ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଟିକ୍ଟକ୍ କରିବା ମହଙ୍ଗା ପଡ଼ିଲା। ଛାତରୁ ଖସିପଡ଼ିଲେ ଯୁବକ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଉରକେଲାରେ। ଆହତ ଯୁବକଙ୍କ ନାଁ ଅଲିନ୍ ଗୋଚ୍ଛାୟତ। ତାଙ୍କ ଘର ଗୋଳଘର ଅଞ୍ଚଳରେ।
ଅଲିନ୍ ୬ ନମ୍ୱର ସେକ୍ଟରରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ପରିତ୍ୟକ୍ତ କ୍ୱାର୍ଟର୍ସର ଦୁଇ ତାଲା ଛାତ ଉପରେ ଅନ୍ୟ ଜଣ ସାଙ୍ଗକୁ ନେଇ ଟିକ୍ଟକ୍ ଭିଡିଓ ବନାଉଥିଲେ। ଅଲିନ୍ଙ୍କ ସାଙ୍ଗ ଦୃଶ୍ୟଟିକୁ ରେକର୍ଡିଂ କରୁଥିଲେ। ତେବେ ଅସାବଧାନତା ବଶତଃ ହେଉ ଅବା ଅତ୍ୟଧିକ ଉତ୍ସାହ ଯୋଗୁ ହେଉ ଅଲିନ୍ ଛାତ ଉପରୁ ଖସି ପଡ଼ିଥିଲେ।
ଏହାପରେ ତାଙ୍କ ସାଙ୍ଗ ଏବଂ କିଛି ପଡ଼ୋଶୀ ତାଙ୍କୁ ପ୍ରଥମେ ରାଉରକେଲା ସରକରୀ ଡାକ୍ତରଖାନା ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Miscellaneous
୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ଚିଠା ବଜେଟକୁ ମିଳିବ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।
Miscellaneous
୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି ।
Miscellaneous
ସରକାରୀ ଜମିରେ ତିଆରି ହୋଇଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ
ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ୍ ଆଶ୍ରମ। ଏଠାରେ କଳକୀରାମ ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି। ପ୍ରବଚନ ଦେଉଛନ୍ତି। ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।