୯୭ ଲକ୍ଷର ରହସ୍ୟ ଖୋଲିବ ପୁଲିସ! ପୁଣି ରିମାଣ୍ଡରେ ଗଲେ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣା ଖିଅ ଖୋଜିବାକୁ ପୁଲିସ୍‌ ଜୋରଦାର ଉଦ୍ୟମ କରୁଛି। କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଫସିଥିବା ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ଏଥିପାଇଁ କମିଶନରେଟ୍‌ ପୁଲିସ୍‌ ପୁଣି ୫ଦିନ ରିମାଣ୍ଡରେ ଆଣିଛି। ପୂର୍ବରୁ ଏମାନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ତମାଣ୍ଡୋ ପୁଲିସ୍‌ ମାରଥନ ଜେରା କରିଥିଲା। ଜେରା ବେଳେ ଉଭୟ ୯୭ ଲକ୍ଷ […]

bikas-

bikas-

Hemant Lenka
  • Published: Sunday, 08 May 2022
  • Updated: 08 May 2022, 04:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣା ଖିଅ ଖୋଜିବାକୁ ପୁଲିସ୍‌ ଜୋରଦାର ଉଦ୍ୟମ କରୁଛି। କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଫସିଥିବା ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ଏଥିପାଇଁ କମିଶନରେଟ୍‌ ପୁଲିସ୍‌ ପୁଣି ୫ଦିନ ରିମାଣ୍ଡରେ ଆଣିଛି।

ପୂର୍ବରୁ ଏମାନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ତମାଣ୍ଡୋ ପୁଲିସ୍‌ ମାରଥନ ଜେରା କରିଥିଲା। ଜେରା ବେଳେ ଉଭୟ ୯୭ ଲକ୍ଷ ଟଙ୍କା ହଡ଼ପ ସମ୍ପର୍କରେ କିଛି ତଥ୍ୟ ଦେଇଥିବା ବେଳେ ଆଉ କିଛି ଏବେ ବି ଲୁଚାଇ ରଖିଛନ୍ତି। ତେଣୁ ସେମାନଙ୍କୁ ପୁଲିସ୍‌ ଆଉ ୫ ଦିନ ରିମାଣ୍ଡରେ ନେଇ ଖୋଳତାଡ଼ କରିବ। ଆଜି ଉଭୟଙ୍କୁ ତମାଣ୍ଡୋ ପୁଲିସ୍‌ ଭୁବନେଶ୍ୱର ଏସଡିଜିଏମ କୋର୍ଟରେ ହାଜର କରିଥିଲେ। ଏହାପରେ କୋର୍ଟ ସେମାନଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ ବିକାଶ କୁମାର ଲକ୍ଷାଧିକ ଟଙ୍କା ଅନଲାଇନ ଜୁଆ ଖେଳରେ ଉଡ଼ାଇଛନ୍ତି। ଏହି ଅନଲାଇନ ସାଇଟ୍‌ଗୁଡ଼ିକୁ ଟ୍ରାକ୍‌ କରିବା ପାଇଁ ପୁଲିସ୍‌ ସାଇବର ଏକ୍ସପର୍ଟଙ୍କ ସହାୟତା ନେଇଛି। ସେହିପରି ୭ଟି ଅନଲାଇନ୍ ଜୁଆ ଖେଳ ସାଇଟ୍‌କୁ ମଧ୍ୟ ଠାବ କରିଛି। ହ୍ୱାଟସଆପକୁ ସାଇଟ ଗୁଡ଼ିକ ସମ୍ପର୍କରେ ଅଧିକ ତଥ୍ୟ ପାଇଁ କମିଶନରେଟ୍ ପୁଲିସ୍‌ ଚିଠି ଲେଖିଛି।

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ ୯୭ ଲକ୍ଷ ହଡ଼ପ ମାମଲାରେ କୌଣସି କଲେଜ କର୍ମଚାରୀଙ୍କ ଭୂମିକା ରହିଛି କି ନାହିଁ, ସେକଥା ମଧ୍ୟ ପୁଲିସ୍‌ ଜାଣିବାକୁ ଚେଷ୍ଟା କରିବ।

