ଲଜ୍ଜା: କଥା କହିପାରୁନଥିବା ଯୁବତୀ ଦୁଷ୍କର୍ମର ଶିକାର

ନୀଳଗିରି (ବିଶ୍ୱମ୍ୱର ଦାସ): କଥା କହିପାରୁ ନଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛି। ଜଣେ ବିବାହିତ ଯୁବକ ଘରେ ପଶି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି। ପୂରା ଘଟଣା ଏମିତି। ମାଆ ଓ ଝିଅଙ୍କୁ ନେଇ ଛୋଟିଆ ସଂସାର। ଚଳିବା ପାଇଁ ମାଆ ସବୁଦିନ କାମ କରିବାକୁ ଯାଆନ୍ତି। ଘରେ ନିଜର କଥା କହିପାରୁନଥିବା ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଦେଇଯାଆନ୍ତି। […]

rape

rape

Manoranjan Sial
  • Published: Thursday, 08 August 2019
  • Updated: 08 August 2019, 10:46 PM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): କଥା କହିପାରୁ ନଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛି। ଜଣେ ବିବାହିତ ଯୁବକ ଘରେ ପଶି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି।

ପୂରା ଘଟଣା ଏମିତି। ମାଆ ଓ ଝିଅଙ୍କୁ ନେଇ ଛୋଟିଆ ସଂସାର। ଚଳିବା ପାଇଁ ମାଆ ସବୁଦିନ କାମ କରିବାକୁ ଯାଆନ୍ତି। ଘରେ ନିଜର କଥା କହିପାରୁନଥିବା ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଦେଇଯାଆନ୍ତି। ଏହାର ସୁଯୋଗ ନେଇ ପଡ଼ିଶାର ସମ୍ପର୍କୀୟ ଭାଇ ତାଙ୍କୁ ପୂର୍ବରୁ ଥରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଯୁବତୀଙ୍କ ମାଆ ଜାଣିପାରି ଗାଁ ଲୋକଙ୍କୁ ଜଣାଇଥିଲେ। ଏଥିପାଇଁ ଅଭିଯୁକ୍ତ ଭୁଲ୍‌ ମାଗିବା ସହିତ ଭବିଷ୍ୟତରେ ଏପରି କେବେ କରିବ ନାହିଁ ବୋଲି କହିଥିଲା।

ସବୁଦିନ ପରି ଗତ ୫ ତାରିଖରେ ଯୁବତୀଙ୍କ ମାଆ କାମ କରିବାକୁ ଯାଇଥିଲେ। ସେଦିନ ସମ୍ପୃକ୍ତ ଅଭିଯୁକ୍ତ ଘରେ ପଶି ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କାମରୁ ଫେରିବା ପରେ ଯୁବତୀଙ୍କ ମାଆ ଏକଥା ଜାଣିବା ପରେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ମାମଲା ସମାଧାନ କରିବାକୁ ଉଦ୍ୟମ କରୁଥିଲେ। ମାତ୍ର ଏହାର ସୁଯୋଗ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଶେଷରେ କିଛି ଉପାୟ ନପାଇ ଆଜି ପୀଡ଼ିତାଙ୍କ ମାଆ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ନଂ-୧୭୯/୧୯ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନାରୁ ପ୍ରକାଶ, ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବିବାହିତ। ସେ ୩ଟି ଛୁଆର ବାପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos