କେନ୍ଦ୍ରମନ୍ତ୍ରୀଙ୍କ ସହିତ ପିସିପିଆଇଆର ପ୍ରକଳ୍ପ ଅଗ୍ରଗତି ନେଇ ଆଲୋଚନା କଲେ ସାଂସଦ ବୈଜୟନ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପିସିପିଆଇଆର ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରୀ ସମ୍ପର୍କରେ କେନ୍ଦ୍ର ସାର ଓ ରସାୟନିକ ମନ୍ତ୍ରୀ ଅନନ୍ତ କୁମାରଙ୍କ ସହ ଆଲୋଚନା କରିଛନ୍ତି। ବିଭାଗୀୟ ଯୁଗ୍ମ ସଚିବ ଏହି ବୈଠକରେ ଉପସ୍ଥିତ ରହି ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଅବଗତ କରାଇବା ସହ ଆସନ୍ତା ୨୦୧୭ ସୁଦ୍ଧା ପଲିପ୍ରପୋଲିନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣାଇଥିଲେ। ସାଂସଦ ଶ୍ରୀ ପଣ୍ଡା ଭାଏବିଲିଟି ଗ୍ୟାପ ଫଣ୍ଡିଂ […]

Photograph with Minister

Photograph with Minister

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 02:07 PM IST

Sports

Latest News

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପିସିପିଆଇଆର ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରୀ ସମ୍ପର୍କରେ କେନ୍ଦ୍ର ସାର ଓ ରସାୟନିକ ମନ୍ତ୍ରୀ ଅନନ୍ତ କୁମାରଙ୍କ ସହ ଆଲୋଚନା କରିଛନ୍ତି। ବିଭାଗୀୟ ଯୁଗ୍ମ ସଚିବ ଏହି ବୈଠକରେ ଉପସ୍ଥିତ ରହି ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଅବଗତ କରାଇବା ସହ ଆସନ୍ତା ୨୦୧୭ ସୁଦ୍ଧା ପଲିପ୍ରପୋଲିନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣାଇଥିଲେ। ସାଂସଦ ଶ୍ରୀ ପଣ୍ଡା ଭାଏବିଲିଟି ଗ୍ୟାପ ଫଣ୍ଡିଂ (ଭିଜିଏଫ) ନୀତିରେ ସଂଶୋଧନ ଆଣିବା ସହିତ ବର୍ତ୍ତମାନର ନୀତିରେ ଇଣ୍ଟ୍ରା ପିସିପିଆଇଆର ପ୍ରକଳ୍ପକୁ ଅର୍ନ୍ତଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଏହି ପ୍ରସ୍ତାବ ଗ୍ରହଣ କରିବାକୁ ପ୍ରତିଶ୍ରୁତ ଦେବା ସହ ବିଭାଗୀୟ ଅଧିକାରୀମାନଙ୍କୁ ଏହି ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସାଂସଦ ଶ୍ରୀ ପଣ୍ଡାଙ୍କ ଉଦ୍ୟମରେ ପାରାଦ୍ୱୀପରେ ପିସିପିଆଇଆର ପ୍ରକଳ୍ପକୁ କେନ୍ଦ୍ର ସରକାର ୨୦୧୦ ମସିହା ଡିସେମ୍ବରରେ ଅନୁମୋଦନ କରିଥିଲେ। ଏହି ପ୍ରକଳ୍ପ ପାଇଁ ୨୦୧୧ ମସିହା ନଭେମ୍ବର ୩ରେ ଓଡ଼ିଶା ସରକାରଙ୍କର ସହିତ ରାଜିନାମା ହୋଇଥିଲା। ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟାକରଣ ଅଞ୍ଚଳରେ ଆବଶ୍ୟକ ଶିଳ୍ପ ଭିତ୍ତିଭୂମି ପାଇଁ ଇଡକୋ ଜମି ଅଧିଗ୍ରହଣ କରୁଛି। ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକ ୮୯.୯୬ ବର୍ଗ କି.ମି. ବା ୨୨, ୨୩୨ ଏକର ଜମିରୁ ପ୍ରାୟ ୪୧.୯୫ ବର୍ଗ କି.ମି. ବା ୧୦, ୩୬୭ ଏକର (୪୭ ପ୍ରତିଶତ) ଜମି କାର୍ଯ୍ୟକ୍ଷମ ୟୁନିଟ ଅଧୀନରେ ରହିଛି । ୧୨.୬୨ ବର୍ଗ କି.ମି./୩୧୨୦ ଏକର (୧୪ ପ୍ରତିଶତ) ଜମି ଇଡକୋ ଦ୍ୱାରା ଅଧିଗ୍ରହଣ କରାଯାଇ ଆଇଓସିଏଲ ବିଶୋଧନାଗାର ପାଇଁ ହସ୍ତାନ୍ତର କରାଯାଇଛି। ଇଡକୋ ଦ୍ୱାରା ୧୨୦୦ ଏକର ଜମି ଅଧିଗ୍ରହଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ମାର୍ଶାଘାଇ ବ୍ଲକରେ ଅତିରିକ୍ତ ୨୯.୭୯ ବର୍ଗ କି.ମି./୭୩୪୨ ଏକର ଜମି ପୂରଣ କରିବା ପ୍ରକ୍ରିୟାରେ ଇଡକୋ ଦ୍ୱାରା ଅଧିଗ୍ରହଣ କରାଯାଇଛି।

ପେଟ୍ରୋଲିୟମ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପୁଞ୍ଜିନିବେଶ ବଢାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲିୟମ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ନିବେଶ ଅଞ୍ଚଳ (ପିସିପିଆଇଆର) ପ୍ରତିଷ୍ଠା ଲାଗି ଏକ ନୀତି ପ୍ରଣୟନ କରିଛନ୍ତି। ପିସିପିଆଇଆରଗୁଡିକ ସାଧାରଣ ଭିତ୍ତିଭୂମି ଓ ସହାୟକ ସେବା ବ୍ୟବହାର ଜରିଆରେ ମୂଲ୍ୟ, ପାରସ୍ପରିକ ସହଯୋଗ ଓ ଅଧିକ କାର୍ଯ୍ୟ ଦକ୍ଷତାର ଫାଇଦା ପାଇପାରିବା ସହ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପ ଦ୍ୱାରା ପାରିପାର୍ଶ୍ୱିକ ଅଞ୍ଚଳରେ ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos