ବଜେଟକୁ ନେଇ କ’ଣ କହିଲେ ୩ ଦଳର ମୁଖିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଆଜି ଆଗତ କରିଥିବା ୨୦୧୯-୨୦ ମସିହାର ମଧ୍ୟବର୍ତ୍ତୀକାଳୀନ ବଜେଟକୁ ନେଇ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ବଜେଟକୁ ନିରାଶାଜନକ କହିଥିବାବେଳେ ବିଜେଡି ଏହି ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛି। ତେବେ ରାଜ୍ୟ ବିଜେପି ଏହାକୁ କ୍ରାନ୍ତିକାରୀ ବଜେଟ୍ ବୋଲି କହିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଟିକସ ଛାଡ଼ ପରିମାଣ […]

leaders-of-bjd-bjp-and-congress-have-this-to-say-about-the-interim-budget

Manoranjan Sial
  • Published: Friday, 01 February 2019
  • Updated: 01 February 2019, 07:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଆଜି ଆଗତ କରିଥିବା ୨୦୧୯-୨୦ ମସିହାର ମଧ୍ୟବର୍ତ୍ତୀକାଳୀନ ବଜେଟକୁ ନେଇ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ବଜେଟକୁ ନିରାଶାଜନକ କହିଥିବାବେଳେ ବିଜେଡି ଏହି ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛି। ତେବେ ରାଜ୍ୟ ବିଜେପି ଏହାକୁ କ୍ରାନ୍ତିକାରୀ ବଜେଟ୍ ବୋଲି କହିଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଟିକସ ଛାଡ଼ ପରିମାଣ ୫ଲକ୍ଷ ଟଙ୍କାକୁ ବୃଦ୍ଧି ଓ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ପ୍ରଦାନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଗତ କରିଥିବାବେଳେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଭଳି ଚାଷୀ ସହାୟତାକୁ ବାର୍ଷିକ ୧୦ହଜାର ଟଙ୍କା କରିବା ଉଚିତ ବୋଲି କହିଛନ୍ତି। ତେବେ ଭାଗଚାଷୀ ଓ ଭୂମିହୀନଙ୍କ ନିମନ୍ତେ କିଛି ବ୍ୟବସ୍ଥା ନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେହିପରି ମନରେଗା ପାଣ୍ଠି ସଂଶୋଧନ, ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ଅର୍ଥ ଆବଣ୍ଟନ ଏବଂ ସାମାଜିକ ସୁରକ୍ଷା ଭତ୍ତା ପରିମାଣ ବୃଦ୍ଧି ନହେବା ନିରାଶାଜନକ ବୋଲି କହିଛନ୍ତି। ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଓ ଗୃହ ନିର୍ମାଣରେ ଆବଣ୍ଟନ ହ୍ରାସ ତଥା ଏମଏସଏମଇ କ୍ଷେତ୍ରରେ ଅଧିକ ପାଣ୍ଠି ଆବଣ୍ଟନ ଜରୁରୀ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଓଡ଼ିଶାକୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ୧ଲକ୍ଷ ୮୪ହଜାର ୦୭୦କୋଟି ଟଙ୍କା(୨୦୧୫-୨୦) ମିଳିବାକୁ ଥିବାବେଳେ ବାସ୍ତବ କ୍ଷେତ୍ରରେ ଏହା ୧ଲକ୍ଷ ୫୭ହଜାର ୮୨୮କୋଟି ଟଙ୍କା ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଆକଳନ ଓ ୨୦୧୮-୧୯ ସଂଶୋଧିତ ବଜେଟ୍ ଆକଳନରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାକୁ ୨୬ହଜାର ୩୪୨ କୋଟି ଟଙ୍କା କମ୍ ମିଳିବ।

ନୈରାଶ୍ୟଜନକ: କଂଗ୍ରେସ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏହା ଏକ ନୈରାଶ୍ୟଜନକ ବଜେଟ। ଯୁବକମାନଙ୍କ ପାଇଁ କିଛି ନାହିଁ। ଚାଷୀଙ୍କୁ ସମ୍ପୂର୍ଣ୍ଣ ରୂପେ ହତାଶ ଓ ଅପମାନିତ କରାଯାଇଛି । ୫ବର୍ଷ ଶାସନରେ ରହି ବହୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ଚାଷୀଙ୍କୁ ଦିନକୁ ୧୭ଟଙ୍କା ଦେଇ ଖୁସି କରିବାକୁ ଚାହୁଁଛନ୍ତି। ଏତିକି ଟଙ୍କା ଦେଇ ବିଜେପି ସରକାର ନିଜର ଔଦ୍ଧତ୍ୟ ପ୍ରଦର୍ଶନ କରିଛି। ଅବଶ୍ୟ ଟିକସ ଛାଡ଼ ପରିମାଣକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ଯୋଗୁ ସେହି ବର୍ଗର ଲୋକ କିଛିଟା ଆଶ୍ୱସ୍ତି ପାଇପାରିବେ। ଚାଷୀ ଓ ଯୁବକମାନଙ୍କ ପ୍ରତି ବଜେଟରେ ଅଣଦେଖା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କ୍ରାନ୍ତିକାରୀ ବଜେଟ: ବିଜେପି

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି ଆଣିଥିବା ବଜେଟ ଆମ ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ। ଏହି ବଜେଟ ସବୁ ବର୍ଗକୁ ସୁହାଇଲା ଭଳି। ବିଶେଷକରି ମଧ୍ୟବିତ୍ତ, ଶ୍ରମିକ, କୃଷକଙ୍କ ପାଇଁ ଏହା ଅନନ୍ୟ ଓ ଅସାଧାରଣ ବଜେଟ୍ ହୋଇଛି। ଆୟକର ଛାଡ଼ ପରିମାଣ ୫ଲକ୍ଷ ଟଙ୍କାକୁ ବୃଦ୍ଧି ଯୋଗୁ ୩ କୋଟି ମଧ୍ୟବିତ୍ତ ପରିବାର ଏହାର ସୁବିଧା ପାଇବୋ ସେହିପରି ୨ ହେକ୍ଟରରୁ କମ ଚାଷ ଜମି ଥିବା ଚାଷୀ, ଭାଗଚାଷୀ ଏବଂ ନାମମାତ୍ର ଚାଷୀମାନେ ବାର୍ଷିକ ୬ହଜାର ଟଙ୍କାର ସହାୟତା ପାଇବୋ ଏହି ଯୋଜନାରେ ୭୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ରାବଧାନ ଅଛି।

ଦେଶର ୪୨ କୋଟି ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ମାସିକ ୩୦୦୦ ଟଙ୍କାର ପେନସନ, ଗୋସମ୍ପଦର ବିକାଶ ପାଇଁ ୭୫୦ କୋଟି, ଉଜ୍ଜ୍ଵଳା ଯୋଜନାରେ ୮ କୋଟି ମାଗଣା ଗ୍ୟାସ ସଂଯୋଗ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶର ଜିଡିପି ଅଭିବୃଦ୍ଧି ହାରରେ ବୃଦ୍ଧି ପାଇଛି। ଜିଡିପି ଅଭିବୃଦ୍ଧି ହାର ୭.୧ ପ୍ରତିଶତରୁ ବୃଦ୍ଧି ପାଇ ୮.୨ରେ ପହଞ୍ଚିଛି। ଦରବୃଦ୍ଧି ନିୟନ୍ତ୍ରଣରେ ଏହି ସରକାର ସଫଳ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story