ବିଜୁଳି ପାଇଁ ବିଧାୟକଙ୍କ ବିକ୍ଷୋଭ: ଇଲେକ୍ଟ୍ରି ଅଫିସ ଆଗରେ ଧାରଣା

ପାଟଣାଗଡ଼: ବିଦ୍ୟୁତକାଟ ପ୍ରତିବାଦରେ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ ନିଜ ସମର୍ଥକଙ୍କ ସହ ପାଟଣାଗଡ ବିଦ୍ୟୁତ୍ ଅଫିସ ଆଗରେ ଧାରଣାରେ ବସିଛନ୍ତି।  ବଲାଙ୍ଗିର ପାଟଣାଗଡ଼ ବିଦ୍ୟୁତ୍ ବିଭାଗ ପକ୍ଷରୁ ମନମୁଖୀ ବିଦ୍ୟୁତକାଟ ସହ ଲୋଭୋଲଟେଜ ସମସ୍ୟା ରହୁଥିବା ନେଇ ଅଭିଯୋଗ ହୋଇଆସୁଛି।  ହେଲେ ବିଦ୍ୟୁତ୍ ବିଭାଗ ଏନେଇ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବିଧାୟକ କହିଛନ୍ତି।