ବଡ଼ ଭାଇର କଟୁରି ଚୋଟରେ ସାନ ଭାଇ ମୃତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନିରେ ବଡ଼ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ସୋମା ଏକ୍କା। ତାଙ୍କ ବଡ଼ ଭାଇର ନାଁ କୋକା ଏକ୍କା। ଗତକାଲି ସନ୍ଧ୍ୟାରେ ଗାଁରେ ଖାସି କଟାଯାଇଥିଲା। ମାଂସ ନେବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଉତ୍‌କ୍ଷିପ୍ତ ହୋଇ କୋକା ଏକ କଟୁରିରେ ସୋମାଙ୍କୁ ଆକ୍ରମଣ କରିଥିଲା। ସେ ତାଙ୍କ ବେକରେ ଚୋଟ ପକାଇଥିଲା। […]

murder

murder

Jyoshna Pradhan
  • Published: Sunday, 28 April 2019
  • Updated: 28 April 2019, 11:00 AM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନିରେ ବଡ଼ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି।

ମୃତକ ହେଲେ ସୋମା ଏକ୍କା। ତାଙ୍କ ବଡ଼ ଭାଇର ନାଁ କୋକା ଏକ୍କା।

ଗତକାଲି ସନ୍ଧ୍ୟାରେ ଗାଁରେ ଖାସି କଟାଯାଇଥିଲା। ମାଂସ ନେବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଉତ୍‌କ୍ଷିପ୍ତ ହୋଇ କୋକା ଏକ କଟୁରିରେ ସୋମାଙ୍କୁ ଆକ୍ରମଣ କରିଥିଲା। ସେ ତାଙ୍କ ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ସୋମାଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଗତକାଲି କୋକା ଫେରାର୍‌ ହୋଇଯାଇଥିଲା। ତେବେ ଆଜି ସେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ୍ ତାକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos