ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) : ଦୀର୍ଘ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଏମ୍କେସିଜି ମେଡିକାଲ OPD ସାଧାରଣଙ୍କ ପାଇଁ ଖୋଲିଲା। ଗହଳି ଏଡ଼ାଇବା ପାଇଁ OPD ଆଗରେ ବ୍ୟାରିକେଡ ନିର୍ମାଣ କରାଯାଇଛି। OPDରେ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।
କିଛି ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତର ପରେ OPD ଖୋଲାଯାଇଛି । ମେଡିସିନ ବିଭାଗକୁ PMR ବିଲ୍ଡିଂ, ସ୍କିନ୍ ବିଭାଗ ଆଉଟଡୋରକୁ ସ୍ଥାନାନ୍ତର ସହ ଯକ୍ଷ୍ମା ଡିପାର୍ଟମେଣ୍ଟ ID ୱାର୍ଡକୁ ସ୍ଥାନାନ୍ତର ନେଇ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ବେଳେ ଜୁଲାଇ ୮ରୁ ଏମ୍କେସିଜିର OPD ବନ୍ଦ ରହିଥିଲା।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୧୨୨ରେ ପହଞ୍ଚିଥିବା ବେଳେ ୧୧,୮୦୩ ଜଣ ସୁସ୍ଥ ହୋଇ ସାରିଲେଣି। ଜିଲ୍ଲାରେ ଏବେ ୨,୧୬୦ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୧୫୧ ଜଣ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜି ସାରିଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସହିହେଲାନି ପୁଅବୋହୂଙ୍କ ନିର୍ଯାତନା; ଗୁହାଳରେ ଝୁଲି ପଡ଼ିଲେ ବୃଦ୍ଧ
ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ୍ ନୋଟ ଜବତ କରିଛି। ଯେଉଁଥିରେ ବୃଦ୍ଧ ଲେଖିଛନ୍ତି ଅନେକ କଥା।
Crime
ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜୀବନ; ରାତିରେ ଘରେ ବୁଲିଲା କଳାକନା
ବିଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।