ଲକଡାଉନରେ ଠିକାଦାରଙ୍କ ପାଇଁ କୋହଳ ହେଲା ନିୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ନିମନ୍ତେ ଏବେ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଠିକାଦାର ଓ ନିର୍ମାଣ ସଂସ୍ଥାଗୁଡ଼ିକ ନିମନ୍ତେ ଲକଡାଉନ ନିୟମକୁ କୋହଳ କରିଛନ୍ତି। ଆଜି ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ ଠିକାଦାର ଓ ନିର୍ମାଣ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ନିଜ କର୍ପୋରେଟ ଅଫିସ ଓ କାମ ହେଉଥିବା ସ୍ଥାନକୁ ଯେଭଳି ସହଜରେ ଯାତାୟତ […]

corona1

corona1

Tapas Behera
  • Published: Wednesday, 29 April 2020
  • Updated: 29 April 2020, 09:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ନିମନ୍ତେ ଏବେ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଠିକାଦାର ଓ ନିର୍ମାଣ ସଂସ୍ଥାଗୁଡ଼ିକ ନିମନ୍ତେ ଲକଡାଉନ ନିୟମକୁ କୋହଳ କରିଛନ୍ତି।
ଆଜି ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ ଠିକାଦାର ଓ ନିର୍ମାଣ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ନିଜ କର୍ପୋରେଟ ଅଫିସ ଓ କାମ ହେଉଥିବା ସ୍ଥାନକୁ ଯେଭଳି ସହଜରେ ଯାତାୟତ କରିପାରିବେ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଜିଲ୍ଲା ମୁଖ୍ୟାଳୟ ଅବା ଜିଲ୍ଲାର ଅନ୍ୟ ସ୍ଥାନରେ ଥିବା ଠିକାଦାର ଓ ନିର୍ମାଣ ସଂସ୍ଥାର ଅଫିସଗୁଡ଼ିକୁ କାର୍ଯ୍ୟକ୍ଷମ ନିମନ୍ତେ ଜିଲ୍ଲାପାଳ ଅବା ମ୍ୟୁନିସପାଲ କମିଶନର ଅନୁମତି ପ୍ରଦାନ କରିବେ। ତେବେ ଏଥିପାଇଁ ଜିଲ୍ଲାର ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କ ସୁପାରିସ ଆବଶ୍ୟକ। ଯଦି କୌଣସି ଅଫିସ୍ କଣ୍ଟେନମେଣ୍ଟ ଜୋନରେ ରହିଥିବ ତା’ହେଲେ ସେଗୁଡ଼ିକ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ। ଠିକାଦାର ଓ ନିର୍ମାଣ ସଂସ୍ଥାର ମୁଖ୍ୟ ନିଜର ଆବଶ୍ୟକ କର୍ମଚାରୀ(ସର୍ବାଧିକ ୫୦ ପ୍ରତିଶତ) ଓ ଗାଡ଼ି ସମ୍ପର୍କରେ ଲିଖିତ ଭାବେ ଜିଲ୍ଲାପାଳ ଅବା ମ୍ୟୁନିସପାଲ କମିଶନରଙ୍କୁ ଅବଗତ କରିବେ।
ଠିକାଦାର ଓ ନିର୍ମାଣ ସଂସ୍ଥାକୁ ସମ୍ପୃକ୍ତ ଡିଭିଜନର ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଚିଠିକୁ ବୈଧ ଡକ୍ୟୁମେଣ୍ଟ ଭାବେ ବିଚାର କରାଯିବ। ତାକୁ ଦେଖାଇ ଠିକାଦାର ଓ ନିର୍ମାଣ ସଂସ୍ଥାର କର୍ମଚାରୀମାନେ ଘରୁ ଅଫିସ,କର୍ମସ୍ଥଳ ଓ ସେମାନଙ୍କର ଆବଶ୍ୟକ ସ୍ଥାନକୁ ଯାଇପାରିବେ।

ତେବେ ଦୁଇଚକିଆ ଗାଡ଼ିରେ କେବଳ ଜଣେ ଲୋକ ଯାତ୍ରା କରିପାରିବେ ଓ ପଛରେ କେହି ଯେଭଳି ବସିବେ ନାହିଁ ତଥା ଚାରିଚକିଆ ଯାନରେ ଡ୍ରାଇଭର ଓ ପଛ ସିଟରେ ଜଣେ ଯାତ୍ରୀଙ୍କ ଯାତାୟତ ନିମନ୍ତେ ଅନୁମତି ମିଳିବ।
ସେହିପରି ଶିଳ୍ପ ସଂସ୍ଥା ବା ଅଫିସର କୌଣସି କର୍ମଚାରୀଙ୍କ ଆନ୍ତଃ ଜିଲ୍ଲା ଯାତାୟତ ନିମନ୍ତେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କ ଦ୍ୱାରା ପାସ୍ ଇସ୍ୟୁ କରାଯାଇପାରିବ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story