କୋରାପୁଟ: ଠିକାଦାର କ୍ୟାମ୍ପରେ ମାଓବାଦୀ ଆକ୍ରମଣ, ଜେସିବି ସହ ୩ ଗାଡି ପୋଡିଦେଲେ

କୋରାପୁଟ: କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଗଞ୍ଜେଇପଦରଠାରେ ଥିବା ଏକ ଠିକାଦାର କ୍ୟାମ୍ପ ଉପରେ ଗୁରୁବାର ରାତ ପ୍ରାୟ ସାଢେ ୧୨ଟାରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି । ପ୍ରାୟ ୪୦ରୁ ୫୦ ମାଓବାଦୀ ଏହି ଆକ୍ରମଣ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ରାସ୍ତା କାମ ଲାଗି ସେଠାରେ କ୍ୟାମ୍ପ ଲାଗିଥିଲା । ମାଓବାଦୀମାନେ ଏକ ଜେସିବି ସହ ୩ଟି ଗାଡି ପୋଡି ଦେଇଛନ୍ତି । ମାଓବାଦୀମାନେ ଯିବା ବେଳେ ଠିକାଦର କ୍ୟାମ୍ପରେ ଏକ ଚିଠି ଛାଡିଯାଇଛନ୍ତି । ତେବେ ଏ ନେଇ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।