ବିଜେଡି ନେତାଙ୍କ ଥଇଥାନ ପ୍ୟାକେଜ୍ ପ୍ରସ୍ତୁତ, କେବଳ ଘୋଷଣା ବାକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତାମାନେ ଖୁବଶୀଘ୍ର ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ ହେବେ। ଏଥିପାଇଁ ବିଜେଡିର ୩୬ଜଣିଆ ନେତାଙ୍କର ଏକ ତାଲିକା ଚୂଡ଼ାନ୍ତ ହୋଇଛି। ଯାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଆସନ୍ତା ୪-୫ଦିନ ମଧ୍ୟରେ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ପାଟକୁରା ନିର୍ବାଚନରେ ଦଳର ପ୍ରଭାବଶାଳୀ ନେତାମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଏହି ଥଇଥାନ ତାଲିକାକୁ ଚୂଡ଼ାନ୍ତ ରୂପ ଦେଇଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ […]

bjd

bjd

Manoranjan Sial
  • Published: Saturday, 20 July 2019
  • Updated: 20 July 2019, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତାମାନେ ଖୁବଶୀଘ୍ର ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ ହେବେ। ଏଥିପାଇଁ ବିଜେଡିର ୩୬ଜଣିଆ ନେତାଙ୍କର ଏକ ତାଲିକା ଚୂଡ଼ାନ୍ତ ହୋଇଛି। ଯାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଆସନ୍ତା ୪-୫ଦିନ ମଧ୍ୟରେ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ପାଟକୁରା ନିର୍ବାଚନରେ ଦଳର ପ୍ରଭାବଶାଳୀ ନେତାମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଏହି ଥଇଥାନ ତାଲିକାକୁ ଚୂଡ଼ାନ୍ତ ରୂପ ଦେଇଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମପାଳି ସରକାର ଗଠନ ପରଠୁ ଦଳୀୟ ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ ପାଇଁ ଚାପ ବଢ଼ିବାରେ ଲାଗିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ସରକାରୀ ଉଦ୍ୟୋଗ, ବୋର୍ଡ ଓ କମିଶନରେ ବିଜେଡି ନେତାମାନଙ୍କୁ ଥଇଥାନ କରାଯିବ। ଏଥିପାଇଁ ଦଳୀୟ ନେତାଙ୍କ ତାଲିକା ପ୍ରସ୍ତୁତ ସରିଛି। କେବଳ ସରକାରୀ ପଦପଦବୀରେ ଥଇଥାନ ନୁହେଁ, ଦଳର ପ୍ରମୁଖ ସାଂଗଠନିକ ୱିଙ୍ଗରେ ମଧ୍ୟ ପରିବର୍ତ୍ତନ ହେବ। ପ୍ରଥମଥର ପାଇଁ ୩-୪ଟି ନୂଆ ପଦବୀ ସୃଷ୍ଟି କରାଯାଇ ସେଥିରେ ଦଳୀୟ ନେତାଙ୍କୁ ଥଇଥାନ କରାଯିବ। ସେମାନଙ୍କୁ ଏହି ପଦବୀ ସହିତ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ। ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବାରୁ ୪-୫ଜଣ ବରିଷ୍ଠ ନେତାଙ୍କ ସମେତ ନିର୍ବାଚନ ଟିକେଟରୁ ବଞ୍ଚିତ ହୋଇଥିବା ନେତାଙ୍କୁ ସରକାରୀ ପଦପଦବୀରେ ଥଇଥାନ ବେଳେ ଅଗ୍ରାଧିକାର ଦିଆଯିବାକୁ ସ୍ଥିର ହୋଇଛି। ସେହିପରି ଗତଥର ଭଳି ଏଥର ବି ପାଖାପାଖି ୨୦ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ କିଛି ବିଧାୟକଙ୍କୁ ଥଇଥାନ କରାଯିବ। ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ପୂର୍ବଭଳି ମିଳିବ। ଏସବୁ ବ୍ୟତୀତ ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନର ମୁଖ୍ୟଙ୍କୁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କେଉଁ ନେତାଙ୍କୁ କେଉଁଠି ଥଇଥାନ କରାଯିବ, ତା’ର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବା ପରେ ତାହା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଥିବା ଜଣାପଡ଼ିଛି।

