କେଉଁଠି ଦହି ପଖାଳ, ତ’ କେଉଁଠି ସିନ୍ଦୂର ଖେଳ

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର): କେଉଁଠି ଦହି ପଖାଳ, ତ’ କେଉଁଠି ସିନ୍ଦୂର ଖେଳ।  କେଉଁଠି ଲାଖ ବିନ୍ଧା ତ’ କେଉଁଠି ବାଡ଼ି ଓ ଖଣ୍ଡା ବୁଲା  ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟ ଦଶମୀରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବିବିଧ ପରଂପରାର ଝଲକ । ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟକୁ ସମସ୍ତେ ଉତ୍ସାହର ସହ ନିଜ ନିଜ ଢଙ୍ଗରେ ପାଳିଥିଲେ ବି, ମନରେ ଲୁଚି ରହିଥିଲା ମା’ଙ୍କୁ ମେଲାଣି ଦେବାର ଦୁଃଖ। […]

432

432

Tapas Behera
  • Published: Tuesday, 08 October 2019
  • Updated: 08 October 2019, 07:52 PM IST

Sports

Latest News

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର): କେଉଁଠି ଦହି ପଖାଳ, ତ’ କେଉଁଠି ସିନ୍ଦୂର ଖେଳ।  କେଉଁଠି ଲାଖ ବିନ୍ଧା ତ’ କେଉଁଠି ବାଡ଼ି ଓ ଖଣ୍ଡା ବୁଲା  ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟ ଦଶମୀରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବିବିଧ ପରଂପରାର ଝଲକ । ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟକୁ ସମସ୍ତେ ଉତ୍ସାହର ସହ ନିଜ ନିଜ ଢଙ୍ଗରେ ପାଳିଥିଲେ ବି, ମନରେ ଲୁଚି ରହିଥିଲା ମା’ଙ୍କୁ ମେଲାଣି ଦେବାର ଦୁଃଖ।

ସରି ଆସୁଛି ସବୁ ଆଡ଼ମ୍ବର। ସବୁ ଆୟୋଜନ। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀରେ ମାଙ୍କୁ ମେଲାଣି ଦେବା ଆଗରୁ, ଥରୁଟିଏ ତାଙ୍କ ଦିବ୍ୟ ରୂପକୁ ଆଖି ପୁରେଇ ଦେଖି ନେଉଛି ଭକ୍ତ। ଆଜି ସକାଳୁ ମା’ଙ୍କ ପଞ୍ଚ ଉପଚାର ପୂଜା ପରେ, ରୀତିନୀତି ମୁତାବକ ସଂପନ୍ନ ହୋଇଥିଲା ଅପରାଜିତା ପୂଜା । ତେବେ ବିସର୍ଜନ ପୂର୍ବରୁ ପରଂପରାର ସହର କଟକରେ ମାଙ୍କ ନିକଟରେ ଲାଗି ହୋଇଥିଲା ଦହିପଖାଳ ଭୋଗ।  ବିଭିନ୍ନ ପୂଜା ମଣ୍ଡପରେ ଏଥିପାଇଁ ବଡ଼ି ଭୋରୁ ଦହି ପଖାଳ ଓ ଶାଗ ତରକାରୀ ପ୍ରସ୍ତୁତ କରାଯାଇଥିଲା।

ସେପଟେ ପାଟଣାଗଡ଼ ରାଜ ପରିବାରରେ ପରଂପରା ଅନୁସାରେ ଅନୁଷ୍ଠିତ ହୋଇଛି ଲାଖବିନ୍ଧା ଉତ୍ସବ।  ଅସ୍ତ୍ରଶସ୍ତ୍ର ସହ ଇଷ୍ଟଦେବୀ ଦଶମତୀଙ୍କ ପୂଜାର୍ଚ୍ଚନା ପରେ ରାଜଖମାର ପରିସରରେ ଲାଖ ବିନ୍ଧା ଶୁଭାରମ୍ଭ କରିଥିଲେ ରାଜା କନକବର୍ଦ୍ଧନ ସିଂହଦେଓ । କଳାହାଣ୍ଡିରେ ବିଭିନ୍ନ ଶକ୍ତିପୀଠରେ ଅନୁଷ୍ଠିତ ହୋଇଛି ଛତର୍ ଯାତ୍ରା । ଏପଟେ ପାରଳାଖେମୁଣ୍ଡିରେ ପାଇକ ଆଖଡ଼ାଗୁଡ଼ିକରେ ଖଣ୍ଡା ଧୁଆ ପୂଜା ପରେ ବିଭିନ୍ନ ରଣକୌଶଳ ପ୍ରଦର୍ଶିତ ହୋଇଥିଲା।

ବିଜୟ ଦଶମୀରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କର ହୋଇଥିଲା ରାଜାଧିରାଜ ବେଶ । ଏପଟେ ଘଟଗାଁ ପୀଠରେ ବି ସୁନାବେଶରେ ଦର୍ଶନ ଦେଇଥିଲେ ମା ତାରିଣୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story