା’ ସହ କିଛି ବଙ୍ଗଳା ସିନେମା ଓ ବିଜ୍ଞାପନ ଫିଲ୍ମରେ ତାଙ୍କ ଅଭିନୟ ଯାଦୁ ଦେଖାଇଥିବା ଝିଲିକ୍ ଏବେ ଡ୍ୟାନିଙ୍କ ସହ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଇନିଂସ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos