ବନ୍ୟା ତଥ୍ୟ ଦେବାକୁ ସରକାର କୁନ୍ଥୁକୁନ୍ଥୁ: ବାଲେଶ୍ୱର ଓ ଭଦ୍ରକର ୨୦୦ରୁ ଅଧିକ ଗାଁ ଜଳବନ୍ଦୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେବି ପ୍ରାୟ ୭ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ମାତ୍ର ସରକାରୀସ୍ତରରେ ଏହି ବନ୍ୟା ବିପନ୍ନଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଗଣମାଧ୍ୟମକୁ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରାଯାଉଛି । ପୂର୍ବରୁ ବନ୍ୟା-ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଦୈନିକ ରିପୋର୍ଟ ଦେଉଥିବା ରାଜ୍ୟ ସରକାର ଚଳିତ ବନ୍ୟା କ୍ଷୟକ୍ଷତି ଓ ରିଲିଫ ସଂକ୍ରାନ୍ତ ଦୈନିକ ରିପୋର୍ଟକୁ କାହିଁକି ଦେଉନାହାନ୍ତି ତାହା ଏବେ ସନ୍ଦେହଘେରରେ […]

Flood

Flood

Ordigital Desk
  • Published: Tuesday, 23 August 2022
  • Updated: 23 August 2022, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେବି ପ୍ରାୟ ୭ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ମାତ୍ର ସରକାରୀସ୍ତରରେ ଏହି ବନ୍ୟା ବିପନ୍ନଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଗଣମାଧ୍ୟମକୁ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରାଯାଉଛି । ପୂର୍ବରୁ ବନ୍ୟା-ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଦୈନିକ ରିପୋର୍ଟ ଦେଉଥିବା ରାଜ୍ୟ ସରକାର ଚଳିତ ବନ୍ୟା କ୍ଷୟକ୍ଷତି ଓ ରିଲିଫ ସଂକ୍ରାନ୍ତ ଦୈନିକ ରିପୋର୍ଟକୁ କାହିଁକି ଦେଉନାହାନ୍ତି ତାହା ଏବେ ସନ୍ଦେହଘେରରେ ।

ଏବେ ରାଜ୍ୟର ବନ୍ୟା ପ୍ରଭାବିତ ଅଂଚଳରେ କେତେ ଲୋକ କିଭଳି ଅବସ୍ଥାରେ ଅଛନ୍ତି, ସେମାନଙ୍କୁ ରିଲିଫ ସାମଗ୍ରୀ ଦିଆଯାଉଛି କି ନାହିଁ, ସେମାନଙ୍କର ସ୍ଥିିତି କ’ଣ ଏସବୁ ସାମଗ୍ରିକ ତଥ୍ୟ ଦେବାକୁ ରାଜ୍ୟ ସରକାର କୁଣ୍ଠାବୋଧ କରୁଥିବା ଜଣାପଡ଼ିଛି । ତେବେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରାୟ ୨୨୦ଟି ଗାଁ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛି ।

