କଟକ(ଓଡ଼ିଶା ରିପୋର୍ଟର): କ୍ୟାନସର ଭଳି ମାରାତ୍ମକ ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଲାଗି ଏସ୍ସିବି ମେଡିକାଲରେ ଉଦ୍ଘାଟିତ ହୋଇଛି ମଲିକ୍ୟୁଲାର ଜେନୋମିକ୍ସ ଲାବୋରୋଟାରୀ। କ୍ୟାନସର ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ଏହି ଲାବୋରୋଟାରୀ ମାଧ୍ୟମରେ ଯାଞ୍ଚ କରାଯାଇପାରିବ।
ପୂର୍ବରୁ ଏହା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ନିମନ୍ତେ ଉଦ୍ଘାଟନ କରାଯାଇଥିବା ବେଳେ ଏବେ ଏହାକୁ ସାଧାରଣ ରୋଗୀଙ୍କ ଚିକିତ୍ସା ଲାଗି ଖୋଲାଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ପୂର୍ବରୁ ଦେଶର ପ୍ରମୁଖ ଘରୋଇ ହସ୍ପିଟାଲରେ ଏହି ଲାବୋରୋଟାରୀ ଥିବା ବେଳେ ପ୍ରଥମଥର ଲାଗି ଦେଶର କୌଣସି ମେଡିକାଲ କଲେଜରେ ଏହାକୁ ବ୍ୟବହାର କରାଯିବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Accident
ଗଛରେ ପିଟିହେଲା ପିକ୍ଅପ୍; ୨ ଜଣଙ୍କ ମୃତ୍ୟୁ
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା।
Guest Column
ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଭୂମି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବନ୍ଧୁଗଣ! ଓଡ଼ିଶାର ସନ୍ଥ କବି ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହାର ଭାବାର୍ଥ ହେଉଛି ଯେ ମୋତେ ଯେତେ ଯନ୍ତ୍ରଣା ସହିବାକୁ ପଡ଼ୁ ପଛେ...କିନ୍ତୁ ଦୁନିଆକୁ ରକ୍ଷା କରାଯାଉ। ଏହା ମଧ୍ୟ ଓଡ଼ିଶାର ସଂସ୍କୃତି। ଓଡ଼ିଶା ସମଗ୍ର ଦେଶ ତଥା ସମଗ୍ର ମାନବ ସମାଜର ସେବା କରୁଛି।
Accident
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି; ୪ ଆହତ
ଦୁର୍ଘଟଣା ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।