ଜଷ୍ଟିସ ମହାନ୍ତିଙ୍କ ଘରେ ଡକାୟତି ଘଟଣା: ୬ ଗିରଫ, ସାଢ଼େ ୩ ଲକ୍ଷ ଟଙ୍କା ଜବତ

କଟକ: ସାରା ରାଜ୍ୟରେ ଚହଳ ପକାଇଥିବା ଜଷ୍ଟିସ ପି.କେ. ମହାନ୍ତିଙ୍କ ଘରୁ ଡକାୟତି ଘଟଣାର ନାଟକୀୟ ଗୁମର ଖୋଲିଛି କମିଶନରେଟ୍ ପୋଲିସ୍। ମୁଖ୍ୟ ଅଭିଯୁକ୍ତ ସମେତ ପୋଲିସ୍ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩ ଲକ୍ଷ ୫୫ ହଜାର କ୍ୟାସ୍ ଓ ଦୁଇଟି ସୁନା ଖଣ୍ଡ ଜବତ କରିଛି। ଜବତ ସୁନା ଖଣ୍ଡ ଦୁଇଟି ଯଥାକ୍ରମେ ୨୩୦ ଓ ୭୦ ଗ୍ରାମ। ଚୋରି ସୁନାକୁ ବିକ୍ରି କରିବା ଆଗରୁ ଡକାୟତାମାନେ ଏହାକୁ ତରଳାଇ ଦେଇଥିଲେ। […]

cp

cp

Rakesh Mallick
  • Published: Monday, 08 June 2015
  • Updated: 08 June 2015, 05:27 PM IST

କଟକ: ସାରା ରାଜ୍ୟରେ ଚହଳ ପକାଇଥିବା ଜଷ୍ଟିସ ପି.କେ. ମହାନ୍ତିଙ୍କ ଘରୁ ଡକାୟତି ଘଟଣାର ନାଟକୀୟ ଗୁମର ଖୋଲିଛି କମିଶନରେଟ୍ ପୋଲିସ୍। ମୁଖ୍ୟ ଅଭିଯୁକ୍ତ ସମେତ ପୋଲିସ୍ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩ ଲକ୍ଷ ୫୫ ହଜାର କ୍ୟାସ୍ ଓ ଦୁଇଟି ସୁନା ଖଣ୍ଡ ଜବତ କରିଛି। ଜବତ ସୁନା ଖଣ୍ଡ ଦୁଇଟି ଯଥାକ୍ରମେ ୨୩୦ ଓ ୭୦ ଗ୍ରାମ। ଚୋରି ସୁନାକୁ ବିକ୍ରି କରିବା ଆଗରୁ ଡକାୟତାମାନେ ଏହାକୁ ତରଳାଇ ଦେଇଥିଲେ। ଏହା ସହିତ ସେମାନଙ୍କ ଠାରୁ ଏକ ଏୟାର ଗନ୍, ଏକ ସିବିଜେଡ୍ ବାଇକ୍, ୭ଟି ମୋବାଇଲ୍, ୪ଟି ଏଟିଏମ୍ କାର୍ଡ, ଦୁଇଟି ଛୁରୀ ଓ ଦୁଇଟି ଲୁହା ରଡ୍ ଜବତ କରାଯାଇଛି।

ଗିରଫ ଡକାୟତ ମାନେ ହେଲେ ରମାକାନ୍ତ ପରିଡା ଓରଫ୍ କାଳିଆ (୪୨), ପ୍ରମୋଦ ସାମଲ (୨୭), ମହମ୍ମଦ ଅବଦୁଲ (୨୪), ମାନସ ସ୍ୱାଇଁ (୩୦), ଦୀପକ କୁମାର ସୁତାର (୨୧) ଓ ରମେଶ ପ୍ରଧାନ (୩୦)। ରମାକାନ୍ତ ହେଉଛି ଏହି ଡକାୟତ ଦଳର ମୁଖ୍ୟ। ତା‘ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ସେହିପରି ପ୍ରମୋଦ ଓ ମାନସ କେନ୍ଦ୍ରପଡ଼ାର ହୋଇଥିବା ବେଳେ ଅବଦୁଲ୍ଲ ସାଲେପୁରର। ରମେଶ ପ୍ରଧାନ ଡକାୟତି ବେଳେ ଉପସ୍ଥିତ ନଥିଲା। ତେବେ ସେ ଚୋରି ସୁନା ତରଳାଇବାରେ ସେମାନଙ୍କୁ ସହଯୋଗ କରିଥିଲା। ସେହିପରି ଏହି ଗ୍ୟାଙ୍ଗର ଆହୁରି ୪ ରୁ ୫ ସଦସ୍ୟକୁ ପୋଲିସ୍ ଏବେବି ଖୋଜୁଛି। ଏହା ସହିତ ପୁରୀର ଜଣେ ବଣିଆକୁ ବି ପୋଲିସ୍ ଖୋଜୁଛି। ସେ ଫେରାର ହୋଇଯାଇଛି। ସେ ଏମାନଙ୍କ ସୁନା ତରଳାଇବାକୁ ମନା କରି ଦେଇଥିଲା। କିନ୍ତୁ କଟକର ଏକ ସୁନାରୀ ପାଖକୁ ପଠାଇ ଦେଇଥିଲା।

ଏହି ଗ୍ୟାଙ୍ଗ୍ ନାଁରେ ଆହୁରି ୧୭ଟି ମାମଲା ରହିଛି। କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ପୁରୀ ଆଦି ଅଞ୍ଚଳରେ ଏମାନଙ୍କ ନାଁରେ ମାମଲା ରହିଛି। ଏମାନେ ପ୍ରତି ଥର ଡକାୟତି କଲା ପରେ ବାଲେଶ୍ୱର ଅବା ଭଦ୍ରକ ଅଞ୍ଚଳରେ ଯାଇ ରହନ୍ତି ବୋଲି ପୋଲିସ୍ କମିଶନରେଟ୍ ଡ. ରାଜେନ୍ଦ୍ର ଶର୍ମା କହିଛନ୍ତି।

ସାଲେପୁରର ଏକ ଡକାୟତି ମାମଲାରେ ଏହି ଗ୍ୟାଙ୍ଗ ସଂପୃକ୍ତ ଥିଲା। ଜଷ୍ଟିସ ପି.କେ. ମହାନ୍ତିଙ୍କ ଘରୁ ଡକାୟତି କରିବାର ୭ ଦିନ ପୂର୍ବରୁ ମେ’୨୨ ତାରିଖରେ ସେମାନେ ସେଠାରୁ ଡକାୟତି କରିଥିଲେ। ସେହି ମାମଲାରୁ ହିଁ କମିଶନରେଟ୍ ପୋଲିସକୁ ମିଳିଥିଲା ଏମାନଙ୍କ ସଂପର୍କରେ ଖିଅ। ଏହି ଗ୍ୟାଙ୍ଗ ଗତ ଶୁକ୍ରବାର ରାଜକନିକାରେ ଏକ ସ୍ଥାନରେ ଡକାୟତି କରିବାକୁ ଯୋଜନା କରିଥିଲେ। ତେବେ ଜଷ୍ଟିସ ପି.କେ. ମହାନ୍ତିଙ୍କ ଘରେ ଡକାୟତି ଘଟଣା ନେଇ ପୋଲିସ୍ ତନାଘନା କରୁଥିବା ଜାଣି ସେମାନ ଚୁପ୍ ରହି ଯାଇଥିଲେ।

ପୋଲିସ୍ ସେମାନଙ୍କୁ ଅଧିକ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story