ଦାଦନ ଶ୍ରମିକଙ୍କ ଗୋଡ଼ ଓ ପାପୁଲି କାଟି ଦେଲା ଦଲାଲ

ମୋହନା(ମହିରି ଯତି): ସୀମା ଟପିଲା ଦାଦନ ନିର୍ଯାତନା। ଶ୍ରମ ଟଙ୍କା ମାଗିବାରୁ ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଡ଼ କାଟିଦେଲା ଦଲାଲ। ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଗାଁରେ ଛାଡ଼ି ପଲାଇଲା ଦଲାଲ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କଲବା ଗାଁରେ। ଏହି ଦାଦନ ଶ୍ରମିକ ଜଣଙ୍କ ହେଲେ ଶାଙ୍କ ମୁର୍ମୁ। ଗତ ୧୩ ତାରିଖରେ ଶାଙ୍କଙ୍କୁ ନିକଟସ୍ଥ ଗାଁର ୪ଜଣ ଯୁବକ […]

mohana

mohana

Tapaswini Nayak
  • Published: Monday, 03 October 2022
  • Updated: 03 October 2022, 04:14 PM IST

Sports

Latest News

ମୋହନା(ମହିରି ଯତି): ସୀମା ଟପିଲା ଦାଦନ ନିର୍ଯାତନା। ଶ୍ରମ ଟଙ୍କା ମାଗିବାରୁ ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଡ଼ କାଟିଦେଲା ଦଲାଲ। ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଗାଁରେ ଛାଡ଼ି ପଲାଇଲା ଦଲାଲ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କଲବା ଗାଁରେ। ଏହି ଦାଦନ ଶ୍ରମିକ ଜଣଙ୍କ ହେଲେ ଶାଙ୍କ ମୁର୍ମୁ।

ଗତ ୧୩ ତାରିଖରେ ଶାଙ୍କଙ୍କୁ ନିକଟସ୍ଥ ଗାଁର ୪ଜଣ ଯୁବକ ଆସି ଦାଦନ ଖଟିବାକୁ ଉତ୍ତର ପ୍ରଦେଶ ଯିବାକୁ କହିଥିଲେ। ସେଠାରେ ଥିବା ଏକ ସିମେଣ୍ଟ କମ୍ପାନୀରେ କାମ କଲେ ମାସକୁ ୨୦ ହଜାର ଟଙ୍କା ବେତନ ମିଳିବ ବୋଲି ପ୍ରୋଲଭନ ଦେଖାଇଥିଲେ। ଶାଙ୍କ ମଧ୍ୟ ସେମାନଙ୍କ କଥାରେ ରାଜି ହୋଇ ୭ଜଣଙ୍କ ଯୁବକଙ୍କ ସହ ଉତ୍ତର ପ୍ରଦେଶ ଯାଇଥିଲେ। ସେଠାରେ ପହଞ୍ଚିବାର ଦୁଇ ଦିନ ପରେ ସେ ସିମେଣ୍ଟ କମ୍ପାନୀରେ କାମ କରିଥିଲେ।  ସେଠାରେ ସପ୍ତାହେ କାମ କରିବା ପରେ ଶାଙ୍କ ତାଙ୍କର ପାରିଶ୍ରମିକ ମାଗିଥିଲେ।

ଶାଙ୍କ ଟଙ୍କା ମାଗିବାରୁ ଦଲାଲ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ତାଙ୍କୁ ମାରପିଟ୍ କରିଥିଲେ। ପରେ ତାଙ୍କୁ ମଦ ପିଆଇ ଅଚେତ କରି ବାମ ଗୋଡ଼ ଓ ଡାହାଣ ହାତ ପାପୁଲି କାଟି ଦେଇଥିଲେ। ଏହାପରେ  ଝାଂସିର ଏକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା କରିବା ପରେ ୩୦ ତାରିଖରେ ଶାଙ୍କଙ୍କୁ ନିଜ ଘରେ ଆଣି ଛାଡ଼ି ପଳାଇଥିଲେ ଦଲାଲ। ଆଉ ଗଲା ବେଳେ ଏହି କଥା ପୁଲିସକୁ ନଜଣାଇବାକୁ ଚେତାବନୀ ଦେଇଥିଲେ। ପୁଲିସ୍‌କୁ ଜଣାଇଲେ ମାରିଦେବାକୁ ଧମକ ଦେଇଥିଲେ। ଏମିତିକି ତାଙ୍କ ସହ ତାଙ୍କ ପିଲାଛୁଆଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଦଲାଲ। ଶାଙ୍କ ଦଲାଲଙ୍କ ଧମକରେ ଭୟଭୀତ ହୋଇ ପୁଲିସରେ ଅଭିଯୋଗ କରି ନାହାନ୍ତି।

ଶାଙ୍କ ସ୍ତ୍ରୀ କହିଛନ୍ତି, ମୋ ସ୍ୱାମୀ ଦାଦନ ଖଟିବାକୁ ଯିବାକୁ ରାଜି ନଥିଲେ। ସେମାନେ ମୋ ସ୍ୱାମୀଙ୍କୁ ଜୋର ଜବରଦସ୍ତ  ନେଇ ଯାଇଥିଲେ। ସେଠାକୁ ସ୍ୱାମୀ ଯିବାର କିଛି ଦିନ ପରେ  ସେମାନେ ଫୋନ୍ କରି ତାଙ୍କ ହାତ ପାପୁଲି ଓ ଗୋଡ଼  କଟିଯାଇଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story