ଭୁଶୁଡ଼ି ପଡ଼ିଲା ସେଣ୍ଟ୍ରିଂ, ଚାପି ହୋଇଗଲେ ଶ୍ରମିକ

ମାଲକାନଗିରି(ଓଡ଼ିଶା ରିପୋର୍ଟର):  ସେଣ୍ଟ୍ରିଂ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର। ମୃତ ଶ୍ରମିକ ଜଣଙ୍କ ହେଲେ ଦେବ ଶିଶା।

ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଠାରୁ ବଡଡୁରାଲ ପର୍ଯ୍ୟନ୍ତ ରାସ୍ତା ମଝିରେ ଏକ ବ୍ରିଜ ନିର୍ମାଣ ହେଉଥିଲା। ଗତକାଲି କିଛି ଶ୍ରମିକ ସେଠାରେ କାମ କରୁଥିଲେ। କାମ ଚାଲିଥିବା ବେଳେ ହଠାତ୍ ବ୍ରିଜର ସେଣ୍ଟ୍ରିଂ ଭୁଶୁଡ଼ି ପଡ଼ିଥିଲା। ଦେବ ସେଣ୍ଟ୍ରିଂ ତଳେ ଚାପି ହୋଇ ରହି ଯାଇଥିଲେ। ତାଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୋବିନ୍ଦପାଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ବିଜ୍ରରେ କାମରେ କରୁଥିବା ଅନ୍ୟ ଶ୍ରମିକମାନେ ସୁସ୍ଥ ଥିବା ସୂଚନା ମିଳିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।