ସମ୍ବର୍ଦ୍ଧିତ ହେବେ ନବୀନଙ୍କ ସହ ଓଡ଼ିଶାରୁ ଆଉ ୨, ଭଣ୍ଡାରେଙ୍କୁ ବି ଦେଇଥିଲା ଲାଇଫ୍ ଟାଇମ୍ ଆୱାର୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆଦିଲ୍ଲୀର ଏକ ସଂସ୍ଥା ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ରବିବାର ‘ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ’ରେ ସମ୍ମାନିତ କରାଯିବ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନାଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶାରୁ ଅନ୍ୟ ଦୁଇଜଣ ଯଥା କଟକ ମହାନଗର ନିଗମ କମିଶନର ଆଇଏଏସ୍ ନିଖିଳ ପବନ କଲ୍ୟାଣ ଓ ଉତ୍କଳ ବାଳାଶ୍ରମ କଟକ ଶାଖାର ଅଧୀକ୍ଷକ ପ୍ରଜ୍ଞାସିନୀ ପ୍ରଧାନଙ୍କ ସମେତ […]

CM Naveen pattnaik

CM Naveen pattnaik

Ordigital Desk
  • Published: Saturday, 03 September 2022
  • Updated: 04 September 2022, 11:02 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆଦିଲ୍ଲୀର ଏକ ସଂସ୍ଥା ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ରବିବାର ‘ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ’ରେ ସମ୍ମାନିତ କରାଯିବ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନାଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶାରୁ ଅନ୍ୟ ଦୁଇଜଣ ଯଥା କଟକ ମହାନଗର ନିଗମ କମିଶନର ଆଇଏଏସ୍ ନିଖିଳ ପବନ କଲ୍ୟାଣ ଓ ଉତ୍କଳ ବାଳାଶ୍ରମ କଟକ ଶାଖାର ଅଧୀକ୍ଷକ ପ୍ରଜ୍ଞାସିନୀ ପ୍ରଧାନଙ୍କ ସମେତ ମୋଟ ୧୬ଜଣଙ୍କୁ ଏହି ସଂସ୍ଥା ଆସନ୍ତାକାଲି ସମ୍ବର୍ଦ୍ଧିତ କରିବ । ନବୀନଙ୍କୁ ଏହି ସଂସ୍ଥାରୁ ମିଳିବାକୁଥିବା ଲାଇଫଟାଇମ୍ ଆଚିଭମେଂଟ୍ ଆୱାର୍ଡର ସେଲିବ୍ରେସନ୍ ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ନବୀନଙ୍କ ପୂର୍ବରୁ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ମଧ୍ୟ ଏହି ସଂସ୍ଥା ‘ଲାଇଫଟାଇମ୍ ଆଚିଭମେଂଟ ଆୱାର୍ଡ’ ପ୍ରଦାନ କରିଥିଲା । ଏପରିକି ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ଓଡ଼ିଶାର ପ୍ରଭୁଦତ୍ତ ପଟେଲ ଓ ଦ୍ୱିପାୟନ ପଟ୍ଟନାୟକଙ୍କୁ ମଧ୍ୟ ଏହି ସଂସ୍ଥା ପୂର୍ବରୁ ସମ୍ବର୍ଦ୍ଧିତ କରିଛି ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଆ ଆଇନଜ୍ଞ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ଚଳିତବର୍ଷ ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ ଆସନ୍ତାକାଲି ନୂଆଦିଲ୍ଲୀର ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ଅଡିଟୋରିୟମରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଏହି ସଂସ୍ଥା ସମ୍ବର୍ଦ୍ଧନା ଦେବାବେଳେ ତାଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଜେଡି ପକ୍ଷରୁ ପ୍ରାୟ ୩୦୦ରୁ ଅଧିକ ଛାତ୍ର,ଯୁବ ଓ ମହିଳା କର୍ମକର୍ତ୍ତାଙ୍କୁ ଦିଲ୍ଲୀ ନିଆଯାଇଛି । ଏହି ଆୱାର୍ଡ ମିଳିବା ପରେ ଦିଲ୍ଲୀ ଓ ଏନସିଆରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ କରି ନବୀନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ବିଜେଡି ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଭବନକୁ ଯିବାଆସିବା ନିମନ୍ତେ ଗାଡ଼ିର ବ୍ୟବସ୍ଥା ମଧ୍ୟ ବିଜେଡିର ‘ ଓଡ଼ିଶା ମୋ ପରିବାର’ ପକ୍ଷରୁ ହୋଇଥିବା ନେଇ ସୂଚନା ମିଳିଛି । ଏହାବ୍ୟତୀତ ନବୀନ ଦିଲ୍ଲୀରୁ ଫେରିବା ପରେ ୬ତାରିଖରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ଜଣାପଡ଼ିଛି।

