କଟକ(ଓଡ଼ିଶା ରିପୋର୍ଟର): ପୁଅର ଏକୋଇଶିଆରେ ଯୋଗ ଦେବା ନିମନ୍ତେ ଖୁସି ମନରେ ଘର ମୁହାଁ ହୋଇଥିବା ଜଣେ ଯୁବକଙ୍କ ସହ ଘଟିଗଲା ଅଘଟଣ। ମୁନା ବାରିକ ନାମକ ଯୁବକ ଗତକାଲି କଟକରୁ ବ୍ରହ୍ମପୁର ଯିବା ନିମନ୍ତେ ଟ୍ରେନ୍ ଚଢ଼ୁଥିବା ବେଳେ ଭିଡ଼ ଥିବା କାରଣରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଟ୍ରେନ ଚକା ତଳେ ପଡ଼ି ତାଙ୍କ ଶରୀର ୨ ଖଣ୍ଡ ହୋଇଯାଇଛି।
ମୁନାଙ୍କ ଶରୀର ଅଣ୍ଟା ତଳକୁ କଟି ଯାଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ମୁନା ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡିଶାରେ ଚାକିରି କରିଥିବା ବେଳେ ସେ ଜଣେ ରାଜ୍ୟସ୍ତରୀୟ ଶିପକ୍ ଟାକୋରେ ଖେଳାଳି ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଦେଶରେ HMPV ଚିହ୍ନଟ ପରେ ଓଡ଼ିଶା ସରକାରଙ୍କ ଛନକା!
ଦେଶରେ HMPV ଚିହ୍ନଟକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି,‘ଚୀନ୍ରୁ HMPV ଆସୁଥିବା ଖବରକୁ WHO ଏଯାବତ ସ୍ପଷ୍ଟ କରିନି। ଭାରତ ସରକାର ମଧ୍ୟ କୌଣସି ଆଡଭାଇଜରୀ ଜାରି କରି ନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ।
Crime
ରାତି ଅନ୍ଧାରରେ ପହାଡ଼ ଉପରେ ଚାଲିଥିଲା ଜୁଆ ଖେଳ; ତା’ପରେ...
ରବିବାର ବିଳମ୍ୱିତ ରାତିରେ କୁମୁଡ଼ା ପାହାଡରେ ଚାଲିଥିଲା ଜୁଆ ଖେଳ। ଜୁଆଡିମାନେ ଜୁଆ ଖେଳରେ ମାତିଥିଲେ। ଏ ସମ୍ପର୍କରେ ଟିଟିଲାଗଡ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଖବର ପାଇଥିଲେ।
Politics
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ, କଟାକ୍ଷ କଲା ବିଜେପି
ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତା। ନାଟକ କରୁଛନ୍ତି କହିଲା ବିଜେପି।
Crime
୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ନୁହେଁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ- ଏସ୍ପି
ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍ପି।
Accident
ଗଛରେ ପିଟିହେଲା ବାଇକ୍, ଆଖି ବୁଜିଲେ ପିଜି ଛାତ୍ର
ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍। ବାଇକ୍ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ।