ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନା ପୋଲିସ ଏକ ବାଇକ୍ ଲୁଟ୍ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ଜିଲ୍ଲା ପୋଲିସ । ସେମାନଙ୍କ ଠାରୁ ପୋଲିସ ୧୯ଟି ମୋଟର ସାଇକଲକୁ ଜବତ କରିଛି। ଗିରଫ ଦୁଇଜଣ ହେଲେ ନିଳକଣ୍ଠ ସଗଡିଆ ଓ ଲକ୍ଷ୍ମଣ ବଡନାୟକ। ଗତ ଦୁଇ ବର୍ଷ ହେବ ଏହି ଦଳ କୋରାପୁଟ ଓ ମାଲକାନଗିରିରେ ଅପରେଟ୍ କରି ଆସୁଥିଲା। ଦୁଇ ମାସ ତଳେ ଏହି ଦଳର ଆଉ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ମଧ୍ୟ ୧୮ଟି ବାଇକ ଜବତ କରାଯାଇଥିଲା। ଏବେ ଏହି ଦଳର ଆଉ ଦୁଇ ଜଣ ସହଯୋଗୀ ଫେରାର ଥିବାରୁ ପୋଲିସ ଅନୁସନ୍ଧାନ କରୁଛି। ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯିବ ମାଲକାନଗିରି ଥାନା ଆଇଆଇସି ରାଜ କିଶୋର ଦାସ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।