ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତର ଉଦ୍ଧାର ପାଇଁ ମା’ ଧରାପୃଷ୍ଠକୁ ଆସିଛନ୍ତି। ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ରୂପରେ ମା’ ଦର୍ଶନ ଭକ୍ତମାନଙ୍କୁ ଦେଉଛନ୍ତି। ମାଙ୍କର ସବୁ ଦିବ୍ୟ ରୂପ ମଧ୍ୟରେ ମା’ ମଙ୍ଗଳା ଅନ୍ୟତମ। ସାରା ସଂସାରର ସେ ମଙ୍ଗଳ କାରିଣୀ ବୋଲି ନା ତାଙ୍କର ମଙ୍ଗଳା । ମା’ ମଙ୍ଗଳାଙ୍କ ଚମତ୍କାରିତା ଏବଂ ଦିବ୍ୟ ଶକ୍ତିକୁ ତ ସମସ୍ତେ ଅନୁଭବ କରିଛନ୍ତି। ସେହି ଅନୁଭୂତିକୁ କାହାଣୀର ରୂପ ଦେଇଛି ତରଙ୍ଗ। ସବୁ ଓଡ଼ିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଆଶୀର୍ବାଦ ନେଇ ଆସିଛି ‘ମଙ୍ଗଳା ଚରଣ’।
https://youtu.be/W6vyp36aokg
ଏ କାହାଣୀରେ ଆପଣ ମା’ଙ୍କ ଉପରେ ଥିବା ଭକ୍ତଙ୍କ ବିଶ୍ଵାସ ଦେଖିପାରିବେ। ଦର୍ଶକମାନେ ପାରିବାରିକ କାହାଣୀ ସହିତ ଭଲପାଇବା, ପ୍ରତିଶୋଧ ଏବଂ ରାଗ ଅଭିମାନର ଛିଟା ପାଇବେ। ଯାହା କୁହାଯାଏ କିଛି ପ୍ରେମ କାହାଣୀ ଉପରବାଲା ସୁନାର ସ୍ୟାହିରେ ଲେଖିଥାନ୍ତି। କିନ୍ତୁ ସବୁ ପ୍ରେମ କାହାଣୀରେ ପ୍ରେମ ନଥାଏ । କିଛି ପ୍ରେମ କାହାଣୀ ପ୍ରତିଶୋଧରୁ ଆରମ୍ଭ ହେଇଥାଏ। ତେବେ ରାଗ, ପ୍ରେମ, ପ୍ରତିଶୋଧ ଓ ଅଭିମାନର ଭରପୂର ପ୍ୟାକେଜକୁ ନେଇ ତିଆରି ହୋଇଥିବା ‘ମଙ୍ଗଳାଚରଣ’ ଧାରାବାହିକ ଜାନୁଆରୀ ୧୮ରୁ ଟେଲିଭିଜନ ସ୍କ୍ରିନ୍ରେ ଆସିବ। ଏହି ସିରିଏଲ ସୋମବାରରୁ ଶନିବାର ସନ୍ଧ୍ୟା ୬ଟା ୩୦ରେ ତରଙ୍ଗ ଓ ତରଙ୍ଗ ପ୍ଲସରେ ପ୍ରସାରିତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।