ସୂଚନା ଅନୁସାରେ, ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଜଳସମ୍ପଦ ଓ ରାଜସ୍ୱ ବିଭାଗ ନିଷ୍କ୍ରିୟ ହୋଇ ରହିଛି । ଜଳସମ୍ପଦ ବିଭାଗର ସଚିବ ଅନୁ ଗର୍ଗ ଛୁଟିରେ ଥିବାବେଳେ ରାଜସ୍ୱ ସଚିବ ସତ୍ୟବ୍ରତ ସାହୁ ଦିନଟିଏ ବି ଗଣମାଧ୍ୟମ ଆଗକୁ ଆସି ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମୁହଁ ଖୋଲୁନାହାନ୍ତି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ବି ପୂର୍ବଭଳି କ୍ଷୟକ୍ଷତି ଆକଳନ ରିପୋର୍ଟ ମଧ୍ୟ ଗଣମାଧ୍ୟମକୁ ଦେଉନାହିଁ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ବନ୍ୟା କ୍ଷୟକ୍ଷତି ଓ ରିଲିଫ ପ୍ରଦାନ ସମ୍ପର୍କରେ ଗଣମାଧ୍ୟମକୁ ତଥ୍ୟ ଦେବାକୁ ଉଚିତ୍ ମଣୁନାହାନ୍ତି । ରାଜ୍ୟରେ ବନ୍ୟା ଓ ବର୍ଷାଜନିତ କ୍ଷୟକ୍ଷତିର ତଥ୍ୟ ନଦେବା ଖୋଲାଖୋଲି ଭାବେ ସରକାରଙ୍କ ବେପରୁୱା ମନୋଭାବକୁ ପଦାରେ ପକାଇଛି । ଚଳିତ ବନ୍ୟା କ୍ଷୟକ୍ଷତିଜନିତ ତଥ୍ୟକୁ ଲୁଚାଇବା ପାଇଁ ସରକାରୀସ୍ତରରେ କାହିଁକି ଉଦ୍ୟମ ହେଉଛି ଓ ସେ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ସୃଷ୍ଟି କରିଛି । ତେବେ ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ବନ୍ୟା ପରିସ୍ଥିତିରେ କ୍ରମାଗତ ସୁଧାର ଆସୁଛି । ସବୁ ନଦୀର ଜଳସ୍ତର ହ୍ରାସ ପାଇଁ ଏତେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ମହାନଦୀ ଅବବାହିକା ସୃଷ୍ଟି ହୋଇଥିବା ୭ଟି ଘାଇକୁ ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ କୌଣସି ସ୍ଥାନରେ ଘାଇ ହୋଇନାହିଁ । ତେବେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଆଦି ବ୍ଲକର ତଳିଆ ଅଂଚଳରେ ବନ୍ୟାଜଳ ପ୍ରବେଶ କରିଛି ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ବାଲିଆପାଳ,ବସ୍ତା, ରେମୁଣା, ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର ସଦର ଆଦି ବ୍ଲକର ମୋଟ ୧୫୧ଟି ଗାଁ ଏବେ ଜଳବନ୍ଦୀ ଥିବାବେଳେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀର ପ୍ରାୟ ୩୦ଟି ଓ ଧାମନଗରର ୪୦ଟି ଗାଁ ଜଳଘେରରେ ରହିଛି । ବାଲେଶ୍ୱରର ୪ଟି ବ୍ଲକରେ ୮୦ଟି ବନ୍ୟା ଆଶ୍ରୟସ୍ଥଳୀ ଖୋଲାଯୋଇଛି । ଜିଲ୍ଲାର ୩୦୭ଟି ରିଲିଫ କେନ୍ଦ୍ରରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲାରେ ୧୧ଜଣିଆ ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାବେଳେ ପୁନରୁଦ୍ଧାର କାର୍ଯ୍ୟରେ ୮୦ଟି ଟିମ୍ ନିୟୋଜିତ ହୋଇଛନ୍ତି । କେନ୍ଦ୍ରାଂଚଳ ଆରଡିସି ସୁରେଶ ଦଳେଇ ଆଜି ବନ୍ୟା ପ୍ରଭାବିତ ଅଂଚଳ ଗସ୍ତରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ୧୩ଟି ଜିଲ୍ଲାର ୭୮ଟି ବ୍ଲକର ୬୪୫ଟି ପଂଚାୟତର ୨୪୮୯ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରୁ ୯୦୨ଟି ଗାଁର ୬.୪୦ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ଥିଲେ ବୋଲି ରାଜସ୍ୱ ବିଭାଗ ସୂତ୍ରରୁ ଜଣାପଡ଼ିଥିଲା । ତେବେ ଆଜି ବନ୍ୟା କ୍ଷୟକ୍ଷତି, ଜଳବନ୍ଦୀ ଥିବା ଲୋକଙ୍କ ସଂଖ୍ୟା, ରିଲିଫ ସାମଗ୍ରୀ ବଂଟନ ଆଦିର ତଥ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇ ନାହିଁ । ସରକାରୀସ୍ତରରେ ବନ୍ୟା କ୍ଷୟକ୍ଷତିଜନିତ ନିୟମିତ ତଥ୍ୟ ମିଳିଲେ ଗଣମାଧ୍ୟମ ତାହା ଲୋକଙ୍କ ସମ୍ମୁଖକୁ ଆଣିବାରେ ସକ୍ଷମ ହୁଅନ୍ତା ଓ କୌଣସି ଦ୍ୱନ୍ଦ୍ୱ ରୁହନ୍ତା ନାହିଁ ତଥା ସରକାର କ’ଣ କରୁଛନ୍ତି ତାହା ରାଜ୍ୟବାସୀ ଜାଣିବା ସମ୍ଭବପର ହୁଅନ୍ତା । ମାତ୍ର ସରକାର ବନ୍ୟା କ୍ଷୟକ୍ଷତି ଆକଳନ ତଥ୍ୟକୁ ନିୟମିତ ଭାବେ ରାଜ୍ୟବାସୀଙ୍କୁ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରି ସନ୍ଦେହଘେରକୁ ଆସିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story