ତପ୍ତପାଣି ଘାଟିରେ ଟ୍ରକ୍ ଓଲଟି ୨ ମୃତ

ମୋହନା: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଆଜି ସକାଳେ ଏକ ମକାବୋଝେଇ ଟ୍ରକ୍ ଓଲଟି ଡ୍ରାଇଭରଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇଛନ୍ତି। ଟ୍ରକ୍‌ଟି ଚନ୍ଦ୍ରଗିରିରୁ ବ୍ରହ୍ମପୁର ଯାଉଥିଲା। ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଇଛି।