କେନ୍ଦୁଝର ଗୁଣିଗାରେଡ଼ି ହତ୍ୟା ଘଟଣା: ଆଉ ୭ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଲହଣ୍ଡାରେ ଗୁଣିଗାରେଡ଼ି ସନ୍ଦେହରେ ୬ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ୍ ଆଉ ୭ ଜଣଙ୍କୁ ଗିରଫ କରିଛି। ଗତକାଲି ପୋଲିସ ୨ ଜଣଙ୍କୁ ଗିରଫ କରିଥିଲା। କ୍ରାଇମ୍ବବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି। ନିଜେ ଏଡିଜି ଆଜି କେନ୍ଦୁଝର ଗସ୍ତରେ ଯାଇ ଘଟଣାର ତଦାରଖ କରିଛନ୍ତି। ଆଜି ଆଉ ୭ ଜଣଙ୍କୁ ଗିରଫ କରିବା ପରେ ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି।

ସୂଚନାଯୋଗ୍ୟ ଗତ ରବିବାର ରାତିରେ ଲହଣ୍ଡା ମୁଣ୍ଡାସାହିରେ ଏହି ନାରକୀୟ ଘଟଣା ଘଟିଥିଲା। ଗୁଣି ସନ୍ଦେହରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଥିଲେ। ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ଅନ୍ୟ ଦୁଇଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ବୀଭତ୍ସ କାଣ୍ଡକୁ ରାଜ୍ୟ ପୋଲିସ୍ ରେଡ୍ ଫ୍ଲ।ଗ ଶ୍ରେଣୀଭୁକ୍ତ କରିଥିବାରୁ କ୍ରାଇମବ୍ରାଞ୍ଚ ପୂରା ମାମଲାର ତଦାରଖ କରୁଛି।