୭ରେ ଉଦ୍‌ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୭ ତାରିଖରେ ଉଦ୍‌ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠୁ ଚାଲିବ ତିନୋଟି ପାସେଞ୍ଜର ଟ୍ରେନ୍। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍‌ରୁ ଯାତ୍ରୀଙ୍କ ସଂଖ୍ୟା କମାଇବା ଏବଂ ଏକ ଅର୍ନ୍ତଜାତୀୟ ସ୍ତରର ଷ୍ଟେସନ୍ ଲକ୍ଷ୍ୟରେ ନିର୍ମାଣ ହୋଇଛି ନ୍ୟୁ ଭୁବନେଶ୍ୱର ଷ୍ଟେସନ।  ରଥଯାତ୍ରା ପୂର୍ବରୁ ନ୍ୟୁ ଭୁବନେଶ୍ୱର ଷ୍ଟେସନ୍ କାର୍ଯ୍ୟକ୍ଷମ ହେଉଥିବାରୁ ଯାତ୍ରୀ ମଧ୍ୟ ଖୁସି। ଷ୍ଟେସନକୁ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ ହୋଇସାରିଲାଣି ପ୍ଲାଟ୍‌ଫର୍ମ ଓ ଟ୍ରାକ୍। ବାକି କାମ ବି […]

Station

Station

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 01:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୭ ତାରିଖରେ ଉଦ୍‌ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠୁ ଚାଲିବ ତିନୋଟି ପାସେଞ୍ଜର ଟ୍ରେନ୍। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍‌ରୁ ଯାତ୍ରୀଙ୍କ ସଂଖ୍ୟା କମାଇବା ଏବଂ ଏକ ଅର୍ନ୍ତଜାତୀୟ ସ୍ତରର ଷ୍ଟେସନ୍ ଲକ୍ଷ୍ୟରେ ନିର୍ମାଣ ହୋଇଛି ନ୍ୟୁ ଭୁବନେଶ୍ୱର ଷ୍ଟେସନ।  ରଥଯାତ୍ରା ପୂର୍ବରୁ ନ୍ୟୁ ଭୁବନେଶ୍ୱର ଷ୍ଟେସନ୍ କାର୍ଯ୍ୟକ୍ଷମ ହେଉଥିବାରୁ ଯାତ୍ରୀ ମଧ୍ୟ ଖୁସି।

ଷ୍ଟେସନକୁ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ ହୋଇସାରିଲାଣି ପ୍ଲାଟ୍‌ଫର୍ମ ଓ ଟ୍ରାକ୍। ବାକି କାମ ବି ସାରିବାକୁ ଜୋରସୋର ଉଦ୍ୟମ ଚାଲିଛି। ଭୁବନେଶ୍ୱର ଷ୍ଟେସନ୍ ଭଳି ସମସ୍ତ ସୁବିଧା ସୁଯୋଗ ଏଠାରେ କରାଯାଇଛି।  ଏହି ଷ୍ଟେସନ୍‌ରେ ୬ଟି ପ୍ଳାଟ୍‌ଫର୍ମ ରହିଛି।  ଏକକାଳୀନ ଟ୍ରେନ୍ ରହଣି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏହା କାର୍ଯ୍ୟକ୍ଷମ ହେଲେ  ମୁଖତଃ ପଟିଆ, ରଘୁନାଥପୁର ଚନ୍ଦ୍ରଶେଖରପୁର ଏବଂ ବାରଙ୍ଗ ଅଞ୍ଚଳର ଲୋକଙ୍କୁ ଏକ ଅତ୍ୟାଧୁନିକ ଷ୍ଟେସନ୍ ମିଳିବ।  ରଥଯାତ୍ରା ପୂର୍ବରୁ ରେଳ ଷ୍ଟେସନ୍ ଉଦ୍‌ଘାଟନ ହେଉଥିବା ଯୋଗୁଁ ବହୁ ସଂଖ୍ୟାରେ ଲୋକ ଉପକୃତ ହେବେ।  ସେହିପରି ନିକଟରେ ନନ୍ଦନକାନନ ଥିବା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ମତ ପ୍ରକାଶ ପାଇଛି।

୨୦୧୨  ମସିହାରେ ନ୍ୟୁ ଭୁବନେଶ୍ୱର ଷ୍ଟେସନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।  ୨୦୧୫ରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ତିନି ବର୍ଷ ବିଳମ୍ବରେ ସରିଛି କାମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos