ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ  ହୋଇଛି ମାଟ୍ରିକ୍ ପ୍ରଶ୍ନପତ୍ର। ଆଜି ସକାଳ ୧୦.୫୧ରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପ଼ଡ଼ିଛି। ତେବେ କେଉଁ ଅଞ୍ଚଳରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ତାହା ଜଣାପଡ଼ିନି। ଆଜି ପରୀକ୍ଷା ସବୁଦିନ ପରି ସକାଳ ୯ଟାରେ ଆରମ୍ଭ ହୋଇଥିଲା। ତେବେ ୧୦ଟା ୫୧ରେ ଭାଇରାଲ୍ ହୋଇଥିଲା। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ବୋର୍ଡର ମୂଳ ପ୍ରଶ୍ନପତ୍ର ସହ ଭାଇରାଲ୍ ପ୍ରଶ୍ନ ମେଳ ଖାଉଛି। ଏହା ପୂର୍ବରୁ ମାଟ୍ରିକ ପୂର୍ବରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିଲା।