ବିଜେପିରେ ମିଶିଲେ ୧୦ ହଜାର ବିଜେଡି କର୍ମୀ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆଜି ବିଜେପିର ଏକ ବଡ଼ ଧରଣର ମିଶ୍ରଣ ପର୍ବ ହୋଇଛି। ଦିଗଛିଆ ମୁନି ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରାୟ ୧୦ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଏହି କର୍ମୀମାନେ ଆଜି ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସମ୍ପାଦକ […]

bjp-in-bhadra.jpg1

bjp-in-bhadra.jpg1

Manoranjan Sial
  • Published: Friday, 05 April 2019
  • Updated: 05 April 2019, 05:46 PM IST

Sports

Latest News

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆଜି ବିଜେପିର ଏକ ବଡ଼ ଧରଣର ମିଶ୍ରଣ ପର୍ବ ହୋଇଛି। ଦିଗଛିଆ ମୁନି ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରାୟ ୧୦ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଏହି କର୍ମୀମାନେ ଆଜି ଦଳରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ, ଅର୍ଜୁନ ସେଠୀ, ମନମୋହନ ସାମଲ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ମିଶ୍ରଣ ପର୍ବରେ ଏତେ ସଂଖ୍ୟାରେ ଲୋକେ ବିଜେପିରେ ସାମିଲ ହୋଇଥିବାରୁ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ବିଜେପି ନେତାମାନେ ମତ ଦେଇଛନ୍ତି।

ବିଜେପି ନେତା ପ୍ରତାପ ଧଳ କହିଛନ୍ତି, “ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ୪୨ ବର୍ଷ ଧରି ବିଜେଡିର ନେତୃତ୍ୱ ନେଇଥିଲି। ମାତ୍ର ବିଜେଡି ନେତୃବୃନ୍ଦ ମୋ ପ୍ରତି ଅନ୍ୟାୟ କଲେ। ସେଥିପାଇଁ ମୁଁ ବାଧ୍ୟ ହୋଇ ବିଜେଡି ଛାଡ଼ି ବିଜେପିରେ ମିଶିଲି।”

ବୈଜୟନ୍ତ ପଣ୍ଡା କହିଛନ୍ତି, “ରାଜ୍ୟରେ ପରିବର୍ତ୍ତନ ଓ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଜି ପ୍ରତାପବାବୁଙ୍କ ସମେତ ୧୦ ହଜାର ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି। ଏଠାରେ ନିଶ୍ଚିତ ପରିବର୍ତ୍ତନ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos