କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଯୌନ ଶୋଷଣ ଅଭିଯୋଗ ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ୍ ଅଟକ ରଖିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍ ତାଙ୍କୁ ଉଠାଇ ନେଇଥିଲା। ଆଜି ସକାଳେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ପ୍ରମୋଦଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ। ଏମିତିକି ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ ଫୋନ୍ କଲ୍ ଓ ମେସେଜ୍ରେ କଥାବାର୍ତ୍ତା କରିଥିବାର ପ୍ରମାଣ ପୁଲିସ୍ ଏବଂ ଗଣମାଧ୍ୟମକୁ ପୀଡ଼ିତା ଦେଖାଇଥିଲେ। ପ୍ରମୋଦ ତାଙ୍କ ଫାର୍ମ ହାଉସ୍ରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ମଧ୍ୟ ପୀଡ଼ିତା ଅଭିଯୋଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବାବା କେଟିଏମ୍ ବାଇକ୍ରେ ଝିଅ ଧରି ବୁଲୁଥିଲେ...
ଯୁବତୀ ଜଣକ ଆହୁରି କହିଛନ୍ତି, ବିଜ୍ଞାନ ଯୁଗରେ ଲୋକମାନେ ନାନା ସମସ୍ୟା ନେଇ ବାବାଙ୍କ ପାଖକୁ ଯାଉଥିବା ଦେଖିବାକୁ ପାଇଥିଲି। ଯେଉଁ ମହିଳାଙ୍କର ପିଲା ଛୁଆ ହେଉନଥିଲା ବା ଯାହାକୁ କ୍ୟାନସର ପରି ଦୋରାରୋଗ ହୋଇଥିଲା, ସେମାନେ ବାବାଙ୍କ ପାଖକୁ ଯାଉଥିଲେ।
Crime
ବାଘ ଛାଲ ବିକ୍ରି ପାଇଁ ନେଉଥିବା ବେଳେ ମାଡ଼ି ବସିଲା ବନ ବିଭାଗ
୪ ଜଣ ତସ୍କର କଲରାପତରିଆ ବାଘ ଚାଲ ବିକ୍ରି ପାଇଁ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ବାରିପଦା ବନଖଣ୍ଡ ଓ ଶିମିଳିପାଳର ସ୍ଵତନ୍ତ୍ର ଟିମ୍ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ ଚଢ଼ଉ କରିଥିଲା।
Politics
ଅଫେରା ପଥରେ ବିଜେପିର ଭେଟ୍ରାନ୍ ଲିଡର ସମୀର ଦେ
ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ।
Guest Column
୨୦୩୬ ମସିହାର ଓଡ଼ିଶା କେଉଁଭଳି ହେବ?
ପ୍ରଦୂଷଣ ହେତୁ ଆଜି ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ବେମାରୀରେ ପଡିଛନ୍ତି। ଅନେକ ଏହିହେତୁ ମରିଯାଉଛନ୍ତି। ଚାଷ ଭଲ ହେଉ ନାହିଁ। ଚୂନ ଗୁଣ୍ଡ ପଡ଼ିବାରୁ କୌଣସି ଫସଲ ଭଲ ହେଉନାହିଁ। ପାଚିବା ପୂର୍ବରୁ ଫଳ ଝଡ଼ିଯାଉଛି। ଲୋକେ ଚଳିବେ ବା କେମିତି? ଅଞ୍ଚଳରେ ପାଣି ମଧ୍ୟ ଭଲରେ ମିଳୁନାହିଁ, ନା ପିଇବା ଲାଗି ନା ବ୍ୟବହାର ଲାଗି। ଘର ବାହାରକୁ ବାହାରିଲେ ମୁହଁ ଧଳା ଦେଖାଯାଉଛି।
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।