ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ, ପୁଲିସ୍‌କୁ ବି ଛାଡ଼ିଲେନି

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ସବୁ ସୀମା ପାର କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନର ହିଂସାକାଣ୍ଡ। ବୁଥ୍‌ ରିଗିଂ ହେଲା। ଭୋଟ୍ ବାକ୍ସ ଲୁଟ୍ ହେଲା। ବିଡିଓ ଓ ସାମ୍ବାଦିକଙ୍କୁ ଆକ୍ରମଣ ହେଲା। ତା’ସହିତ ଲୋକଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ ପୁଲିସ୍ କର୍ମଚାରୀ। ପୁଲିସ୍‌ଠୁ ଲାଠି ଛଡ଼ାଇ ପୁଲିସ୍‌କୁ ପିଟିଥିଲେ। କେନ୍ଦ୍ରାପଡ଼ା ରାଜନଗରରେ ଘଟିଛି ଏହି ଘଟଣା। ସର୍ବସମ୍ମୁଖରେ ପୁଲିସ୍‌କୁ ହୋଇଛି ନିସ୍ତୁକ ମାଡ଼। ରାଜନଗର ଡେରା ପଞ୍ଚାୟତର ଗୋଖଣି ଗାଁରେ ଆଜି ଚାଲିଥିଲା ମତଦାନ। ତେବେ ବୁଥ୍‌ରେ […]

police

police

Jitendra Garnayak
  • Published: Sunday, 20 February 2022
  • Updated: 20 February 2022, 02:06 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ସବୁ ସୀମା ପାର କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନର ହିଂସାକାଣ୍ଡ। ବୁଥ୍‌ ରିଗିଂ ହେଲା। ଭୋଟ୍ ବାକ୍ସ ଲୁଟ୍ ହେଲା। ବିଡିଓ ଓ ସାମ୍ବାଦିକଙ୍କୁ ଆକ୍ରମଣ ହେଲା। ତା’ସହିତ ଲୋକଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ ପୁଲିସ୍ କର୍ମଚାରୀ। ପୁଲିସ୍‌ଠୁ ଲାଠି ଛଡ଼ାଇ ପୁଲିସ୍‌କୁ ପିଟିଥିଲେ। କେନ୍ଦ୍ରାପଡ଼ା ରାଜନଗରରେ ଘଟିଛି ଏହି ଘଟଣା। ସର୍ବସମ୍ମୁଖରେ ପୁଲିସ୍‌କୁ ହୋଇଛି ନିସ୍ତୁକ ମାଡ଼।

ରାଜନଗର ଡେରା ପଞ୍ଚାୟତର ଗୋଖଣି ଗାଁରେ ଆଜି ଚାଲିଥିଲା ମତଦାନ। ତେବେ ବୁଥ୍‌ରେ ଥିବା ଜଣେ ଏଜେଣ୍ଟକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଏହି ଏଜେଣ୍ଟଙ୍କ ନାଁ ଭୋଟର ଲିଷ୍ଟ ନାହିଁ। ତଥାପି ସେ କେମିତି ଏଜେଣ୍ଟ ହେଲେ ତାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ହସ୍ତକ୍ଷେପ କରିଥିଲା। ଏହି ସମୟରେ ପୁଲିସ୍ ଓ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କିଛି ଲୋକ ପୁଲିସ୍‌କୁ ମାଡ଼ ମାରିଥିଲେ।

କିଛି ଲୋକ ଅଭିଯୋଗ କରିଛନ୍ତି ଯେ ପୁଲିସ୍ ଆସି ପ୍ରଥମେ ସେମାନଙ୍କୁ ପିଟିଥିଲା। ତେଣୁ ଲୋକେ ଉତ୍ତେଜିତ ହୋଇଗଲେ ଓ ପ୍ରତିବାଦରେ ସେମାନଙ୍କୁ ପିଟିଥିଲେ।

ଅନ୍ୟପକ୍ଷରେ ଆହତ ହୋଇଥିବା ଜଣେ ପୁଲିସ୍ ଏଏସ୍‌ଆଇ କହିଛନ୍ତି ଯେ ପୁଲିସ୍ ମାଡ଼ ମାରି ନଥିଲା। ଲୋକେ ଆକ୍ରମଣ କରିବାରୁ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଲୋକଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।

ପୁଲିସ୍‌ର ଲାଲି ଆଖି ଓ ଲାଠିରେ ଲୋକମାନେ ଡରି ନଥିଲେ। ସ୍ଥିତିକୁ ଦେଖି ଉପସ୍ଥିତ ବରିଷ୍ଠ ପୁଲିସ୍ ଅଧିକାରୀ ନିଜ ସର୍ଭିସ୍ ରିଭଲଭର କାଢ଼ି ଥିଲେ। ବନ୍ଧୁକ ଦେଖିବା ପରେ ଲୋକେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ସୂଚନାଯୋଗ୍ୟ, ଆଜି ଯାଜପୁରରେ ମଧ୍ୟ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା। ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ପୁଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିଲା। ଏଥିରେ ୨ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉପସ୍ଥିତ ପୁଲିସ ଅଟକାଇବାରୁ ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଟେକାପଥର ମାଡ଼ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story