[caption id="attachment_763510" align="aligncenter" width="650"]cm ନବୀନଙ୍କ ପୂର୍ବରୁ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ଏହି ସଂସ୍ଥା ‘ଲାଇଫଟାଇମ୍ ଆଚିଭମେଂଟ ଆୱାର୍ଡ’ ପ୍ରଦାନ କରିଥିଲା [/caption]

‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ର ସାଧାରଣ ସମ୍ପାଦକ ବିନୋଦ ସେଠୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତାକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ୧୫ଜଣଙ୍କୁ ବିଭିନ୍ନ ବର୍ଗରେ ସମ୍ବର୍ଦ୍ଧିତ କରାଯିବ । ୩୫ବର୍ଷ ଧରି ଏହି ସଂସ୍ଥା କାର୍ଯ୍ୟ କରୁଛି । ନିୟମିତ ଭାବେ ସଫଳ ବ୍ୟକ୍ତିମାନଙ୍କୁ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥାଏ ।
ନିଜର ଏହି ସଂସ୍ଥା ସମ୍ପର୍କରେ ଶ୍ରୀ ସେଠୀ ଦେଇଥିବା ଦସ୍ତାବିଜ ଅନୁସାରେ ଆସନ୍ତାକାଲି ଜଷ୍ଟିସ ଭିଆର କ୍ରିଷ୍ଣା ଆୟାର ଆୱାର୍ଡରେ ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନ୍ନାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫଟାଇମ୍ ଆଚିଭମେଂଟ ଆୱାର୍ଡ ମିଳିବ । ସେହିପରି କ୍ୟାପିଟାଲ ଫାଉଣ୍ଡେସନ ଚେୟାରମ୍ୟାନ ଆୱାର୍ଡରେ କଟକ ମହାନଗରର କମିଶନର ନିଖିଳ ପବନ କଲ୍ୟାଣଙ୍କୁ ଏବଂ ପ୍ରତିଭା ପଟ୍ଟନାୟକ ସଫଳ ମହିଳା ଆୱାର୍ଡରେ ଉତ୍କଳ ବାଳାଶ୍ରମର କଟକ ଶାଖାର ଅଧ୍ୟୀକ୍ଷକ ପ୍ରଜ୍ଞାସିନୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ର ବୋର୍ଡ ସଦସ୍ୟ ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ,କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ସମେତ ଅନ୍ୟ କିଛି ଓଡ଼ିଆ ମଧ୍ୟ କାର୍ଯ୍ୟ କରୁଛନ୍ତି । ନ୍ୟାୟପାଳିକା, ପ୍ରଶାସନିକ ସେବା, ଶିକ୍ଷାବିତ୍ , ଉଦ୍ୟୋଗୀ ଆଦି କ୍ଷେତ୍ର ସହ ଜଡ଼ିତ ଥିବା ବ୍ୟକ୍ତିମାନେ ଏହି ସଂସ୍ଥାର ବୋର୍ଡ ସଦସ୍ୟ ଭାବେ ରହିଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏହି ସଂସ୍ଥା ୩୫ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସୋସିଆଲ ମିଡିଆ ଓ ପ୍ରଯୁକ୍ତିବିଦ୍ୟା ସହ ତାଳ ଦେଇ ଚାଲିବାରେ ସକ୍ଷମ ହୋଇପାରିନି । ସଂସ୍ଥାର ଫେସବୁକ ପେଜ୍‌ରେ ୧୨ଟି ବିଭାଗର ଆୱାର୍ଡ ସମ୍ପର୍କରେ ସୂଚନା ରହିଥିବାବେଳେ ଏହାର ନିଜସ୍ୱ ୱେବସାଇଟ୍ ଅକାମୀ ଅବସ୍ଥାରେ ରହିଛି । ସୋସିଆଲ ମିଡିଆରେ ଏହି ସଂସ୍ଥାର ଉପସ୍ଥିତି ନାହିଁ କହିଲେ ଚଳେ ।

ସୂଚନାଯୋଗ୍ୟ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ଏହି ସଂସ୍ଥା ପୂର୍ବରୁ ‘ଲାଇଫଟାଇମ୍ ଆଚିଭମେଂଟ ଆୱାର୍ଡ’ରେ ସମ୍ବର୍ଦ୍ଧିତ କରିସାରିଛି । ସେହିପରି ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ‘ଇକୋ ଫ୍ରେଣ୍ଡଲୀ ଗ୍ରୀନ ହୋଟେଲ’ ଆୱାର୍ଡରେ ୨୦୧୭ରେ ସମ୍ବର୍ଦ୍ଧିତ କରିଥିଲା ବୋଲି ଜଣାପଡ଼ିଛି । ୨୦୧୪ ଅକ୍ଟୋବର ୫ ତାରିଖରେ ନୂଆଦିଲ୍ଲୀରେ ଏହି ସଂସ୍ଥାର ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ବର୍ଗର ସଫଳ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତାକାଲି ସେହି ସଂସ୍ଥା ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story