ବିଜେଡିର ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ରକୁ ପ୍ରଭାବିତ କରି ଦଳର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ନିଜ ମର୍ଜିରେ ନବୀନଙ୍କ ପଞ୍ଚମପାଳିର ମନ୍ତ୍ରିପରିଷଦ ଚୟନ କରିବାରେ ସଫଳ ହୋଇଥିଲା। ନବୀନଙ୍କ ମନ୍ତ୍ରିମଣ୍ଡଳର ଏଭଳି ରୂପରେଖକୁ ନେଇ ଦଳ ଭିତରେ ଦେଖା ଦେଇଥିବା ତୀବ୍ର ଅସନ୍ତୋଷ ଏବେବି ବଳବତ୍ତର ରହିଛି। ବିଜେପିରୁ ଆଗତ ଓ ସମ୍ପୂର୍ଣ୍ଣ ନବାଗତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେଡିର ଏହି ପ୍ରଭାବଶାଳୀ ଗୋଷ୍ଠୀ ନିଜର ପତିଆରାକୁ କାଏମ ରଖିବାକୁ ପ୍ରୟାସ କରିଛି। ଯଦିଓ ମନ୍ତ୍ରିମଣ୍ଡଳରେ କିଏ ସାମିଲ ହେବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର,କିନ୍ତୁ ନବୀନଙ୍କ ନିରବତା ମଧ୍ୟରେ ଚଳିତ ମନ୍ତ୍ରିମଣ୍ଡଳ ଗଠନର ସମ୍ପୂର୍ଣ୍ଣ ରୂପରେଖ ଦଳର ସେହି ପ୍ରଭାବଶାଳୀ ଗୋଷ୍ଠୀ କରିଥିଲା। ସେହିପରି ରାଜ୍ୟସଭା ନିର୍ବାଚନରେ ଦଳର ଅନ୍ୟ ଏକ ଗୋଷ୍ଠୀକୁ ସନ୍ତୁଷ୍ଟ କରାଯାଇଥିଲା। ରାଜନୀତିକ ବାଧ୍ୟବାଧକତା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ନବୀନ ନିଜେ ନିଷ୍ପତ୍ତି ନେଇଥିବାବେଳେ ଅନ୍ୟ ଦୁଇଟି ପଦର ନିଷ୍ପତ୍ତି ତାଙ୍କ କ୍ଷମତାକେନ୍ଦ୍ର ନେଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଦଳ ଭିତରେ ଚାଲିଥିବା ଏଭଳି ମନମୁଖୀ କାର୍ଯ୍ୟକୁ ଦଳର ପୁରୁଖା ତଥା ପୁରୁଣା ନେତାମାନେ ସହଜରେ ହଜମ କରିପାରୁନାହାନ୍ତି। ଯେଉଁଥିପାଇଁ ସେମାନେ ସୁଯୋଗ ପାଇବା ମାତ୍ରେ ନିଜ ଦଳର ସରକାରଙ୍କୁ ଅଡ଼ୁଆରେ ପକାଇବାକୁ କୁଣ୍ଠାବୋଧ କରୁନାହାନ୍ତି। ଚଳିତ ବିଧାନସଭାରେ ଏହା ଜଳଜଳ ହୋଇ ଦୃଶ୍ୟମାନ ହେଉଛି। ଦଳର ନେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଓ କ୍ଷମତା ସନ୍ତୁଳନ ପାଇଁ ଏବେ ଦ୍ୱିତୀୟ କ୍ଷମତାକେନ୍ଦ୍ର ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଏସବୁକୁ ଦୃଷ୍ଟିରେ ରଖି ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଦ୍ୱାରା ଏହି ଥଇଥାନ ପ୍ୟାକେଜ୍ ପ୍ରସ୍ତୁତ ହୋଇଛି। ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟରେ ଦଳର ପ୍ରଭାବଶାଳୀ ନେତାମାନେ ବ୍ୟସ୍ତ ଥିବାବେଳେ ଅନ୍ୟ ନେତାମାନେ ବିଧାନସଭାରେ ବ୍ୟସ୍ତ ରହିଛନ୍ତି। ଏହାର ସୁଯୋଗ ନେଇ ଦ୍ୱିତୀୟ କ୍ଷମତାକେନ୍ଦ୍ର ଏହି ଥଇଥାନ ତାଲିକା ପ୍ରସ୍ତୁତ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରାଇ ନେଇଥିବା ସୂଚନା ମିଳିଛି। ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେପରେ ଏସବୁ ରାଜନୀତିକ ଓ ସରକାରୀ ଥଇଥାନ ଘୋଷଣା ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story