ଫୁଲବାଣୀ(ତ୍ରୀନାଥ ସାହୁ): ମନ୍ତ୍ରୀ ପ୍ରତାପ ଜେନାଙ୍କର ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା। କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ବର୍ତ୍ତମାନ ଫୁଲବାଣୀ ସର୍କିଟ ହାଉସରେ ବିଶ୍ରାମ ନେଉଛନ୍ତି। ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ତାଙ୍କୁ ଜ୍ୱର ହେବା ସହିତ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଛନ୍ତି। ଏଥିସହ ତାଙ୍କର ନିମ୍ନ ରକ୍ତଚାପ ଥିବା ସୂଚନା ମିଳିଛି।
ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଛି। ତାଙ୍କୁ ସେଠାରୁ ଭୁବନେଶ୍ୱରକୁ ଏୟାର ଲିଫ୍ଟିଂ କରାଯିବ। ଏନେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ ଅଭୟ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି।
ଡାକ୍ତର ପଟ୍ଟନାୟକ କହିଛନ୍ତି, ତାଙ୍କର କରୋନା ଟେଷ୍ଟ ହୋଇଛି। ତାଙ୍କ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ ଆସିଛି, କିନ୍ତୁ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ଏଯାଏଁ ଆସିନି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ମନ୍ତ୍ରୀ ଶ୍ରୀ ଜେନାଙ୍କ ଦେହ ଅସୁସ୍ଥ ହୋଇପଡ଼ିବା କାରଣରୁ ଆଜି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବାତିଲ ହେବା ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାଲି ଓଡ଼ିଶାରେ ପହଞ୍ଚିବେ ନୂତନ ରାଜ୍ୟପାଳ, ୩ରେ ଶପଥ ସମାରୋହ
ଆସନ୍ତା ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭାମପତି । ସେ ଆସନ୍ତା କାଲି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ୩ ତାରିଖରେ ଶପଥ ଗ୍ରହଣ ସମାରୋହର କାର୍ଯ୍ୟକ୍ରମ ରହିଛି।
Miscellaneous
କାଲି ଆସିବ ଡବଲ ଡେକର ବସ୍, ହେବ ଟ୍ରାଏଲ୍ ରନ୍
ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି କହିଛନ୍ତି ମନ୍ତ୍ରୀ।
Crime
ରାତିରେ ଭୋଜି ପାଇଁ ଘରୁ ଡାକିନେଲେ, ସକାଳୁ ପୋଖରୀରୁ ମିଳିଲା ମୃତଦେହ
ରାତିରେ ଭୋଜି ହେଉଛି କହି ଘରୁ ଡାକି ଆଣିଲେ। ମାତ୍ର ଆଉ ଘରକୁ ଫେରିଲେନି। ସକାଳୁ ପୋଖରୀରୁ ମିଳିଲା ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Crime
ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ଦୁଇ ଗୁରୁତର
ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା। ଉନ୍ମତ୍ତ କାଣ୍ଡ ଘଟାଇଲେ ଦୁଇ ଯୁବକ । ଏଥିରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାଯାଇଛି।
Miscellaneous
ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭାଙ୍ଗିଲେ ଶ୍ରଦ୍ଧାଳୁ
ନୂଆବର୍ଷରେ କାଳିଆ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ପ୍ରବଳ ଭିଡ଼ ଯୋଗୁଁ ଉପୁଜିଛି ଠେଲାପେଲା ପରିସ୍ଥିତି । ସ୍ଥିତି ଅଣାୟତ୍ତ ହେବାରୁ ବ୍ୟାରିକେଡ୍ ଭାଙ୍ଗିଲେ ଭକ୍ତ ।