ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍ ବ୍ୟାଙ୍କ ଏଟିଏମ୍ ମେସିନ୍କୁ ଦୁର୍ବୃତ୍ତମାନେ ତାଡ଼ି ନେଇ ଯାଇଛନ୍ତି।
ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଏପରି କରିଥିବା ଜଣାପଡ଼ିଛି।
ତେବେ ଏଟିଏମ୍ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ। ଖବର ପାଇ ସୋର ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।
ସୂଚନାନୁସାରେ, ଗତ ୧୪ ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟରେ ଥିବା ଏଚ୍ଡିଏଫ୍ସି ବ୍ୟାଙ୍କ ଏଟିଏମ୍କୁ ଦୁର୍ବୃତ୍ତମାନେ ତାଡ଼ି ନେଇଥିବା ଅଭିଯୋଗ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ
କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇକୁ ନେଇ ବେପାର କରୁଛନ୍ତି। ଏପରି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଧଳା ଜହର ବେପାରୀଙ୍କଠାରୁ ମାସିକ ସେୟାର ନେଉଥିବା ପ୍ରମାଣ ଅବକାରୀ କମିଶନରଙ୍କ ହାତରେ ଲାଗିଛି।
Crime
ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ଘଟଣାରେ ଅମିନ ନିଲମ୍ବିତ, ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ
ବିଭିନ୍ନ ପକ୍ଷର ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଉପ-ଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଥିଲେ।
Crime
ବେଶ୍ୟାବୃତ୍ତି ରାକେଟ୍ ଚଳାଉଥିବା ସନ୍ଦେହ; ଘରୁ ଘୋଷାଡ଼ି ମାଆ-ଝିଅଙ୍କୁ ପିଟିଲେ ପଡୋଶୀ
ଘରକୁ ନିୟମିତ ଭାବେ ଅପରିଚିତ ଲୋକେ ଆସୁଥିବାରୁ ସେମାନେ ବେଶ୍ୟାବୃତ୍ତି ରାକେଟ୍ ଚଲାଉଥିବା ସନ୍ଦେହ କରିଥିଲେ ପଡ଼ୋଶୀ।
Crime
ଆକ୍ରମଣକାରୀ ବନ୍ଧୁକରୁ ଫୁଟିଲାନି ଗୁଳି, ରକ୍ଷା ପାଇଗଲେ TMC କାଉନସିଲର
ଗୁଳି ନ ଫୁଟିବାରୁ ବର୍ତ୍ତି ଯିବାପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣକାରୀକୁ କାବୁ କରିଛନ୍ତି TMC କାଉନସିଲର।
Crime
ଖତ ଗଦାରୁ ବାହାରିଲା ବିଡ଼ା ବିଡ଼ା ନୋଟ୍; ମା’,ପୁଅ ଅଟକ
ହାଇଦ୍ରାବାଦରୁ ଚୋରି କରି ବାଲେଶ୍ୱର କମର୍ଦ୍ଦାରେ ଟଙ୍କା ଲୁଚାଇଥିଲେ ଅଭିଯୁକ୍ତ । ମାତ୍ର ପୁଲିସ୍ ଖୋଜାଖୋଜି କରି ଖତ ଗଦାରୁ ବାହାର କରିଛି ୧୪ ଲକ୍ଷ ଟଙ୍କା।