କଳିଙ୍ଗ-ଲଙ୍କା ଫାଉଣ୍ଡେସନର ଦୁଇ ଦିନିଆ ଆନ୍ତର୍ଜାତିକ କର୍ମଶାଳା ଆରମ୍ଭ

ଭୁବନେଶ୍ୱର: କଳିଙ୍ଗ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ପୂର୍ବ ସମ୍ପର୍କକୁ ପୁଣି ଯୋଡ଼ିବାର ପ୍ରୟାସ। ଅତୀତର ସେହି ଗୌରବମୟ ଦିନକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି କଳିଙ୍ଗ-ଲଙ୍କା ଫାଉଣ୍ଡେସନ୍। ଏହି ଉଦ୍ଦେଶ୍ୟରେ ଆଜିଠୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହେଉଛି ଦୁଇ ଦିନିଆ ଆନ୍ତର୍ଜାତିକ କର୍ମଶାଳା। କଲିଙ୍ଗ-ଲଙ୍କା ରିଭାଇବିଂ ଓଲ୍ଡ ଲିଙ୍କେଜେସ୍ ଆଣ୍ଡ ଏକ୍ସପ୍ଲୋରିଂ ନ୍ୟୁ ଅପଚ୍ୟୁନିଟିଜ୍- ଶୀର୍ଷକ ଏହି କର୍ମଶାଳାରେ ୨ ଦେଶର ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ଅର୍ଥନୀତି ଓ ଶିକ୍ଷାବ୍ୟବସ୍ଥା ଉପରେ ଆଲୋଚନା […]

bharat-srilanka

bharat-srilanka

Rakesh Mallick
  • Published: Friday, 06 November 2015
  • Updated: 06 November 2015, 03:38 PM IST

Sports

Latest News

ଭୁବନେଶ୍ୱର: କଳିଙ୍ଗ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ପୂର୍ବ ସମ୍ପର୍କକୁ ପୁଣି ଯୋଡ଼ିବାର ପ୍ରୟାସ। ଅତୀତର ସେହି ଗୌରବମୟ ଦିନକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି କଳିଙ୍ଗ-ଲଙ୍କା ଫାଉଣ୍ଡେସନ୍। ଏହି ଉଦ୍ଦେଶ୍ୟରେ ଆଜିଠୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହେଉଛି ଦୁଇ ଦିନିଆ ଆନ୍ତର୍ଜାତିକ କର୍ମଶାଳା। କଲିଙ୍ଗ-ଲଙ୍କା ରିଭାଇବିଂ ଓଲ୍ଡ ଲିଙ୍କେଜେସ୍ ଆଣ୍ଡ ଏକ୍ସପ୍ଲୋରିଂ ନ୍ୟୁ ଅପଚ୍ୟୁନିଟିଜ୍- ଶୀର୍ଷକ ଏହି କର୍ମଶାଳାରେ ୨ ଦେଶର ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ଅର୍ଥନୀତି ଓ ଶିକ୍ଷାବ୍ୟବସ୍ଥା ଉପରେ ଆଲୋଚନା କରାଯିବ। ଇଣ୍ଡିଆନ୍ କାଉନ୍ସିଲ୍ ଫର କଲଚରାଲ୍ ରିଲେସନ୍-ଆଇସିସିଆର୍ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟପାଳ ଏସସି ଜମିର କର୍ମଶାଳାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା କଳିଙ୍ଗ-ଲଙ୍କା ଫାଉଣ୍ଡେସନର ସଭାପତି ତଥା ଭାରତର ପୂର୍ବତନ ରାଷ୍ଟ୍ରଦୂତ ଲଳିତ୍ ମାନସିଂହ ସୂଚନା ଦେଇଛନ୍ତି। କର୍ମଶାଳାରେ ଶ୍ରୀଲଙ୍କା ହାଇକମିଶନରଙ୍କ ସମେତ ଦୁଇ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଓ ସଂସ୍କୃତି ଗବେଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କର୍ମଶାଳାରେ ଯୋଗଦେଇ ଫେରିବା ସମୟରେ ଭିଆଇପିଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ୍ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କର୍ମଶାଳାରେ ରାଜ୍ୟପାଳଙ୍କ ସମେତ ଶ୍ରୀଲଙ୍କ। ହାଇକମିଶନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos