Advertisment

ଗଡ଼ାଉଥିଲା ଡେଡଲାଇନ୍‌, ଠିକା ସଂସ୍ଥାକୁ ୪ କୋଟି ଟଙ୍କା ଫାଇନ୍‌

ନବରଙ୍ଗପୁର, ପାପଡାହାଣ୍ଡି, କୋଷାଗୁମୁଡା ଓ ଚନ୍ଦାହାଣ୍ଡି ବ୍ଲକର ୫୩ଟି ପଞ୍ଚାୟତର ଜନସାଧାରଣଙ୍କୁ ପାଣି ମୁନ୍ଦାଏ ଯୋଗାଇବା ପାଇଁ ୫୫୫.୪୨ କୋଟିର ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Nabarangpur

Nabarangpur

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ହେଲେ ବେଫିକର ଠିକା ସଂସ୍ଥା। ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ନେଇ ସାରିପାରୁନାହାନ୍ତି। ଖାଲି ଡେଡ୍‌ଲାଇନ୍‌ ବଢ଼ାଇ ଚାଲୁଛି। ଦୁଇ ଦୁଇ ଥର ଡେଡ୍‌ଲାଇନ୍‌ ବଢ଼ାଇବା ପରେ ତୃତୀୟ ଥର ପାଇଁ ଅନୁରୋଧ କରିଥିଲା। ଠିକା ସଂସ୍ଥାର ଏପରି କାର୍ଯ୍ୟ ପରେ ଫିଡିକି ଯାଇଥିଲା ନବରଙ୍ଗପୁର RWSS ବିଭାଗ। ଆଉ ତାଗିଦ କରିବା ସହିତ ଠିକା ସଂସ୍ଥାକୁ ୪ କୋଟି ଟଙ୍କା ଫାଇନ୍‌ କରିଛି।

Advertisment

ନବରଙ୍ଗପୁର, ପାପଡାହାଣ୍ଡି, କୋଷାଗୁମୁଡା ଓ ଚନ୍ଦାହାଣ୍ଡି ବ୍ଲକର ୫୩ଟି ପଞ୍ଚାୟତର ଜନସାଧାରଣଙ୍କୁ ପାଣି ମୁନ୍ଦାଏ ଯୋଗାଇବା ପାଇଁ ୫୫୫.୪୨ କୋଟିର ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ବହୁ ନାମୀଦାମୀ କମ୍ପାନୀ ଟେଣ୍ଡର ପକାଇଥିଲେ। ସମସ୍ତଙ୍କୁ ପଛରେ ପକାଇ ହାଇଦ୍ରାବାଦର GVPR Engineer LTD ଟେଣ୍ଡର ହାତେଇ ନଥିଲେ। ଟେଣ୍ଡର ପାଇବା ପରେ ଅର୍ଥାତ ୨୦୧୯ ମସିହା ମାର୍ଚ୍ଚ ୧ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ଠିକା ସଂସ୍ଥା।

ପ୍ରକଳ୍ପ କାର୍ଯ୍ୟ ୨୦୨୧ ମାର୍ଚ୍ଚରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ କରୁଥିବା ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସାରିପାରୁନଥିଲା। ଯେଉଁଥିପାଇଁ ଦୁଇ ଦୁଇ ଥର ଡେଡ୍‌ଲାଇନ୍‌ ବଢାଥିଲା। ଏହା ପରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଡେଡ୍‌ଲାଇନ୍‌ ତୃତୀୟ ଥରେ ବଢାଇବାକୁ ଅନୁରୋଧ କରିଥିଲା। ଏଥର ୨୦୨୪ ମସିହାରେ ପ୍ରକଳ୍ପ ସାରିବାକୁ ଠିକା ସଂସ୍ଥା ଡେଡ୍‌ଲାଇନ୍‌ ମାଗିଥିଲା। ଠିକା ସଂସ୍ଥାର ଏପରି କାର୍ଯ୍ୟରେ ଅତିଷ୍ଠ ହୋଇଥିଲେ ନବରଙ୍ଗପୁର RWSS। ଆଉ ଶୁଣାଇଦେଲା ଚରମ ବାଣୀ। ବାକି ଥିବା ୨୦୦ କୋଟି ଟଙ୍କାର ଦୁଇ ପ୍ରତିଶତ ଫାଇନ୍‌ (୪ କୋଟି ଟଙ୍କା) କରିବା ସହିତ ୨୦୨୩ ଡିସେମ୍ୱର ସୁଦ୍ଧା ପ୍ରକଳ୍ପ ସାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ସୁଦ୍ଧା ନବରଙ୍ଗପୁର, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକ୍‌ରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୪୦୩.୯୪ କୋଟି ଟଙ୍କା ମଞ୍ଜୁର କରିଥିଲେ। ଠିକା ସଂସ୍ଥା GVPR କମ୍ପାନୀ ୭୦ ପ୍ରତିଶତ କାମ କରି ୬୯.୧୬% ଟଙ୍କା ଉଠାଇ ନେଇଛି। ସେହିଭଳି ଚନ୍ଦାହାଣ୍ଡି ବ୍ଲକର ୧୩ଟି ପଞ୍ଚାୟତବାସୀଙ୍କ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ରାଜ୍ୟ ସରକାର ୧୫୧.୪୮ କୋଟି ଟଙ୍କା ମଞ୍ଜୁର କରିଥିଲେ। ଟେଣ୍ଡର ନେଇଥିବା ଠିକା ସଂସ୍ଥା GVPR କମ୍ପାନୀ ବର୍ତ୍ତମାନ ସୁଦ୍ଧା ୬୫ ପ୍ରତିଶତ କାମ କରି ୬୧.୪୧% ଟଙ୍କା ନେଇଯାଇଛି। କହିବାକୁ ଗଲେ ଠିକା ସଂସ୍ଥା ୨୦୦ କୋଟି ଟଙ୍କା ପାଇବାକୁ ରହିଛି।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

Nabarangpur