ମହାନଦୀ ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ଆଜି ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣିକୁ ଟ୍ରିବ୍ୟୁନାଲ ଅଗଷ୍ଟ ୩ ତାରିଖରେ କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି।

ଏହାସହ ମୂଳ ମାମଲାର ଶୁଣାଣି କରି ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଅକ୍ଟୋବର ୧୯ ତାରିଖ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।