ରାଜ୍ୟରେ ୧୨,୫୨୬ କରୋନା ଆକ୍ରାନ୍ତ; ଗଞ୍ଜାମରେ ସର୍ବାଧିକ, ସୁବର୍ଣ୍ଣପୁରରେ ସର୍ବନିମ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ସୁଦ୍ଧା ୧୨,୫୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୬୧ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୮ କରୋନା ଆକ୍ରାନ୍ତଙ୍କର ବି ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ୧୨,୫୨୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ […]

corona

corona

Jitendra Garnayak
  • Published: Saturday, 11 July 2020
  • Updated: 11 July 2020, 02:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ସୁଦ୍ଧା ୧୨,୫୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୭,୯୭୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪,୪୭୫ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୬୧ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୮ କରୋନା ଆକ୍ରାନ୍ତଙ୍କର ବି ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

୧୨,୫୨୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩,୬୩୪ ଜଣ (୧୮୯୨ ସୁସ୍ଥ, ୧୭୦୫ ଚିକିତ୍ସାଧୀନ, ୩୬ ମୃତ) ଥିବା ବେଳେ ସୁବର୍ଣ୍ଣପୁରରୁ ମାତ୍ର ୪୪ ଜଣ (୩୭ ସୁସ୍ଥ, ୭ ଚିକିତ୍ସାଧୀନ) ଅଛନ୍ତି।