ସୂଚନାଯୋଗ୍ୟ, ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜର ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ଜଣେ ଯୁବତୀ ୯୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଟଙ୍କାକୁ ସେ କଲେଜ ଆକାଉଣ୍ଟରେ ଜମା ନ କରି ତାଙ୍କ ବୟଫ୍ରେଣ୍ଡଙ୍କ ପାଖକୁ ପଠାଉଥିବା ପୁଲିସ୍‌ ଜାଣିବାକୁ ପାଇଛି। ଘଟଣାର ଖୋଳତାଡ଼ କରି ପୁଲିସ୍‌ ଲେଡି ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ମଧ୍ୟ ଗିରଫ କରିଛି।

୪ ବର୍ଷ ଧରି ଲେଡି ଆକାଉଣ୍ଟାଣ୍ଟ କଲେଜ ଟଙ୍କା ଚଳୁ କରିଥିଲେ। ତଥାପି କଲେଜ କର୍ତ୍ତୃପକ୍ଷ ଏହାର ଟେର୍ ପାଇ ନଥିଲେ। କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା, ପିଲାଙ୍କ ନାଁଲେଖା ଓ ଟ୍ୟୁସନ ଫି‘ ବାବଦକୁ ଆସିଥିବା ଟଙ୍କାକୁ ଅଭିଯୁକ୍ତ ଯୁବତୀ ଜଣଙ୍କ ହଡ଼ପ କରିଥିଲେ। କାରଣ ଅନେକ ଛାତ୍ରଛାତ୍ରୀ ନାମଲେଖା ଓ ଟ୍ୟୁସନ୍ ଫି’ ବାବଦ ଟଙ୍କା ନଗଦ ଆକାରରେ ଦିଅନ୍ତି। ଲେଡି ଆକାଉଣ୍ଟାଣ୍ଟ ଜଣଙ୍କ ଉକ୍ତ ଟଙ୍କା ନିଜ ପାଖରେ ରଖି ଶିକ୍ଷାର୍ଥୀମାନଙ୍କୁ ରିସିପ୍‌ଟ ଦେଉଥିଲେ। ପରେ ଉକ୍ତ ଟଙ୍କାକୁ ସେ କଲେଜର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା କଥା। କିନ୍ତୁ ସେ ସେହି ଟଙ୍କାକୁ ନିଜ ଆକାଉଣ୍ଟରେ ଜମା କରି ଦେଉଥିଲେ ଓ ପରେ ବିଭିନ୍ନ ଉପାୟରେ ତାଙ୍କ ବୟଫ୍ରେଣ୍ଡଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ।

ଗିରଫ ବୟଫ୍ରେଣ୍ଡ ବିକାଶ କୁମାରଙ୍କ ଘର ଝାରଖଣ୍ଡରେ। ସେ ଏହି କଲେଜର ଛାତ୍ର ଥିଲେ। ସେତେବେଳଠୁ ଏହି ଲେଡି ଆକାଉଣ୍ଟାଣ୍ଟଙ୍କ ସହିତ ତାଙ୍କର ସଂପର୍କ ଥିଲା। ପାଠପଢ଼ା ସରିବା ପରେ ବିକାଶ ଝାରଖଣ୍ଡ ପଳାଇ ଯାଇଥିଲେ। କିନ୍ତୁ ଲେଡି ଆକାଉଣ୍ଟାଣ୍ଟଙ୍କ ସହିତ ତାଙ୍କର ସଂପର୍କ ରହିଥିଲା।

ଲେଡି ଆକାଉଣ୍ଟାଣ୍ଟ କଲେଜର ୯୭ ଲକ୍ଷ ଟଙ୍କା ହଡ଼ପ କରି ବିକାଶଙ୍କ ଆକାଉଣ୍ଟକୁ ପଠାଇଥିଲେ। କଲେଜ କର୍ତ୍ତୃପକ୍ଷ ଅଡିଟ୍ କରିବା ପରେ ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଥିଲେ ଓ ଏନେଇ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଲେଡି ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିବା ପରେ ସେ ସତ ମାନି ଯାଇଥିଲେ ଓ ଟଙ୍କା ବିକାଶଙ୍କ ଆକାଉଣ୍ଟକୁ ପଠାଇଥିବା କହିଥିଲେ। ଏହା ପରେ କମିଶନରେଟ୍ ପୁଲିସ୍‌ର ଏକ ଟିମ୍ ଜାମସେଦପୁର ଯାଇ ବିକାଶଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story