କେନ୍ଦ୍ରୀୟ ପ୍ରକଳ୍ପ କାମରେ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି କିସମ ପରିବର୍ତ୍ତନ ସାଜିଛି ବାଧକ

ଭୁବନେଶ୍ୱର: ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ କାମରେ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପରି ସମସ୍ୟା ବାଧକ ସାଜିଛି। ଏସବୁ ସମସ୍ୟାର ସମାଧାନ ସହ ପ୍ରକଳ୍ପ କାମକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଅରୁଣ ଗୋୟଲ। ଜାତୀୟ ରାଜପଥ, ରେଲୱେ, ଶକ୍ତି, କୋଇଲା ଉତ୍ତୋଳନ ପରି ୪୪ଟି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ବେଳେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ […]

nh-works

nh-works

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 04:47 PM IST

Sports

Latest News

ଭୁବନେଶ୍ୱର: ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପ କାମରେ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପରି ସମସ୍ୟା ବାଧକ ସାଜିଛି। ଏସବୁ ସମସ୍ୟାର ସମାଧାନ ସହ ପ୍ରକଳ୍ପ କାମକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଅରୁଣ ଗୋୟଲ। ଜାତୀୟ ରାଜପଥ, ରେଲୱେ, ଶକ୍ତି, କୋଇଲା ଉତ୍ତୋଳନ ପରି ୪୪ଟି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ବେଳେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି ଗୋୟଲ।

କଟକ-ଅନୁଗୋଳ ଓ କଟକ-ସମ୍ବଲପୁର ଜାତୀୟ ରାଜପଥର ଚାରି ଥାକିଆ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ଟେଣ୍ଡର ଚୂଡ଼ାନ୍ତ ହୋଇ ନ ଥିବାରୁ କାମ ଆରମ୍ଭ ହୋଇପାରିନି। ସେହିପରି ଭୁବନେଶ୍ୱର-ଚଣ୍ଡିଖୋଲ ଜାତୀୟ ରାଜପଥ କାମରେ ବାଧକ ସାଜିଛି ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି କିସମ ପରିବର୍ତ୍ତନ ସମସ୍ୟା। ଓଡ଼ିଶା ଭିତରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଚାଲିଥିବା ୬ଟି ବଡ ପ୍ରକଳ୍ପ କାମରେ ଏହି ୨ ସମସ୍ୟା ମୁଖ୍ୟ ଅନ୍ତରାୟ ସାଜିଛି। ପାଇପ୍‌ ଲାଇନ୍‌ରେ ଥିବା ୯ଟି ପ୍ରକଳ୍ପ ଭିତରୁ କେତେକର ଟେଣ୍ଡର ଚୂଡ଼ାନ୍ତ ହୋଇ ନ ଥିବାରୁ କାମ ହୋଇପାରୁନି। ଗୋୟଲଙ୍କ ଉପସ୍ଥିତିରେ ଏସବୁ ସମସ୍ୟାର ସମାଧାନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

କେବଳ ଜାତୀୟ ରଜପଥ ନୁହେଁ, ରେଳୱେ ପ୍ରକଳ୍ପଗୁଡିକର ବି ସମାନ ଅବସ୍ଥା। ହରିଦାସପୁର-ପାରାଦୀପ୍‌ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ସମସ୍ୟା ନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ ଗୋୟଲ। ରାଜ୍ୟରେ ଚାଲିଥିବା ୪୪ଟି କେନ୍ଦ୍ରୀୟ ପ୍ରକଳ୍ପ ମଧ୍ୟରୁ ୩୨ଟିର କିଛି ନା କିଛି ସମସ୍ୟା ରହିଛି। ତେବେ ସମସ୍ୟା ଦୂର କରି କାମ ତ୍ୱରାନ୍ୱିତ କରାଯିବ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି। ସେହିପରି କିଛି ପ୍ରକଳ୍ପକୁ ସାରିବା ଲାଗି ନିର୍ଦ୍ଧିଷ୍ଟ ସମୟ ସୀମା ବି ଧାର୍ଯ୍ୟ ହୋଇଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, “ପ୍ରତ୍ୟକ ପ୍ରକଳ୍ପର ଭିନ୍ନ ଭିନ୍ନ ସମସ୍ୟା ରହିଛି। ମୁଖ୍ୟତଃ ଜଙ୍ଗଲ ଜମି ସମସ୍ୟା ରହିଛି। ଏହାର କିପରି ସମାଧାନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।”

ପିଏମଓ ଅତିରିକ୍ତ ସଚିବ ଅରୁଣ ଗୋୟଲ କହିଛନ୍ତି, “ପ୍ରଥମରୁ ବହୁତ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଇଛି, ଏହା ଖୁସିର ବିଷୟ। ସମସ୍ୟା ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହ ଅନ୍‌ଳାଇନ୍‌ରେ କଥା ହେଲୁ। ସମସ୍ୟାର କିପରି ସମାଧାନ କରାଯିବ ସେ ନେଇ ଆଲୋଚନା ହେଲା।”

୧୭ଟି କୋଇଲା ସମ୍ପର୍କିତ, ୯ଟି ଜାତୀୟ ରାଜପଥର, ୯ଟି ଶକ୍ତି କ୍ଷେତ୍ର, ୬ଟି ରେଲୱେ, ଇସ୍ପାତ ଓ ଖଣି ସମ୍ପର୍କିତ ଗୋଟିଏ ଲେଖାଏଁ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story