ଜଗନ୍ନାଥଙ୍କ ଦାରୁ ଚିହ୍ନଟ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ରଘୁନାଥପୁରର ଖରିପଡ଼ିଆଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ଚିହ୍ନଟ ନେଇ ବୁଧବାର ବିଧିବଦ୍ଧ ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଜଗନ୍ନାଥଙ୍କ ଦାରୁ ଚିହ୍ନଟ ନେଇ ବନଯାଗ ଦଳର ଦଳପତିଙ୍କ ରିପୋର୍ଟ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଦାରୁରେ ସମସ୍ତ ଦିବ୍ୟ ସଙ୍କେତ ରହିଥିବା କୁହାଯାଇଛି। ଅପରପକ୍ଷରେ ବନଯାଗ ଦଳ ପକ୍ଷରୁ ଜଗନ୍ନାଥ ବାଡ଼ଗ୍ରାହୀ ସମେତ ମୁଖ୍ୟ ଦଳପତି ଓ ଅନ୍ୟ ଦଇତାପତିମାନେ ଖରିପଡ଼ିଆଠାରେ ଦାରୁ ଚିହ୍ନଟ […]

jagannathdaru

jagannathdaru

Rakesh Mallick
  • Published: Wednesday, 29 April 2015
  • Updated: 29 April 2015, 05:22 AM IST

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ରଘୁନାଥପୁରର ଖରିପଡ଼ିଆଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ଚିହ୍ନଟ ନେଇ ବୁଧବାର ବିଧିବଦ୍ଧ ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଜଗନ୍ନାଥଙ୍କ ଦାରୁ ଚିହ୍ନଟ ନେଇ ବନଯାଗ ଦଳର ଦଳପତିଙ୍କ ରିପୋର୍ଟ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଦାରୁରେ ସମସ୍ତ ଦିବ୍ୟ ସଙ୍କେତ ରହିଥିବା କୁହାଯାଇଛି। ଅପରପକ୍ଷରେ ବନଯାଗ ଦଳ ପକ୍ଷରୁ ଜଗନ୍ନାଥ ବାଡ଼ଗ୍ରାହୀ ସମେତ ମୁଖ୍ୟ ଦଳପତି ଓ ଅନ୍ୟ ଦଇତାପତିମାନେ ଖରିପଡ଼ିଆଠାରେ ଦାରୁ ଚିହ୍ନଟ କରିବା ପରଠାରୁ ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଦାରୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରୁଛନ୍ତି। ତେବେ ଭିତ୍ତିଭୂମି ପ୍ରସ୍ତୁତି ଚାଲିଥିବାରୁ ଆଜି ଦାରୁ ସ୍ଥଳକୁ ନଆସିବା ଲାଗି ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୬ ପ୍ଲାଟୁନ ପୋଲିସ୍ ଫୋର୍ସ ଜଗନ୍ନାଥଙ୍କ ଦାରୁ ନିକଟକୁ ପଠାଯାଇଛି। ଦାରୁ ନିକଟରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆବଶ୍ୟକ ପଡ଼ିଲେ ଅଧିକ ସଂଖ୍ୟକ ପୋଲିସ୍ ଫୋର୍ସ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଶ୍ରୀଜଗନ୍ନାଥଙ୍କ ଦାରୁର ଲକ୍ଷଣ
ଶ୍ରୀଜଗନ୍ନାଥଙ୍କ ଦାରୁର ଲକ୍ଷଣ ଓ ସ୍ଥାନ ନିରୂପଣ ସଂପର୍କରେ ଇନ୍ଦ୍ର ନୀଳମଣି ପୁରାଣରେ ଉଲ୍ଲେଖ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ମହାଦାରୁ ନିର୍ଣ୍ଣୟ କରିବା ପାଇଁ କେତେକ ଲକ୍ଷଣ ଅନୁସରଣ କରାଯାଏ। ଯେମିତିକି ବୃକ୍ଷଟି ଅତି ପୁରାତନ ହୋଇଥିବ। ବୃକ୍ଷଟିର ରଙ୍ଗ କଳା ଓ ଗଣ୍ଡିଟି ସଳଖ ହୋଇଥିବ। ସେହିପରି ଗଣ୍ଡିର ଉଚ୍ଚତା ସାତ ହାତରୁ ବାର ହାତ ଏବଂ ଚାରୋଟି ଶାଖାଯୁକ୍ତ ହୋଇଥିବ। ବୃକ୍ଷ ମୂଳରେ ଉଇ ହୁଙ୍କା ଥିବ। କେତେକ ସାପ ସର୍ବଦାର ଏହି ବୃକ୍ଷକୁ ଜଗି ରହୁଥିବେ। ଏହା ସହିତ ବୃକ୍ଷର ଗଣ୍ଡିରେ ଶଙ୍ଖ, ଚକ୍ରାଦି ଚିହ୍ନ ରହିଥିବ। ଏଥିରେ କୌଣସି ଚଢ଼େଇ ବାସା କରି ନ ଥିବେ। ବୃକ୍ଷଟି ନଦୀକୂଳ, ଶ୍ମଶାନ, ମଠ କିମ୍ବା ମନ୍ଦିର ନିକଟରେ ଥିବ। ବୃକ୍ଷ ନିକଟରେ ବରୁଣ ତଥା ସାହାଡ଼ା ଗଛ ରହିଥିବ। ଏହାର ଡାଳ କଟା ଯାଇନଥିବ।

ପୂର୍ବରୁ ଚିହ୍ନଟ ହୋଇଥିବା ଜଗନ୍ନାଥଙ୍କ ଦାରୁ ସ୍ଥଳ
୧୯୧୨ ମସହାରେ ପ୍ରତାପରୁଦ୍ରପୁର ନୂଆସାହିରେ ଚିହ୍ନଟ ହୋଇଥିଲା ଜଗନ୍ନାଥଙ୍କ ଦାରୁ। ସେହିପରି ୧୯୩୧ ମସିହାରେ ଗବପଡ଼ାରେ ମିଳିଥିଲା ଲୀଳାମୟ ଠାକୁର କାଳିଆ ସାଆନ୍ତଙ୍କ ଦିବ୍ୟ ଦାରୁ। ୧୯୫୦ ମସିହାରେ ଖଡ଼ିହର କାପୁରଠାରେ, ୧୯୬୯ରେ ତାପଙ୍ଗ ନିକଟସ୍ଥ ଚମ୍ପାଝର ଝରଣାକୂଳରେ ଚିହ୍ନଟ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ଦାରୁ। ୧୯୭୭ ମସିହାରେ ପୁରୀ ଜିଲ୍ଲାର ସତ୍ୟବାଦୀସ୍ଥିତ ରାୟଚକ୍ରଧରପୁର ଗାଁରେ ଚିହ୍ନଟ ହୋଇଥିଲା ମହାପ୍ରଭୁଙ୍କ ଦାରୁ। ୧୯୯୬ ମସିହାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଦଧିମାଛଗାଡ଼ିଆ ଗାଁରେ ଏକ ଜମିରେ ଚିହ୍ନଟ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ଦାରୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story