ଜାଣନ୍ତୁ ବାକି ଜିଲ୍ଲାଗୁଡ଼ିକର ସ୍ଥିତି ସଂପର୍କରେ

ଅନୁଗୋଳ- ୧୩୩ (୪୦ ଚିକିତ୍ସାଧୀନ, ୯୨ସୁସ୍ଥ, ଜଣେ ମୃତ)
ବାଲେଶ୍ୱର- ୫୦୮ (୧୩୧ ଚିକିତ୍ସାଧୀନ, ୩୭୫ ସୁସ୍ଥ, ଅନ୍ୟାନ୍ୟ କାରଣରୁ ୨ ମୃତ)
ବରଗଡ଼- ୧୬୮ (୨୯ ଚିକିତ୍ସାଧୀନ, ୧୩୮ ସୁସ୍ଥ, ଜଣେ ମୃତ)
ଭଦ୍ରକ- ୨୮୨ (୨୨ ଚିକିତ୍ସାଧୀନ, ୨୫୭ ସୁସ୍ଥ, ଜଣେ ମୃତ, ଅନ୍ୟାନ୍ୟ କାରଣରୁ ୨ ମୃତ)
ବଲାଙ୍ଗିର- ୨୬୦ (୪୮ ଚିକିତ୍ସାଧୀନ, ୨୧୨ ସୁସ୍ଥ)
ବୌଦ୍ଧ- ୫୩ (୧୧ସୁସ୍ଥ, ୪୨ ଚିକିତ୍ସାଧୀନ)
କଟକ- ୯୮୭ (୩୩୪ ଚିକିତ୍ସାଧୀନ, ୬୪୪ ସୁସ୍ଥ, ୬ ମୃତ, ଅନ୍ୟାନ୍ୟ କାରଣରୁ ୩ ମୃତ)
ଦେବଗଡ଼- ୬୬ (୫ ଚିକିତ୍ସାଧୀନ, ୬୧ ସୁସ୍ଥ)
ଢେଙ୍କାନାଳ- ୯୫ (୧୬ ଚିକିତ୍ସାଧୀନ, ୭୯ ସୁସ୍ଥ)
ଗଜପତି- ୫୯୩ (୧୫୫ ଚିକିତ୍ସାଧୀନ, ୪୩୭ ସୁସ୍ଥ, ଜଣେ ମୃତ)
ଜଗତସିଂହପୁର- ୩୮୯ (୯୧ ସୁସ୍ଥ, ୨୯୮ ସୁସ୍ଥ)
ଯାଜପୁର- ୭୯୯ (୨୯୭ ଚିକିତ୍ସାଧୀନ, ୫୦୧ ସୁସ୍ଥ, ଜଣେ ମୃତ)
ଝାରସୁଗୁଡ଼ା- ୧୬୫ (୩୯ ଚିକିତ୍ସାଧୀନ, ୧୨୬ ସୁସ୍ଥ)
କଳାହାଣ୍ଡି- ୭୯ (୮ ଚିକିତ୍ସାଧୀନ, ୭୧ ସୁସ୍ଥ)
କନ୍ଧମାଳ- ୧୯୩ (୮ ଚିକିତ୍ସାଧୀନ, ୧୮୫ ସୁସ୍ଥ)
କେନ୍ଦ୍ରାପଡ଼ା- ୨୯୬ (୩୬ ଚିକିତ୍ସାଧୀନ, ୨୫୮ ସୁସ୍ଥ, ଜଣେ ମୃତ, ଅନ୍ୟାନ୍ୟ କାରଣରୁ ଅନ୍ୟ ଜଣେ ମୃତ)
କେନ୍ଦୁଝର- ୨୯୨ (୧୪୪ ଚିକିତ୍ସାଧୀନ, ୧୪୭ ସୁସ୍ଥ, ଅନ୍ୟାନ୍ୟ କାରଣରୁ ଜଣେ ମୃତ)
ଖୋର୍ଦ୍ଧା- ୧୨୩୧ (୩୮୮ ଚିକିତ୍ସାଧୀନ, ୮୩୧ ସୁସ୍ଥ, ୯ ମୃତ, ଅନ୍ୟାନ୍ୟ କାରଣରୁ ୩ ମୃତ)
କୋରାପୁଟ- ୯୫ (୪୮ ଚିକିତ୍ସାଧୀନ, ୪୭ ସୁସ୍ଥ)
ମାଲକାନଗିରି- ୧୩୪ (୩୩ ଚିକିତ୍ସାଧୀନ, ୧୦୧ ସୁସ୍ଥ)
ମୟୂରଭଞ୍ଜ- ୩୨୭ (୧୧୧ ଚିକିତ୍ସାଧୀନ, ୨୧୪ ସୁସ୍ଥ, ଅନ୍ୟାନ୍ୟ କାରଣରୁ ୨ ମୃତ)
ନବରଙ୍ଗପୁର- ୮୯ (୩୫ ଚିକିତ୍ସାଧୀନ, ୫୩ ସୁସ୍ଥ, ଅନ୍ୟାନ୍ୟ କାରଣରୁ ଜଣେ ମୃତ)
ନୟାଗଡ଼- ୨୬୫ (୧୦୮ ଚିକିତ୍ସାଧୀନ, ୧୫୭ ସୁସ୍ଥ)
ନୂଆପଡ଼ା- ୮୬ (୪ ଚିକିତ୍ସାଧୀନ, ୮୨ ସୁସ୍ଥ)
ପୁରୀ- ୩୫୩ (୧୦୩ ଚିକିତ୍ସାଧୀନ, ୨୪୭ ସୁସ୍ଥ, ୨ ମୃତ, ଅନ୍ୟାନ୍ୟ କାରଣରୁ ଜଣେ ମୃତ)
ରାୟଗଡ଼ା- ୧୩୯ (୧୫ ଚିକିତ୍ସାଧୀନ, ୧୨୩ ସୁସ୍ଥ, ଜଣେ ମୃତ)
ସମ୍ବଲପୁର- ୧୧୧ (୫୫ ଚିକିତ୍ସାଧୀନ, ୫୬ ସୁସ୍ଥ)
ସୁନ୍ଦରଗଡ଼- ୬୬୦ (୪୪୯ ଚିକିତ୍ସାଧୀନ, ୨୦୯ ସୁସ୍ଥ, ଜଣେ ମୃତ, ଅନ୍ୟାନ୍ୟ କାରଣରୁ ଆଉ ଜଣେ ମୃତ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos