ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ଏହି କ୍ୟାମ୍ପରୁ ଗୁଳି ସହ ସେମାନଙ୍କ ବ୍ୟବହୃତ ସାମଗ୍ରୀକୁ ସୁରକ୍ଷାକର୍ମୀ ଜବତ କରିଛନ୍ତି।
ଗନ୍ଧମାର୍ଦ୍ଦନ ପାହାଡରେ ବରଗଡ଼ ଓ ବଲାଙ୍ଗିର ଏସଓଜି ମିଳିତ ଭାବେ କମ୍ବିଂ କରିଥିଲେ। ଏହି ସମୟରେ ନକ୍ସଲ କ୍ୟାମ୍ପ ଥିବା ସୂଚନା ପାଇଥିଲେ। ତେବେ ସୁରକ୍ଷାକର୍ମୀମାନେ ଆସୁଥିବା ଦେଖି ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। କିଛି ସମୟ ଧରି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ନକ୍ସଲମାନେ ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ଗୁଳି ସହ ନକ୍ସଲ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରିଥିଲେ। ଏହି କ୍ୟାମ୍ପରେ ୧୦ରୁ ୧୫ ଜଣ ନକ୍ସଲ ଥିବା ପୁଲିସ ସନ୍ଦେହ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍; ୪ ଯୁବତୀ ଉଦ୍ଧାର
ଖଣ୍ଡଗିରିରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ। ନୟାଗଡ଼ ଅଞ୍ଚଳର ଜଣେ ମହିଳା ଘର ଭଡ଼ା ନେଇ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ।
Crime
କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ
୩ଟି ବହୁତଳ କୋଠା, ୨ଟି ଫ୍ଲାଟ୍ ଓ ୧୪ଟି ପ୍ଲଟ ସହିତ ଅନ୍ୟାନ୍ୟ ସଂପତ୍ତି ଅଛି ଏହି ଖଣି ଅଧିକାରୀଙ୍କର।
Crime
ନିଜେ ରଚିଥିଲେ ନିଜ ହତ୍ୟା ନାଟକ; ୩ ମାସ ପରେ ମାଡ଼ି ବସିଲା ପୁଲିସ୍
ରୋଜଗାରଠୁ ବଳିଗଲା ଖର୍ଚ୍ଚ। ଠିକ୍ ସମୟରେ ଦେଇ ହେଲାନି କିସ୍ତି ଟଙ୍କା। ଏଥିସହ ସବୁବେଳେ ଅପଦସ୍ଥ ହେବାକୁ ବି ଭଲ ଲାଗିଲାନି। ତେଣୁ ଏଥିରେ ଯବନିକା ପକାଇବାକୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଜଣକ କଲେ ସାଂଘାତିକ ଷଡଯନ୍ତ୍ର ।
Politics
‘୧୫ ଦିନରେ ସରିବ ସୁଭଦ୍ରା ଯାଞ୍ଚ; ଯୋଗ୍ୟ ମହିଳା ପାଇବେ ଟଙ୍କା’
୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।
Crime
ଝିଅ ମୃତ୍ୟୁ ପରେ ମୁଣ୍ଡ ପିଟୁଛି ମା’; କହିଲା- ଯିଏ ନେଇଥିଲା, ସିଏ ଆସିଲେ ଉଠିବ ମୃତଦେହ
‘ମୋ’ ଝିଅ ୮ ମାସ ହେବ ଘରୁ ଚାଲି ଯାଇଥିଲା। ଗାଁର ଜଣେ ଯୁବକ ତାକୁ ନେଇ ଯାଇଥିଲା। ମାତ୍ର ଏବେ ତା’ ମୃତଦେହ ପାଇଲୁ। ତେଣୁ ସେ ଯାହା ସହ ଯାଇଥିଲା, ସେ ନ ଆସିବା ପର୍ଯ୍ୟନ୍ତ ଝିଅର ଶବ ପଡ଼ି ରହିବ ।’