ଡିଏଭି ସ୍କୁଲ୍ ନାଁରେ ସାଂଘାତିକ ଅଭିଯୋଗ

ଢେଙ୍କାନାଳ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ଅନ୍‌ଲାଇନ୍‌ରେ ହେବ ଇଡବ୍ଲୁଏସ୍ କୋଟା ଲାଗି ସ୍କୁଲ୍ ଗୁଡିକରେ ଆଡମିଶନ୍ । କୋଟା ସମ୍ପର୍କିତ ଆଡମିଶନ୍ ରହିବ ସରକାରଙ୍କ ହାତରେ। ସ୍କୁଲ୍ ଗୁଡିକ ପାଖରେ ରହିବନି ଅଧିକାର। ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଛାତ୍ର ଯେପରି ବାଦ ନପଡନ୍ତି ସେଥିପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଡିଏଭି ସ୍କୁଲ୍‌ରେ ଇଡବ୍ଲୁଏସ୍ କୋଟାର ବଳକା ସିଟ୍‌ରେ ସାଧାରଣ ବର୍ଗ ପିଲା ଆଡମିଶନ୍ କରିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ […]

432-1

432-1

Tapas Behera
  • Published: Thursday, 03 October 2019
  • Updated: 03 October 2019, 07:36 PM IST

Sports

Latest News

ଢେଙ୍କାନାଳ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ଅନ୍‌ଲାଇନ୍‌ରେ ହେବ ଇଡବ୍ଲୁଏସ୍ କୋଟା ଲାଗି ସ୍କୁଲ୍ ଗୁଡିକରେ ଆଡମିଶନ୍ । କୋଟା ସମ୍ପର୍କିତ ଆଡମିଶନ୍ ରହିବ ସରକାରଙ୍କ ହାତରେ। ସ୍କୁଲ୍ ଗୁଡିକ ପାଖରେ ରହିବନି ଅଧିକାର। ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଛାତ୍ର ଯେପରି ବାଦ ନପଡନ୍ତି ସେଥିପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଡିଏଭି ସ୍କୁଲ୍‌ରେ ଇଡବ୍ଲୁଏସ୍ କୋଟାର ବଳକା ସିଟ୍‌ରେ ସାଧାରଣ ବର୍ଗ ପିଲା ଆଡମିଶନ୍ କରିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ଦେଖାଦେଇଛି ତତ୍ପରତା ।

ଡିଏଭି ସ୍କୁଲ୍ ନାଁରେ ସାଂଘାତିକ ଅଭିଯୋଗ। ଅଭିଯୋଗ ଆଣିଲା ରାଜ୍ୟ ଅଭିଭାବକ ମହାସଂଘ। ଆର୍ଥିକ ଅନଗ୍ରସର ବର୍ଗ ବା ଇଡବ୍ଲୁଏସ୍ କୋଟାରେ ଥିବା ବଳକା ସିଟ୍‌ରେ ସାଧାରଣ ବର୍ଗ ପିଲାଙ୍କୁ କରାଯାଇଛି ଆଡମିଶନ୍ । ଯାହା ରାଇଟ୍ ଟୁ ଏଜୁକେସନ୍ ନିୟମର ଉଲ୍ଲଂଘନ କରୁଥିବା ଅଭିଭାବକ ସଂଘ ଅଭିଯୋଗ ଆଣିଛି । ଏନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, OSCPCRଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛି ସଂଘ ।

ଲଗାତର ୨ ବର୍ଷ ଧରି ଏପରି ଆଡମିଶନ୍ କରାଇଛି ଡିଏଭି ସ୍କୁଲ୍। ରାଜ୍ୟର ସବୁ ଡିଏଭି ସ୍କୁଲରେ ଏଭଳି ଆଡମିଶନ୍ ଦ୍ୱାରା ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାଇପାରିନାହାନ୍ତି ବୋଲି ସଂଘ ଯୁକ୍ତି ବାଢିଛି। ସେପଟେ ଡିଏଭି ସ୍କୁଲର ଯୁକ୍ତି ହେଲା ଇଡବ୍ଲୁଏସ୍ କୋଟା ବଳକା ସିଟ୍ ରେ ସାଧାରଣ ବର୍ଗ ପିଲାଙ୍କୁ ଆଡମିଶନ୍ ପାଇଁ ସରକାରଙ୍କ ଠାରୁ ଅନୁମତି ମିଳିଛି । କୌଣସି ପ୍ରକାର ବେଆଇନ କାର୍ଯ୍ୟ ହୋଇନାହିଁ। ଓଏସ୍ସିପିସିଆରରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛନ୍ତି କମିଶନ। ତଦନ୍ତରୁ ଯଦି ଆଡମିଶନ୍ ସମ୍ପର୍କିତ ତ୍ରୁଟି ନଜରକୁ ଆସେ ତେବେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ୍ ଅଧ୍ୟକ୍ଷା କହିଛନ୍ତି । କୋଟା ଆଡମିଶନ୍ ଦୁର୍ନୀତି ଭଳି ଚାଞ୍ଚଲ୍ୟକର ଅଭିଯୋଗ ନଜରକୁ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା। ଆସନ୍ତା ଶିକ୍ଷା ବର୍ଷରୁ ଆଡମିଶନ୍‌ରେ ସ୍ୱଚ୍ଛତା ପାଇଁ ଅନ୍ ଲାଇନ୍‌ରେ କମନ୍ ଡାଟା ବେସ୍ ଲାଗୁ କରାଯିବ ଯାହାଦ୍ୱାରା ଯୋଗ୍ୟ ଛାତ୍ରଛାତ୍ରୀ ମାନେ ସିଧାସଳଖ ସ୍କୁଲ୍ ବଦଳରେ ସରକାରଙ୍କୁ ଆଡମିଶନ୍ ଲାଗି ଆବେଦନ କରିବେ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ଶିକ୍ଷା ଅଧିକାର ଆଇନ୍ ଅଛି । ହେଲେ ନାମୀ ଘରୋଇ ସ୍କୁଲ୍ ଗୁଡିକ ଏହାକୁ ଆଦୌ ଭ୍ରୁକ୍ଷେପ କରୁନାହାଁନ୍ତି । ତେବେ ଯେଉଁ ସ୍କୁଲ୍ ଗୁଡିକ ନିୟମ ଭଙ୍ଗ କରି ଆଡମିଶନ୍ କରିଛନ୍ତି । ସେଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ତା’ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos