ଜଗତସିଂହପୁର (ରମାକାନ୍ତ ନାୟକ): ଦୀର୍ଘ ୧୦ ବର୍ଷ ପରେ ପାରାଦୀପ ବନ୍ଦରରେ ପହଞ୍ଚିଛି ଯାତ୍ରୀବାହୀ ଜାହାଜ ‘ସିଲ୍ଭର୍ ଡ଼ିସକଭରରର୍’। ଆଜି ସକାଳେ ପ୍ରବଳ କୁହୁଡି ସତ୍ତ୍ୱେ ଜାହାଜଟି ବନ୍ଦର ଭିତରେ ପ୍ରବେଶ କରିଛି। ପରେ ପାରାଦୀପ ବନ୍ଦର ପକ୍ଷରୁ ଜାହାଜକୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ଏହି ଜାହାଜରେ ଆମେରିକା, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଭଳି ବିଭିନ୍ନ ଦେଶରୁ ୬୨ ଜଣ ପର୍ଯ୍ୟଟକ ଆସିଛନ୍ତି। ତାଙ୍କ ସହିତ ଜାହାଜରେ ୯୩ ଜଣ କର୍ମଚାରୀ ଅଛନ୍ତି। ପର୍ଯ୍ୟଟକମାନେ ରତ୍ନଗିରି, ଲଳିତଗିରି ସମେତ ଓଡ଼ିଶାର ଅନେକ ସ୍ଥାନ ବୁଲିବେ ଓ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଖାଇବେ।
ଓଡ଼ିଶାର ପରମ୍ପରା, ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକମାନେ ବେଶ ପ୍ରଶଂସା କରିଛନ୍ତି। ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଆଗାମୀ ଦିନରେ ନିୟମିତ ଭାବେ ଯାତ୍ରୀବାହୀ ଜାହାଜ ଆସିବା ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ARIଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ARI ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।
Crime
ଧୂର୍ତ୍ତ ASI: ଗ୍ରାମରକ୍ଷୀଙ୍କୁ ଫସାଇ ଭିଜିଲାନ୍ସ ପଞ୍ଝାରୁ ମାରିଲେ ଚମ୍ପଟ
ଭିଜିଲାନ୍ସ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଅଟକ ରଖିବା ସହ ASIଙ୍କୁ ଖୋଜୁଛି ଭିଜିଲାନ୍ସ।
Accident
ଇଭି ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଗାଡ଼ି
ସର୍ଟସର୍କିଟରୁ ଶୋ' ରୁମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।