ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ହେଲେ ପରୀକ୍ଷା ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍‌ସ ଆପ୍‌ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ଅଭିଯୋଗ ହେଉଛି।ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। ଏହି ପ୍ରଶ୍ନପତ୍ର ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। କିଏ ଏହି ପ୍ରଶ୍ନପତ୍ରକୁ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।