‘ବରଗଡ଼ବାସୀଙ୍କ ପାଖରେ ମୁଁ ସର୍ବଦା ଋଣୀ ରହିବି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଏ ହେଉଛି ମନ୍ଦିର। ଏଠାରେ ବସିବା ପାଇଁ ସୁଯୋଗ ଦେଇଥିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ମୁଁ ଚିର କୃତଜ୍ଞ।  ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ସେମାନଙ୍କ ପାଖରେ ମୁଁ ସର୍ବଦା ଋଣୀ ରହିବି। ଏଥିପାଇଁ ମୋର ଦଳୀୟ ସହଯୋଗୀ, ବନ୍ଧୁ, ଶିକ୍ଷକ, ଶୁଭଚିନ୍ତକ ଏବଂ ପରିବାର ସଦସ୍ୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ୍‌ ଦେଉଛି।” Temple of “Largest Democracy” of the World! Forever shall […]

mp

mp

Jyoshna Pradhan
  • Published: Monday, 27 May 2019
  • Updated: 27 May 2019, 05:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଏ ହେଉଛି ମନ୍ଦିର। ଏଠାରେ ବସିବା ପାଇଁ ସୁଯୋଗ ଦେଇଥିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ମୁଁ ଚିର କୃତଜ୍ଞ।  ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ସେମାନଙ୍କ ପାଖରେ ମୁଁ ସର୍ବଦା ଋଣୀ ରହିବି। ଏଥିପାଇଁ ମୋର ଦଳୀୟ ସହଯୋଗୀ, ବନ୍ଧୁ, ଶିକ୍ଷକ, ଶୁଭଚିନ୍ତକ ଏବଂ ପରିବାର ସଦସ୍ୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ୍‌ ଦେଉଛି।”

ବରଗଡ଼ ନିର୍ବାଚନ ମଣ୍ଡଳୀରୁ ଏଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସୁରେଶ ପୂଜାରୀ ଏଭଳି କିଛି ଲେଖି ନିଜ ଟ୍ଵିଟର୍‌ ହ୍ୟାଣ୍ଡଲରେ ପ୍ରକାଶ କରିଛନ୍ତି। ପଶ୍ଚିମ ଓଡ଼ିଶାରୁ ଏଥର ବିଜେପିକୁ ସର୍ବାଧିକ ସଫଳତା ମିଳିଥିବା ବେଳେ ପ୍ରଥମ ଥର ଲାଗି ସୁରେଶଙ୍କୁ ଲୋକସଭାରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଛି। ଖାଲି ସେତିକି ନୁହେଁ ସେ ଏଥର ଏଠାରୁ ନିଜର ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାତ୍‌ ଦେଇ ଚର୍ଚ୍ଚାରେ ଅଛନ୍ତି।

ସୁରେଶ ଏହି ଟ୍ଵିଟ୍‌ରେ କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ବିଜେପି ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଉଛନ୍ତି। ଆଉ କିଛି ଫଟୋରେ ଓଡ଼ିଶାର ନବ ନିର୍ବାଚିତ ସାଂସଦମାନଙ୍କ ସହ ସେ ଫଟୋ ଉଠାଇଛନ୍ତି। ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ୍‌, ସଙ୍ଗୀତା ସିଂହଦେଓ, ବିଶେଶ୍ଵର ଟୁଡୁ, ନୀତେଶ ଗଙ୍ଗଦେବଙ୍କ ସହ ଫଟୋ ପାଇଁ ପୋଜ୍‌ ଦେଇଛନ୍ତି ସୁରେଶ।

mp

୨୦୦୮ରେ ବରଗଡ଼ ନିର୍ବାଚନମଣ୍ଡଳୀର ସୃଷ୍ଟି। ଏଥରକୁ ମିଶାଇ ମାତ୍ର ୩ଟି ନିର୍ବାଚନ ଦେଖିଛି ଏହି ଆସନ। ପ୍ରଥମ ଥର ୨୦୦୯ରେ ଏହି ଆସନକୁ କଂଗ୍ରେସ ଦଖଲ କରିଥିଲା । କିନ୍ତୁ ୨ୟ ଥର ୨୦୧୪ରେ ଦଳ ପ୍ରତି ଲୋକଙ୍କ ଆସ୍ଥା ତୁଟିଲା ଆଉ କଂଗ୍ରେସକୁ ଏଠାକାର ଭୋଟର ୩ୟ ସ୍ଥାନକୁ ଠେଲି ଦେଇଥିଲେ। ୨ୟ ନିର୍ବାଚନ ଅର୍ଥାତ ୨୦୧୪ରେ ବିଜେପି-ବିଜେଡି ମଧ୍ୟରେ ହୋଇଥିଲା ଟକ୍କର। ମାତ୍ର ୧୧ ହଜାର ଭୋଟରେ ଜିତିଥିଲେ ବିଜେଡି ପ୍ରାର୍ଥୀ ଡ.ପ୍ରଭାସ କୁମାର ସିଂହ।

ହେଲେ ୨୦୧୯ରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରି ବିଜୟ ତିଳକ ଧାରଣ କରିବାର ଆଶା କରିଥିଲା। ମାତ୍ର ବିଜେଡିର ଏହି ଇଚ୍ଛାକୁ ଧୂଳିସାତ୍‌ କରିଛନ୍ତି ସୁରେଶ। ଛାତ୍ରନେତାରୁ ରାଜ୍ୟ ରାଜନୀତିକୁ ଆସିଥିବା ସୁରେଶ ବିଜୟୀ ହୋଇ ପାର୍ଲିଆମେଣ୍ଟ ଯାଇଛନ୍ତି। ପୂର୍ବରୁ ରାଜ୍ୟ ରାଜନୀତିରେ ବିଜୟ ମୁକୁଟ କେବେ ପିନ୍ଧି ନ ଥିଲେ ମଧ୍ୟ ସୁରେଶଙ୍କର ବ୍ୟାପକ ଲୋକପ୍ରିୟତା ରହିଛି। ୧୯୯୨ରୁ ୧୯୯୬ ସେ ସମ୍ବଲପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ ଥିଲେ। ୨୦୧୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। କିନ୍ତୁ ମାତ୍ର ୩୦ ହଜାର ଭୋଟରେ ସେ ବିଜେଡି ନେତା ନଗେନ୍ଦ୍ର ପ୍ରଧାନଙ୍କଠାରୁ ହାରି ଯାଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos