ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସେଲଫି ହେଲା କାଳ। ମୋବାଇଲରେ ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସିଯିବାରୁ ଯୁବକ ନିଖୋଜ। ଆଜି ସୁନ୍ଦରଗଡ଼ ତଳସରା କାନକୁଣ୍ଡ ପିକନିକ୍ ସ୍ପଟରେ ଏଭଳି ଅଘଟଣ ଘଟିଛି। ନିଖୋଜ ଯୁବକଙ୍କ ନାମ ସୋମେଶ ମଲ୍ଲିକ।
ସୂଚନା ମୁତାବକ, ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ। ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା। ପରେ ସୋମେଶଙ୍କ ତିନି ସାଙ୍ଗ ଓ ଉପସ୍ଥିତ ଅନ୍ୟ ପର୍ଯ୍ୟଟକମାନେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା।
ପରେ ଖବର ପାଇ ଅଗ୍ନିଶମ ବାହିନୀ ଆସି ସର୍ଚ୍ଚ ଅପରେସନରେ ସାମିଲ ହୋଇଛି। ତେବେ ସଂଧ୍ୟା ସୁଦ୍ଧା ସୋମେଶଙ୍କ କୌଣସି ଖୋଜଖବର ମିଳି ପାରି ନ ଥିଲା। ଆଜିର ଏହି ଦୁର୍ଘଟଣାସ୍ଥଳରେ ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା। ସେଲଫି ନେଉଥିବା ବେଳେ ଏଠାରେ ଦୁଇ ଜଣଙ୍କ ଜୀବନ ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବିଲ ମଝିରେ ଜଳିଗଲେ ଚାଷୀ
ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ପ୍ରମୋଦଙ୍କ ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
Crime
ARIଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ARI ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।
Crime
ଧୂର୍ତ୍ତ ASI: ଗ୍ରାମରକ୍ଷୀଙ୍କୁ ଫସାଇ ଭିଜିଲାନ୍ସ ପଞ୍ଝାରୁ ମାରିଲେ ଚମ୍ପଟ
ଭିଜିଲାନ୍ସ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଅଟକ ରଖିବା ସହ ASIଙ୍କୁ ଖୋଜୁଛି ଭିଜିଲାନ୍ସ।